ଅଶାନ୍ତ ଭଦ୍ରକ, ୪୮ ଘଣ୍ଟା ଇଣ୍ଟରନେଟ୍‌ ବନ୍ଦ

ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥରମାଡ଼ କରିଥିଲେ।ଫଳରେ ୨ ପୁଲିସ ଅଧିକାରୀ ଆହତ ହୋଇଥିଲେ। ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ଲୋକେ ଭାଙ୍ଗି ଦେଇଥିଲେ । ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ଭଦ୍ରକ ସହର ସହ ଦୋବଲ ଏବଂ ଧାମନଗରରେ ଉତ୍ତେଜନାମୂଳକ ସ୍ଥିତି ଦେଖାଦେଇଛି । ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ଧାରା […]

ଖୁବଶୀଘ୍ର ପୂରଣ ହେବ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ପଦବୀ

ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୫୦୦ ରୁ ଅଧିକ ପ୍ରାଧ୍ୟାପକ ପଦ ଶୀଘ୍ର ପୂରଣ ହେବ ବୋଲି ଶୁକ୍ରବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ଶୁକ୍ରବାର ଖାଲିଥିବା ପଦବୀ ଉପରେ ଆଲୋଚନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା।ଏହି ବୈଠକରେ ଶିକ୍ଷାବିତ୍, ପୂର୍ବତନ କୁଳପତି, ୟୁଜିସି ସଦସ୍ୟ ସାମିଲ ହୋଇଥିଲେ।ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଖୁବ୍ ଶୀଘ୍ର ପଦବୀ ପୂରଣ ପାଇଁ ବୈଠକ‌ରେ ନିଷ୍ପତ୍ତି ହୋଇଛି। ସରକାର କିମ୍ବା ପ୍ରଶାସନ ନୁହେଁ, ଶିକ୍ଷକ […]

ପଶ୍ଚିମ ଓଡ଼ିଶାରେ ହେବ ନୂଆ ଚିଡ଼ିଆଘର:ପ୍ରଭାତୀ ପରିଡା

ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆଖାନା । ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ଜୟଦେବ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପଶ୍ଚିମ ଓଡ଼ିଶାରେ ନୂଆ ଚିଡ଼ିଖାନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।ଓଡିଶାର ପର୍ଯ୍ୟଟନ ବିକାଶ ପାଇଁ ଅନେକ ଯୋଜନା କରିଛି ରାଜ୍ୟ ସରକାର । ସମ୍ବଲପୁର ଚିଡ଼ିଆଖାନାର ସମ୍ପ୍ରସାରଣ କରିପାରନ୍ତି ରାଜ୍ୟ ସକରାର । ଓଡିଶାରେ ଆଡଭେଞ୍ଚର ସ୍ପୋର୍ଟ୍ସ ପାଇଁ ଅନେକ ସୁଯୋଗ […]

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଅପରାହ୍ନ ୫ଟା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।ବୈଠକରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ, ୨୦୧୬ ସଂଶୋଧନ ପ୍ରସ୍ତାବ, ଆଇନ ବିଭାଗର ୨ଟି ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆଗାଁ: ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସଂପଡା କ୍ଲଷ୍ଟର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ମାଇଛେଳି ଗ୍ରାମପଞ୍ଚାୟତ ସରପଞ୍ଚ ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ ଯୋଗଦେଇ ଶିଶୁ ମାନଙ୍କ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ମାନୀତ ଅତିଥି ଭାବେ ଚିନ୍ତାମଣି ବିଦ୍ୟାପୀଠର ଶିକ୍ଷକ ବିନାୟକ ପରିଡ଼ା, ହରିହର ତ୍ରିପାଠୀ ,ହ୍ରୁଶିକେଶ ପ୍ରଧାନ ଙ୍କ ସହିତ ଶିକ୍ଷକ ପ୍ରମୋଦ କୁମାର ଖଣ୍ଡୁଆଳ , […]

ସାବଧାନ! ବଜାରରେ ମିଳୁଛି ଚାଇନା ରସୁଣ

୨୦୧୪ରୁ ଭାରତରେ ନିଷିଦ୍ଧ ହୋଇଥିବା ଚାଇନା ରସୁଣ ପୁଣି ଥରେ ବଜାରରେ ବିକ୍ରି ହେଉଛି। ଯେଉଁ ରସୁଣକୁ ଆପଣ ବଜାରରୁ ଦେଶୀ ଭାବିକି କିଣିକି ଘରକୁ ଆଣୁଛନ୍ତି ଏବଂ ରୋଷେଇ କରି ଖାଉଛନ୍ତି ତାହା କେମିକାଲରେ ପ୍ରସ୍ତୁତ ହୋଇଥିବା ଚାଇନା ରସୁଣ ହୋଇପାରେ। ଯେତେବେଳେ ବି ଆପଣ ବଜାରରୁ ରସୁଣ କିଣିବାକୁ ଯାଉଛନ୍ତି ତେବେ ଧ୍ୟାନ ରଖିବେ ରସୁଣର ଆକାର କିପରି। କାରଣ ଦେଶୀ ରସୁଣର ଆକାର ଛୋଟ, ଚାଇନା ରସୁଣ ଆକର ବଡ ହୋଇଥାଏ। ଦେଶୀ […]

ନିଆଳିରେ ସ୍କ୍ରବ୍ ଟାଇଫସ୍‌ରେ ଜଣଙ୍କର ମୃତ୍ୟୁ ।

କିଛି ଦିନ ତଳେ ସ୍ଥାନୀୟ ଅଁଳୋ ଠାରେ ଥିବା ମହିମା ଆଶ୍ରମର ସାଧୁ ପ୍ରଭାକର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ। ମାତ୍ର ସ୍ଥିତିରେ ସୁଧାର ନହେବାରୁ ତାଙ୍କୁ ଅଁଳୋ ସ୍ଥିତ ମହିମା ଆଶ୍ରମକୁ ଫେରାଇ ଅଣା ଯାଇଥିବା ବେଳେ ଗତ ୨୩ ତାରିଖ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।ସ୍ଵାସ୍ଥ୍ୟ […]

IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍

ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି। ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମିର ନିର୍ଦ୍ଦେଶକ ସହିତ ୨୦୨୩ ଡିସେମ୍ବର ୩୧ରେ ସେ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଥିଲେ।ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ୧୯୯୦ ବ୍ୟ‌ାଚ୍‌ର ଆଇପିଏସ୍‌ ଅଧିକାରୀ ତଥା […]

କୋର୍ଟରେ ହାଜର ହେଲେ ଭରତପୁର ଥାନାର ୩ ନିଲମ୍ବିତ କର୍ମଚାରୀ

ଭରତପୁର ଥାନା ଘଟଣାରେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ। ନିଲମ୍ବିତ ଥାନା ଅଧିକାରୀଙ୍କ ସହ ୩ ମହିଳା କର୍ମଚାରୀଙ୍କ ଏହି ଟେଷ୍ଟ କରାଯିବ। SDJM କୋର୍ଟରେ ସହମତି ପ୍ରକାଶ କରିଛନ୍ତି । ଗୁଜରାଟରେ ହେବ ସମସ୍ତ ଟେଷ୍ଟ । ୪ ପୋଲିସ କର୍ମଚାରୀଙ୍କ ନାର୍କୋ ଟେଷ୍ଟ, ବ୍ରେନ୍ ମ୍ୟାପିଂ ଏବଂ ପଲିଗ୍ରାଫ ଟେଷ୍ଟ କରାଯିବ । ଟେଷ୍ଟ ପାଇଁ ଅନୁମତି ଲୋଡ଼ିଥିଲା କ୍ରାଇମବ୍ରାଞ୍ଚ । ଭୁବନେଶ୍ବର SDJM କୋର୍ଟରେ ହାଜର ହୋଇଥିଲେ ପୋଲିସ କର୍ମଚାରୀ […]

ଭିଜିଲାନ୍ସ ହାତରେ ଧରା ପଡିଲେ ମହିଳା କନିଷ୍ଠ ଯନ୍ତ୍ରୀ

୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ମହିଳା କନିଷ୍ଠ ଯନ୍ତ୍ରୀ l କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ଯାଳୟ ଠାରେ ମହିଳା କନିଷ୍ଠ ଯନ୍ତ୍ରୀ ଭାନୁମୋତି ଟୁଡୁଙ୍କୁ ଧରିଛି ଜୟପୁର ଭିଜିଲାନ୍ସ ଟିମ୍ l କୁନ୍ଦୁରା ବ୍ଲକ ଅଧୀନରେ ରହିଥିବା ଘୁମର, ଆସନା, ଫୁଲଭଟ୍ଟା,ମସିଗାଁ ଏବଂ ଦିଗାପୁର ପଞ୍ଚାୟତ ଦାୟିତ୍ୱରେ ରହିଥିବା ସହକାରୀ ଯନ୍ତ୍ରୀ ଏକ ଗୁହାଳ ଗୃହ ବିଲ୍‌ ପାସ୍‌ କରାଇବା ନେଇ ଜଣେ ଠିକାଦାରଙ୍କଠାରୁ ୫୦୦୦ ଟଙ୍କା […]

 ‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର। 

‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର। କେଉଁ ଦିନ ସୁଭଦ୍ରା ସହାୟତା ମିଳିବ ସେନେଇ ଆଜି ତାରିଖ ଆସିପାରେ। ୧୭ ତାରିଖ ଦିନ ‘ସୁଭଦ୍ରା’ ଯୋଜନା ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିଦିନ ୨୫ ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଥିଲା । ଏବେ ଆବେଦନ ୯୨ ଲକ୍ଷ ଟପିଥିବା ବେଳେ କିସ୍ତି ଅପେକ୍ଷାରେ ହିତାଧିକାରୀ ରହିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାରିଖ ଘୋଷଣା […]

ଉଧାର ମାତୃତ୍ୱ ପାଇଁ ମହିଳାଙ୍କୁ ୧୮୦ଦିନ ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନ ଛୁଟି

ଏଣିକି ଉଧାର ମାତୃତ୍ୱ(ସରୋଗେସୀ) ଦ୍ୱାରା ମା’ ହେଉଥିବା ମହିଳା କର୍ମଚାରୀଙ୍କୁ ଏଣିକି ୧୮୦ଦିନ ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର ମାତୃତ୍ୱ ଓ ପିତୃତ୍ୱ ଛୁୂଟି ମଳିବ । ସରୋଗେସୀ ପାଇଁ ରାଜ୍ୟ ସରକାରଙ୍କ ଏହି ନୂଆ ଛୁଟି ନିୟମ କାର୍ଯ୍ୟକାରୀ ହୋଇଛି ।ଅର୍ଥ ବିଭାଗର ବିଜ୍ଞପ୍ତି ଅନୁସାରେ, ଜଣେ ରାଜ୍ୟ ମହିଳା କର୍ମଚାରୀ ଯଦି ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘ସରୋଗେଟ ମା’ ହୁଅନ୍ତି ତା’ହେଲେ ସେ ୧୮୦ଦିନ ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ବିବେଚିତ […]