ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍ଉ

ପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ପାଇବା ଫଳରେ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ଅଧିକ ପରିମାଣର ଜଳ ପ୍ରବେଶ କରୁଛି। ଫଳରେ ଆଉ ୨ଟି ଗେଟ ଖୋଲାଯାଇଛି। ଗତ ସନ୍ଧ୍ୟାରେ ୨ଟି ଗେଟ ଖୋଲା ଯାଇଥିବା ବେଳେ ଏବେ ମୋଟ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ତେବେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ହେବା ନେଇ […]

ରାସ୍ତା ଉପରେ ପୂଜା ପେଣ୍ଡାଲ ଓ ତୋରଣ ନିର୍ମାଣ କରିବାକୁ ବାରଣ କଲେ ହାଇକୋର୍ଟ

ରାଜ୍ୟରେ ଦଶହରା ଉତ୍ସବକୁ ନେଇ ଓଡ଼ିଶା ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି କୋର୍ଟ। ଶବ୍ଦ ପ୍ରଦୂଷଣ ରୋକିବା ଲାଗି ଡିଜେ ନବଜାଇବା, ବିଦ୍ୟୁତ ତାର ରାସ୍ତା ଉପରେ ନପକେଇବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।। ତେବେ ଆସନ୍ତା ମାସ ୫ ତାରିଖ ସୁଦ୍ଧା ବିପର୍ଯ୍ୟସ୍ତ ହୋଇପଡିଥିବା ରାସ୍ତାଘାଟ ଗୁଡିକ ବ୍ୟବହାର ଯୋଗ୍ୟ ହୋଇପାରିବ ବୋଲି ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇ ହାଇକୋର୍ଟଙ୍କୁ ଜଣାଇଛନ୍ତି […]

ସୁଇସାଇଡ୍‌ ମେସିନ ସାହାଯ୍ୟରେ ପ୍ରଥମ ଆତ୍ମହତ୍ୟା

ସ୍ବିଜରଲ୍ୟାଣ୍ଡର ସରୋକ ସୁସାଇଡ୍ କ୍ୟାପସୁଲ୍‌ରେ ପ୍ରଥମ ସୁଇସାଇଡ୍ କେସ୍ । ଜଣେ ମହିଳା ପ୍ରଥମ ଥର ପାଇଁ ଏଥିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆମେରିକାର ଜଣେ ୬୪ ବର୍ଷୀୟା ମହିଳା ସରୋକରେ ସବୁ ଦିନ ପାଇଁ ଶାନ୍ତି ଶୋଇଯାଇଛନ୍ତି ।ଜର୍ମାନ ସୀମା ନିକଟ ଏକ ଜଙ୍ଗଲରେ ସ୍ଥାନୀୟ ସମୟ ଅପରାହ୍ନ ୪ଟା ସମୟରେ ସେ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ସଭିଙ୍କୁ ଆଚମ୍ବିତ କରିଛି। ସ୍ୱିସ୍ ଅଧିକାରୀମାନେ ଅନେକ ଲୋକଙ୍କୁ ଗିରଫ କରିଛନ୍ତି।ବନ୍ଧା ହୋଇଥିବା ଅଭିଯୁକ୍ତଙ୍କ […]

ମାନସିକ ପୂରଣ ହେଲାଣି ତେଣୁ ମନ୍ଦିର ପରିସରରେ ଆତ୍ମହତ୍ୟା କଲେ

ବେଳେବେଳେ ଅନ୍ଧବିଶ୍ୱାସ ମଣିଷର ଜୀବନ ନେଇପାରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଧରାକୋଟ ବ୍ଲକ ବେଠୁଆରେ । ଦୀର୍ଘ ୨୧ ଦିନ ଧରି ମା ଙ୍କ ପୀଠରେ ଗୁହାରିଆ ପଡିଥିବା ଜଣେ ଅଵସର ପ୍ରାପ୍ତ ଶିକ୍ଷକ ନିରାଶ ହୋଇ ମନ୍ଦିର ପରିସରେ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଦୀର୍ଘ ୨୧ ଦିନ ଧରି ଅବସର ପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଦାନ ମା ଘୋଡ଼ାଦେଇଙ୍କ ମନ୍ଦିରରେ ଅଧିଆ ପଡିଥିଲେ l ଗୁରୁବାର ତାଙ୍କ ମାନସିକର […]

ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡ: କେମିତି ଓ କାହିଁକି ମାରିଥିଲା ମୁକ୍ତିରଞ୍ଜନ?

ବେଙ୍ଗାଲୁରୁରେ ନିଜ ବାନ୍ଧବୀଙ୍କୁ ହତ୍ୟା କରି ଶବକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ ଭିତରେ ରଖିବା ଘଟଣାରେ ଟ୍ବିଷ୍ଟ । ସାନ ଭାଇକୁ ହତ୍ୟା ଘଟଣା କହିଥିଲା ହତ୍ୟାକାରୀ ମୁକ୍ତି ରଞ୍ଜନ । ଗଣମାଧ୍ୟମରେ ଏସପି କହିଛନ୍ତି ଯେ ମୁକ୍ତିରଞ୍ଜନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତଦନ୍ତ ପ୍ରକ୍ରିୟାରେ ଭଦ୍ରକ ପୁଲିସ ପକ୍ଷରୁ ବେଙ୍ଗାଲୁରୁ ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି। ମୁକ୍ତରଞ୍ଜନଙ୍କ ମୃତ୍ୟୁ ପରେ ପୁଲିସ ଏକ ଲାପଟପ, ଡାଏରୀ ସହ […]

ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର

ଭୋଗ, ମହାପ୍ରସାଦରେ ନିମ୍ନମାନର ଘିଅ ବ୍ୟବହାର ପ୍ରସଙ୍ଗ। ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍‌ ଅଫିସର। ଏହି ଅଧିକାରୀ ଭୋଗ, ମହାପ୍ରସାଦର ମାନ ଯାଞ୍ଚ କରିବେ। କେବଳ ମାନ ଯାଞ୍ଚ ନୁହେଁ, ଭୋଗରେ ବ୍ୟବହୃତ ସାମଗ୍ରୀର ବି ଯାଞ୍ଚ କରିବେ ଫୁଡ୍‌ ଅଫିସର । ଖୁବ୍‌ ଶୀଘ୍ର ଶ୍ରୀମନ୍ଦିରରେ ଫୁଡ୍ ଇନ୍ସପେକ୍ଟରଙ୍କୁ ନିଯୁକ୍ତ କରାଯିବ। ଏଥିସହ ମନ୍ଦିରରେ ବ୍ୟବହୃତ ସମସ୍ତ ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ବି ଯାଞ୍ଚ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଖୁବଶୀଘ୍ର […]

ମଝି ସମୁଦ୍ରରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ

ପାରାଦୀପ ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ । ଗୁରୁବାର ଦୁଇଟି ମାଛଧରା ବୋଟ ଅଚଳ ହୋଇଯିବାରୁ ମଝି ସମୁଦ୍ରରେ ଫସିରହିଥିବା ସୂଚନା ମିଳିଛି। ସମସ୍ତଙ୍କୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡ ଓ ମେରାଇନ୍‌ ପୋଲିସର ଉଦ୍ୟମ ଜାରି ରହିଛି । ସୂଚନାମୁତାବକ ଆଜି ସକାଳେ ପ୍ରଥମେ ଏକ ମାଛଧରା ବୋଟ ସମୁଦ୍ର ମଝିରେ ଅଚଳ ହୋଇ ଯାଇଥିଲା। ସୂଚନା ପାଇ ତୁରନ୍ତ ତାହାକୁ ଉଦ୍ଧାର କରିବାକୁ ଅନ୍ୟ ଏକ ବୋଟ ସମୁଦ୍ର ମଝିକୁ ଯାଇଥିଲା। ମାତ୍ର ସମୁଦ୍ର […]

ଲୋକନୃତ୍ୟ ପ୍ରତି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବା ଆବଶ୍ୟକ: ବି ଇ ଓ

ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ଲୋକନୃତ୍ୟ ର ମହତ୍ତ୍ଵ ଉପରେ କହିଥିଲେ।ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାସ,ନୂଆଗାଁ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ମହିପୁର ସରକାରୀ […]

ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା କରି ଫ୍ରିଜରେ ଲୁଚାଇ ରଖିବା ଘଟଣା ।

ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା କରି ଫ୍ରିଜରେ ଲୁଚାଇ ରଖିବା ଘଟଣା । ପୋଲିସର ସନ୍ଦେହ ଘେରରେ ଥିବା ଯୁବକ ଗାଁକୁ ଆସି ଆତ୍ମହତ୍ୟା କରିଛନ୍ତି । ମୁଖ୍ୟ ସନ୍ଦିଗ୍ଧ ମୁକ୍ତିରଞ୍ଜନ ରାୟ ଓଡିଶାରେ ଆତ୍ମହତ୍ୟା କରିଛନ୍ତି । ବେଙ୍ଗାଲୁରୁର ଭାୟାଲିଭାଲରେ ରହୁଥିବା ମହିଳା ମହାଲକ୍ଷ୍ମୀ ହତ୍ୟାକାଣ୍ଡରେ ରୟଙ୍କୁ ବେଙ୍ଗାଲୁରୁ ପୋଲିସ ଚିହ୍ନଟ କରିଥିଲା । ବହୁ ଦିନର ଅନୁସନ୍ଧାନ ପରେ କର୍ତ୍ତୃପକ୍ଷ ତାଙ୍କ ଜିବା ଆସିବା ଉପରେ ନଜର ରଖିଥିଲେ । କେବଳ ଜାଣିବାକୁ ପାଇଲେ ଯେ […]

ପୁରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା ।

ଲଘୁଚାପ ଯୋଗୁଁ  ସ୍କୁଲ ଛୁଟି ଘୋଷଣା ହୋଇଛି। ଦିନକ ପାଇଁ ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏନେଇ ସୂଚନା ଦେଲେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମଧ୍ୟମଧରଣର ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ […]

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି

ଦୁଇ ଦିନ ହେବ ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେଉଛି। ଏହା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ । ସୂଚନା ଅନୁଯାୟୀ  ଗୁରୁବାର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଦେଖିବାକୁ ମିଳିଛି । ବର୍ଷା ପାଣିରେ ପଶି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରୁଛନ୍ତି ପର୍ଯ୍ୟଟକ । ସଠିକ ଭାବେ ମନ୍ଦିର ପରିସରରୁ […]

୩ ନୂଆ କମିଟି ଗଠନ କଲା ବିଜେଡି,ପ୍ରସନ୍ନ, ଅତନୁ ଓ ସଞ୍ଜୟଙ୍କୁ ନୂଆ ଦାୟିତ୍ୱ

ପ୍ରଥମ ଥର ରାଜ୍ୟରେ ବିରୋଧୀ ଦଳ ଭୁମିକା ନିର୍ବାହ କରୁଥିବା ବିଜୁ ଜନତା ଦଳ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବାରେ ଲାଗି ପଡ଼ିଛି। ଏହି କ୍ରମରେ ବିଜେଡି ୩ ନୂଆ କମିଟି ଗଠନ କରିଛି। ଉପଦେଷ୍ଟା କମିଟିରେ ୧୭ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି।ସେହିଭଳି ମେମ୍ବରଶିପ୍ ଡ୍ରାଇଭ କମିଟିରେ ୨୨ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ। ଯେଉଁମାନେ ଦଳର ସଦସ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବେ। ଏହି କମିଟିରେ ଅନେକ ପୁରୁଖାଙ୍କ ସହ ନୂଆ […]