ପାରାଦୀପରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଉପକୂଳ ସମରାଭ୍ୟାସ । ଏହି ମିଳିତ ସମରାଭ୍ୟାସର ନାଁ ରଖାଯାଇଛି ‘ସାଗର କବଚ-୨’ । ଏହି ମିଳିତ ସମରାଭ୍ୟାସରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନୌସେନା, ବନବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ଏଥିରେ ସାମିଲ ହୋଇଥିବା ଜଣାପଡିଛି । ଚଳିତ ବର୍ଷର ଦ୍ବିତୀୟ ସମରାଭ୍ୟାସ ସାଗର କବଚ-୨ ଦୁଇଦିନ ଧରି ଗଭିର ସମୁଦ୍ରରେ ଆରମ୍ଭ ହୋଇଯାଇଛି। ଏହି ମିଳିତ ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ […]
ରାଉରକେଲାରେରେ ଘଟିଛି ଲଜ୍ଜାଜନକ ଘଟଣା। ଯୌନ ପିପାସୁମାନେ ନାବାଳିକାଙ୍କୁ ଛାଡ଼ି ନାହାନ୍ତି। ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ରଘୁନାଥପାଲି ଥାନା ଅଞ୍ଚଳ ଏକ ରେଷ୍ଟୁରାଣ୍ଟରେ ଜଣେ ନାବାଳିକାକୁ ୫ ଜଣ ଗଣଦୁଷ୍କର୍ମ କରିଛନ୍ତି । ଯାହାର ଅଭିଯୋଗ ରଘୁନାଥପାଲି ଥାନାରେ ହୋଇଛି । ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି ଓ ଘଟଣାର ତଦନ୍ତ କରୁଛି।ଗତ ୨୧ ତାରିଖରେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ବିଶ୍ରା ଛକ ନିକଟ ଜଙ୍ଗଲରେ ଦୁଇ […]
କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ମଙ୍ଗଳବାର ପଶ୍ଚିମ-କେନ୍ଦ୍ରୀୟ ତତ୍ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।୨୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ାର କିଛି ସ୍ଥାନରେ ପ୍ରବଳ […]
ଭରତପୁର ଥାନା ମାମଲାରେ ତଦନ୍ତକୁ ଜୋରଦାର କରୁଛି କ୍ରାଇମବ୍ରାଞ୍ଚ। ବିଭିନ୍ନ ଦିଗକୁ ନେଇ ତଦନ୍ତ ଆଗକୁ ବଢୁଛି। ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା କରିବ କ୍ରାଇମବ୍ରାଞ୍ଚ ଟିମ୍।ଏହାପରେ ପଥରଗାଡିଆ ଯିବ ଟିମ୍ । ପଥରଗାଡ଼ିଆ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କିଛି ରୋଡ୍ ରୋମିଓ ଝାମେଲା କରିଥିଲେ। ସେହିପରି ଭରତପୁର ଥାନାରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏସବୁ ସ୍ଥାନରେ ସେଦିନ କ’ଣ ଘଟିଥିଲା, କେଉଁ ପରିସ୍ଥିତିରେ ଗଣ୍ଡଗୋଳ ହୋଇଥିଲା ? […]
ଉଚ୍ଚ ଶିକ୍ଷାନୁଷ୍ଠାନରେ ନାହିଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି। ଯୌନ ନିର୍ଯାତନା ଘଟଣାରେ ଅଭିଯୋଗ ଦେବା ପାଇଁ ନାହିଁ କୌଣସି ବ୍ୟବସ୍ଥା। ୭ ଦିନ ମଧ୍ୟରେ ଗଠନ କର ଆଭ୍ୟନ୍ତରୀଣ ଅଭିଯୋଗ କମିଟି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ଚଳିତ ମାସ ୩୦ ସୁଧା କମିଟି ଗଠନକୁ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ରାଜ୍ୟରେ ଛାତ୍ରୀଛାତ୍ରଙ୍କ ପାଇଁ ଅଟୋମେଟେଡ୍ ପରମାନେଟ୍ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି (ଏପିଏଏଆର୍) ରହିବ ଓ ୧୨ ଅଙ୍କ ବିଶିଷ୍ଟ ଏହି ନମ୍ବରରେ […]
ଓଡ଼ିଶା ନର୍ସିଂ ଅଧିକାରୀ ସଂଘ ଆଜିଠୁ ପୁଣି ଆନ୍ଦୋଳନ କରିବ। ଦୁଇ ଦିନ ଧରି ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ସେବା ବର୍ଜନ କରିବ ଏବଂ ଏହାପରେ ଯଦି ସରକାର ଦାବି ପୂରଣ ନକରନ୍ତି ୨୭ରୁ ଅନିର୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ |ଏସମା ଲାଗିଥିବାରୁ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ ଓ ଅଧୀକ୍ଷକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନର୍ସିଂ ନିର୍ଦ୍ଦେଶକ। ଚିଠିରେ ଉଲ୍ଲେଖ […]
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୧ତମ ଏସ୍ଏଲ୍ଏସଡବ୍ଲୁସିଏ ବୈଠକରେ ୩୧ଟି ବୃହତ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଯାହାର ମୋଟ ମୂଲ୍ୟ ୪ ହଜାର ୯୫୪.୨୬ କୋଟି ଟଙ୍କା। ୧୪ଟି ଜିଲ୍ଲାରେ ଏହି ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ୨୪୧୬୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ପ୍ରକଳ୍ପ ଗୁଡିକ ହେଲା ମେକାନିକାଲ ଓ ଇଲେକ୍ଟ୍ରିକାଲ କ୍ୟାପିଟାଲ ଗୁଡସ୍, ଫୁଡ୍ ପ୍ରୋସେସିଂ,ପ୍ୟାକେଜିଂ, ଟେକ୍ସଟାଇଲ, ବାୟୋଫୁଏଲ, ଗ୍ରୀନ୍ ଏନର୍ଜି ଉପକରଣ,ଷ୍ଟିଲ (ଡାଉନଷ୍ଟ୍ରିମ), ପ୍ଲାଷ୍ଟିକ, ଫୁଡ୍, ମୃଦୁପାନୀୟ, […]
ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ ପଡୁ ନ ଥିଲା। ୨୦୨୦ ପରଠୁ ବନ୍ଦ ଥିବା ପରୀକ୍ଷା ଫି’ ଚଳିତ ବର୍ଷଠୁ ପୁଣି ଆରମ୍ଭ ହେବ ବୋଲି ବୋର୍ଡ ସୂତ୍ରରୁ ଏକ ସୂଚନା ମିଳିଛି।ଫି’ ବୃଦ୍ଧି ପାଇଁ ବୋର୍ଡ କର୍ତ୍ତୃପକ୍ଷ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୋର୍ଡ କର୍ତ୍ତୃପକ୍ଷ ମାଟ୍ରିକ ପରୀକ୍ଷା ଫି’ ବୃଦ୍ଧି ନେଇ […]
ଓଡ଼ିଶା ନର୍ସିଙ୍ଗ କର୍ମଚାରୀ ସଂଘଙ୍କ ଦ୍ୱାରା ଆସନ୍ତକାଲି ଆନ୍ଦୋଳନ ପାଇଁ ଡକରା ହୋଇଥିଲା। ଯାହାର ଗୋଟିଏ ଦିନ ପୂର୍ବରୁ ସବୁ CDMO ଓ ସରକାରୀ ମେଡିକାଲ କଲେଜଙ୍କୁ ଚିଠି ଲେଖିଛନ୍ତି ସରକାର।। ଆନ୍ଦେଳନ ଉପରେ ରୋକ୍ ଲଗାଇବା ସହ କୌଣସି ନର୍ସିଂ କର୍ମଚାରୀ ଷ୍ଟ୍ରାଇକ୍ କରୁଥିଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ଚେତାବନୀ ଦେଇଛନ୍ତି। ଏସମା ଲାଗୁଥିବାରୁ ଆନ୍ଦୋଳନ କରିପାରିବେ ନାହିଁ ନର୍ସିଂ କର୍ମଚାରୀ। ଆସନ୍ତାକାଲିଠୁ ଆନ୍ଦୋଳନରେ ବସିବାକୁ ଚେତାବନୀ ଦେଇଥିଲା ନର୍ସିଂ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ, ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ଗତିଶ୍ଵର ଡିଗ୍ରୀ ମହାବିଦ୍ୟାଳୟ, ମାଳିସାହି, ନୟାଗଡ ଠାରେ ସୋସିଆଲ ମିଡିଆର ନିରାପତ୍ତା ଏବଂ ସାଇବର ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି । ଅଧକ୍ଷ ସୁଶାନ୍ତ କୁମାର କର ସ୍ଵାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ […]
ସୁନ୍ଦରଗଡ ଜିଲା ବଣାଇ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଲିସକୁ ହୋଇଛି ତୀରମାଡ। ଯେଉଁଥିପାଇଁ ଗୁରୁତର ଆହତ ହୋଇଛନ୍ତି ଆଇଆଇସି। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅଞ୍ଚଳରେ ଘଟିଛି। ସବୁଦିନ ପରି ଆଜି ମହୁଲପଦା ଥାନାର ବଡ଼ଜଲ ପ୍ରାଥମିକ ସ୍କୁଲ ଖୋଲିଥିଲା। ଆଉ ପିଲାମାନେ ଓ ସାର୍ ସ୍କୁଲ ଆସିଥିଲା। ପ୍ରାର୍ଥନା ପରେ ପାଠ ପଢ଼ା ଆରମ୍ଭ ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୨ଟା ବେଳେ ଜଣେ ବ୍ୟକ୍ତି ଧନୁ ଓ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜ ଠାରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏହାର ସ୍ଥାପନା ଦିବସ ଓ ନୂତନ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କର ଅଭିମୁଖୀକରଣ ଉତ୍ସବ ଏକତ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମହାମନିଷୀମାନଙ୍କର ଉଦ୍ଧୃତି ସମ୍ବଳିତ ଫଟୋଚିତ୍ର ପ୍ରଦର୍ଶନୀକୁ ପ୍ରଥମେ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ଉଦଘାଟନ କରି ସଭାରେ ପୌରୋହିତ୍ୟ କରିଥିବା ବେଳେ ଜାତୀୟ ସେବା ଯୋଜନା ନୟାଗଡ ଜିଲ୍ଲା ସଂଯୋଜକ ଡକ୍ଟର ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି […]
