ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ତା ୫.୯.୨୦୨୪ ରାୟଗଡା ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପାରୁଲ ପଟ।ୱରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର କଂହର, ରାୟଗଡା ଉପଜିଲ୍ଲାପାଳ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା ଦେବୀ, ଜିଲ୍ଲା ଶିକ୍ଷାଧିକାରୀ ଡ: ବସନ୍ତ କୁମାର ନାୟକ, ଅତିରିକ୍ତ […]

ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ

ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ। ଏନେଇ ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି। । ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ମଡେଲ ସ୍କୁଲ ହେବ। ଏହାର ନାମ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରହିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏଭଳି ୫ ଶହ ସ୍କୁଲ ନିର୍ମାଣ କରାଯିବ।ଏନେଇ ବଜେଟରେ ବ୍ୟବସ୍ଥା ହୋଇଥିବା ନେଇ […]

ନୟାଗଡ଼ ଜିଲ୍ଲାରେ ବୁଲିଲା କୌଶଳ ରଥ

ନୟାଗଡ଼, (ଓଡ଼ିଶା ଦର୍ପଣ): ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି କୌଶଳ ରଥ ପରିକ୍ରମା ।  ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ କୌଶଳ ରଥର ଶୁଭାରମ୍ଭ କରାଯାଇଛି । ଏହା ଜିଲ୍ଲାର ସମସ୍ତ ଆଠଟି ବ୍ଲକ ଏବଂ ପୌରାଞ୍ଚଳରେ ପରିକ୍ରମା କରିବ।  ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ କୌଶଳ ରଥର […]

୨୦୨୩ରେ ରାଜ୍ୟରେ ମୋଟ ୧୨ ହଜାର ୫୨ସଡ଼କ ଦୁର୍ଘଟଣା ଘଟିଥିଲା

ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା । ୨୦୨୩ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୫ ହଜାର ୬୯୬ ଜଣଙ୍କ ଜୀବନ ଯାଇଛି । ଆଉ ଆହତ ହୋଇଛନ୍ତି ୧୦ ହଜାର ୪୧୯ ଜଣ ବୋଲି ବିଧାନସଭାରେ ଉତ୍ତରେ ଦେଇଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେହିପରି ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗତ ୫ ବର୍ଷ ମଧ୍ୟରେ ମୋଟ ୫୫ ହଜାର ୫୮୦ଟି ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨୬ ହଜାର ୩୨୫ […]

ଶୂନ୍ୟକାଳରେ ରେଭେନ୍ସା ତାତି; ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କଲା ବିଜେଡି

ଗୁରୁବାର ବିଧାନସଭା ଶୂନ୍ୟକାଳରେ ରେଭେନ୍ସା ପ୍ରସଙ୍ଗ ଉଠାଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। ରେଭେନ୍ସା କଲେଜର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଛନ୍ତି ।ତେବେ ସେ ରେଭେନ୍ସା ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ସ୍ୱାଧୀନତା ସଂଗ୍ରାମୀ ମାନେ ଯେଉଁଠି ପ୍ରଶ୍ନ କରିନଥିଲେ ସେଠାରେ ଅତୀତର ଇତିହାସକୁ ବର୍ତ୍ତମାନର ପୀଢି କାହିଁକି ତର୍ଜମା କରିବେ। ଇତିହାସକୁ ବିକୃତ କରୁଥିବାରୁ ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି।ରେଭେନ୍ସା ତାଙ୍କ କାର୍ଯ୍ୟକାଳରେ ଓଡ଼ିଆ ପଢ଼ାଯିବା […]

ବର୍ଷକୁ ଛାତ୍ରୀଛାତ୍ରଙ୍କୁ ୫ ହଜାର ଦେବେ ସରକାର

ଚଳିତ ବର୍ଷରୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଲାଗୁ ହେବ। ଏସ୍‌ସି/ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା ମିଳିବ। କ୍ୟାବିନେଟ ନିଷ୍ପତ୍ତି ନେଇ ଗୃହରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଛନ୍ତି। ଏହି ଯୋଜନାରେ ଉପକୃତ ହେବେ ୩ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ । । ଏହି ଯୋଜନାରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ହଜାର ଟଙ୍କାର ଆର୍ଥିକ ସହାୟତା । ଏହି ଯୋଜନା […]

୫ ବର୍ଷରେ ବଜ୍ରପାତରେ ଏତିକି ଜଣଙ୍କ ମୃତ୍ୟୁ ହୋଇଛି

ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ ବୋଲି ଗୁରୁବାର ବିଧାନସଭା ପ୍ରଶ୍ନକାଳ ସମୟରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି।ମନ୍ତ୍ରୀ କହିଲେ, ଯେଉଁ ରାଜ୍ୟରେ ଖଣିଜ ପଦାର୍ଥ ବେଶୀ ଥାଏ ସେଠି ବଜ୍ରପାତ ମୃତ୍ୟୁ ସଂଖ୍ୟା ବେଶୀ । ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୫ ବର୍ଷ ଭିତରେ ଓଡ଼ିଶା, ଭାରତ ବର୍ଷର ସବୁ ରାଜ୍ୟଠାରୁ ଅଧିକ । ଓଡ଼ିଶାରେ ୫ ବର୍ଷରେ ବଜ୍ରପାତରେ […]

ଅଭିଯୋଗପତ୍ର ମାଳ ପିନ୍ଧି ରାସ୍ତାରେ ଗଡ଼ି ଗଡ଼ି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ବ୍ୟକ୍ତି

ବାରମ୍ବାର ଅଭିଯୋଗ ସତ୍ବେ ଶୁଣିଲାନି ପ୍ରଶାସନ। ସରକାରୀ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଦୁର୍ନୀତି ବିରୋଧରେ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଜଣେ ବ୍ୟକ୍ତି। ଏପରି ଏକ ଦୃଶ୍ୟ ମଧ୍ୟପ୍ରଦେଶ ନିମଚ ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି।ମଙ୍ଗଳବାର ନେମୁଚ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଚାଲିଥିବା ବେଳେ ମୁକେଶ ପ୍ରଜାପତି ନାମକ ଜଣେ ବ୍ୟକ୍ତି ବେକରେ ଅଭିଯୋଗର ମାଳ ପିନ୍ଧି ଗଡ଼ିଗଡ଼ି ଆସୁଥିବା ଦେଖିବାକୁ ମିଳିଥିଲା। ସେ ଦେହସାରା ଦସ୍ତାବିଜ୍‌ ଗୁଡ଼େଇ ହୋଇଥିଲେ। ତାଙ୍କୁ […]

ବିଜେପିର ମିଛକୁ ପଦାକୁ ଆଣ

 ଶଙ୍ଖ ଭବନରେ ବିଜେଡି ଜିଲା କର୍ମକର୍ତ୍ତା ସମାବେଶରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପାକୁ କଡ଼ା ଟାଗେଟ୍‌ କରିଛନ୍ତି। ନବୀନ କହିଛନ୍ତି, ଭାଜପା ନିର୍ବାଚନ ସମୟରେ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଛି। ସାମ୍ବାଦିକ ସମ୍ମିଳନୀରେ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ବିଜେପି ମହିଳା ସରକାରକୁ ଆସିବା ପୂର୍ବରୁ ପ୍ରତି ମହିଳାମାନଙ୍କୁ  ୫୦ ହଜାର ଦେବେ କହିଥିଲେ I ୨ ବର୍ଷକୁ ଥରେ ୫୦ ହଜାର ଦେବେ କହିଥିଲେ I   ଏବେ  ୫ ବର୍ଷରେ ୫୦ ହଜାର […]

ମହଙ୍ଗା ମାଡରେ ଖାଉଟି କଲବଲ । ପାଖାପାଖି ୫୦ ଟଙ୍କା ଉପରେ ସବୁ ପରିବା ଦର

କିଛିଦିନ ତଳେ ଆଳୁ ଦର ବୃଦ୍ଧିକୁ ନେଇ ରାଜ୍ୟବାସୀ ମୁଣ୍ଡରେ ହାତ ଦେଇଥିଲେ। ଖାଉଟିଙ୍କ ଅସନ୍ତୋଷ ପରେ ରାଜ୍ୟ ସରକାର ଦର ନିୟନ୍ତ୍ରଣକୁ ଆଣିବା ଲାଗି ନାନା କଟକଣା ଓ ପଦକ୍ଷେପ ନେଇଥିଲେ। ଫଳରେ ଆଳୁ କେ.ଜି. ୬୦ରୁ ଏବେ ୩୫ ତଳକୁ ଖସିଛି। ହେଲେ ଏବେ ପିଆଜ, ରସୁଣ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଗ୍ରାହକଙ୍କୁ ମହଙ୍ଗା ମାଡ଼। ବଢି ଚାଲିଛି ପରିବା ଦର। ଏବେ ବଜାରରେ ସବୁ ପରିବାର ଦର ୫୦ ଉପରେ। କଟକ […]

ଆଜି ପବିତ୍ର ଗୁରୁ ଦିବସ।

ଆଜି ପବିତ୍ର ଗୁରୁ ଦିବସ । ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ମନେ ପକାଉଛି ସାରା ଦେଶ । ଏନେଇ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଶେଷ ଆୟୋଜନ କରାଯାଉଛି । ଗୁରୁ ଦିବସ ମଧ୍ୟ ଆମ ଦେଶରେ ଏକ ବଡ ପର୍ବ ଭାବେ ପାଳନ କରାଯାଏ । ଏହି ଦିନ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିବସ। ୧୮୮୮ ସେପ୍ଟେମ୍ବର ୫ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୨ ପରଠାରୁ ତାଙ୍କ ଜନ୍ମଦିନ […]

ଜବାହର ନବୋଦୟ ଚୟନ ପରୀକ୍ଷା ପାଇଁ ଆବେଦନ ଗ୍ରହଣ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ନାମଲେଖା ପାଇଁ ଚୟନ ପରୀକ୍ଷା ଆସନ୍ତା ଜାନୁୟାରୀ ମାସ ୧୮ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲାରେ ୫ମ ଶ୍ରେଣୀରେ ପଢ଼ୁଥିବା ଏବଂ ନୟାଗଡ଼ ବାସିନ୍ଦା ପ୍ରମାଣ ପତ୍ର ଥିବା ଆଶାୟୀ ପ୍ରାର୍ଥୀ ମାନେ ଏଥିରେ ଆବେଦନ କରି ପାରିବେ। ଆବେଦନ କରିବାର ଶେଷ ତାରିଖ ଚଳିତ ସେପ୍ଟେମ୍ବର ମାସ ୧୬ ତାରିଖ ରହିଛି। ଆବେଦନ କରିବା ପାଇଁ […]