ରାଜ୍ୟ କଂଗ୍ରେସର ଷ୍ଟିଅରିଂ କମିଟି ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଏଆଇସିସି ସବୁ କଥା ଚିନ୍ତା କରି ନିଷ୍ପତ୍ତି ନେଇଛନ୍ତି। ଷ୍ଟିଅରିଂ କମିଟିରେ ଅନେକ ବରିଷ୍ଠ ନେତାଙ୍କ ନାଁ ନାହିଁ, ବରିଷ୍ଠ ନେତାଙ୍କୁ ଦଳ କୋଣଠେସା କରୁଛି କି, ଏହା ଉତ୍ତରେସେ କହିଛନ୍ତି, ଏଠି କୌଣସି ନେତାଙ୍କୁ କୋଣଠେସା କରାଯାଇନାହିଁ। ଯିଏ କାମ କରିବ ସେ ପଦ ପଦବୀରେ ନଥାଇ ଯିଏ ବି କାମ କରୁଛି, ତାକୁ ପଦ ପଦବୀରେ ରହିବାର […]
ବଡ଼ଦେଉଳର ବଡ଼ଠାକୁରଙ୍କ ପାଇଁ ତିଆରି ଚାଲିଛି ରାଖି। ଗହ୍ମା ପୁନେଇରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ଭଉଣୀ ସୁଭଦ୍ରା ପିନ୍ଧାଇବେ ରାଖି। ଚାରିଟି ବଡ଼ ରାଖି ସମେତ ମହାପ୍ରଭୁ ଶ୍ରୀଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ଶ୍ରୀବଳଭଦ୍ର ନେଳି ଓ ବାଇଗଣି ରଙ୍ଗର ଗୁଆମାଳ ପରିଧାନ କରିଥାଆନ୍ତି। ଏହାବ୍ୟତୀତ ସେଇ ବାସୁଙ୍ଗାପାଟରେ ୧୫ଟି ଛୋଟ ରାଖି ପ୍ରସ୍ତୁତ କରିଥାଆନ୍ତି। ପାର୍ଶ୍ବ ଦେବଦେବୀମାନେ ଏହି ରାଖି ପରିଧାନ କରିଥାନ୍ତି। ରାଖି ଓଲାଗି ହେବା ପରେ ଗୋଟିଏ […]
ବିଧାନସଭାରେ ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ କରିଛି ବିଜେଡି। କାହିଁକି ବୟକଟ କଲେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ।ବିଧାନସଭାର ବିଧି ଓ ବ୍ୟବସ୍ଥାକୁ ଭଙ୍ଗ କରୁଛି ଶାସକ ଦଳ। ଗୃହର ନିଜସ୍ୱ ନିୟକ ରହିଛି ଓ ଏହାକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ। ଉଦଘାଟନ କିଏ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ନେଇ ଆପତ୍ତି ଉଠାଇଥିଲା ବିଜେଡି। ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ କିମ୍ବା […]
ନୂଆ ପୋଲିସ ଡିଜି ଭାବେ ଓ୍ବାଇ ବି ଖୁରାନିଆ କାର୍ଯ୍ୟଭାର ସମ୍ଭାଳିବା ପରେ ଶନିବାର ସସ୍ତ୍ରୀକ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। । ଶ୍ରୀମନ୍ଦିରର ସିଂହଦ୍ୱାର ଠାରେ ପହଞ୍ଚିବା ପରେ ପୁରୀ ଏସ୍ପି ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସ୍ୱାଗତ ଜଣାଇଥିଲେ । ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଭକ୍ତଙ୍କ […]
ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ । ପୁଣି ଥରେ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଲୋକଙ୍କ ଗହମ ପାଇଁ ଚାହିଦାକୁ ଦୃଷ୍ଟିରେ ରଖି ଦାବି ରଖିଛି […]
ଅଟଲ ସେତୁ ଉପରେ ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିଲେ ଜଣେ ଯୁବତୀ। ଏହି ସମୟରେ ଦେବଦୂତ ସାଜି ଜୀବନ ବଞ୍ଚାଇଥିଲେ ଜଣେ ଟ୍ୟାକ୍ସି ଡ୍ରାଇଭର।କୁହାଯାଉଛି ଯେ ଶୁକ୍ରବାର ସା ୭ଟାରେ ଜଣେ ମହିଳା ମୁମ୍ବାଇରୁ ନାଭି ମୁମ୍ବାଇକୁ ସଂଯୋଗ କରୁଥିବା ଅଟଳ ବ୍ରିଜରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ମହିଳା ଅଟଳ ବ୍ରିଜ ଉପରକୁ ଯାଇ ଫ୍ଲାଏଓଭରରୁ ସମୁଦ୍ରକୁ ଡେଇଁବାକୁ ଚେଷ୍ଟା କରିଥିଲେ।ତେବେ ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ମହିଳାଙ୍କୁ ଧରିଥିଲେ। ଏହି ସମୟରେ ଅଟଳ ସେତୁରେ […]
ଧରାପଡ଼ିଲା ବଡ଼ଧରଣର ଅନଲାଇନ୍ ବେଟିଂ ଓ ଜାଲିଆତି । ମାମଲାରେ ୪ଜଣଙ୍କୁ ଗିରଫ କରିଛି କୋଲକାତା ଇଡି। ଏମାନଙ୍କ ମଧ୍ୟରୁ ଓଡ଼ିଶାର ଦୁଇଜଣ ଯଥା ଅରୁଣ ସାହୁ ଓ ଆଲୋକ ସାହୁଙ୍କୁ ଗିରଫ କରାଯାଇଛି। FIEWIN ଆପ୍ ଜରିଆରେ ଚୀନକୁ ଟଙ୍କା ଯାଇଥିବା ଜଣାପଡ଼ିଛି । ଠକେଇର ମାଷ୍ଟରମାଇଣ୍ଡ ଚୀନରୁ ନିୟନ୍ତ୍ରଣ କରୁଥିଲା ।ମନି ଲଣ୍ଡରିଂ ଆକ୍ଟରେ ଏମାନଙ୍କୁ ଗିରଫ କରିଛି ED । ଏହି ମାମଲାରେ ଗିରଫ ହୋଇଥିବା ଅରୁଣ ସାହୁ ଓ ଆଲୋକ ସାହୁ […]
ଯାଜପୁର ଜିଏସ୍ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିବା ସୂଚନା ମିଳିଛି। ଜଣେ ଡିଲରଙ୍କଠାରୁ ଜବତ ହୋଇଥିବା ସ୍କ୍ରାପକୁ ବିନୟ ଅନ୍ୟତ୍ର ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଯାହାଦ୍ଵାରା ସରକାରଙ୍କର ପ୍ରାୟ ୫ କୋଟି ୮୫ ଲକ୍ଷ ଟଙ୍କାର ରାଜସ୍ଵ ହାନି ଘଟିଛି। ଏହି ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଟିମ୍ ବିନୟଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ ଆରମ୍ଭ କରିଛି। […]
ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଆଜିଠାରୁ ବିଧାୟକଙ୍କ ପାଇଁ ୨ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ଆଣି ଉଭୟ ବିଜେଡି ଓ କଂଗ୍ରେସ ଏହାର ବର୍ଜନ କରିଛନ୍ତି । ଦୁଇ ବିରୋଧୀ ଦଳର ବର୍ଜନ ପରେ ଏବେ ବିଜେପିର ବିଧାୟକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଚାଲିବା ଏକପ୍ରକାର ନିଶ୍ଚିତ ହୋଇଛି। ସଂସଦୀୟ ନିୟମ ଅନୁଯାୟୀ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି […]
ରାଜ୍ୟରେ ଏବେ ମୌସୁମୀ ବର୍ଷା ଜାରି ରହିଛି। ଶୁକ୍ରବାର ପାରଳାଖେମୁଣ୍ଡିରେ ସର୍ବାଧିକ ୧୬.୨ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଢେଙ୍କାନାଳରେ ୧୪, ବାଲେଶ୍ୱରରେ ୧୦.୬, ନବରଙ୍ଗପୁରରେ ୬.୨, କେନ୍ଦୁଝରରେ ୫.୬, କେନ୍ଦ୍ରାପଡ଼ାରେ ୫.୩ ଓ ବଲାଙ୍ଗୀରରେ ୫ମିମି ବର୍ଷା ହୋଇଛି। ତେବେ ଲଘୁଚାପ ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୯ ତାରିଖ ଯାଏ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ […]
ନୂଆଗାଁ ,ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ସପ୍ତମ ସାଧାରଣ ଅଧିବେଶନ ଶୁକ୍ରବାର ଅନଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ବୈଠକରେ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଧାୟକ ରମେଶ ଚନ୍ଦ୍ର ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,୧୬ ନମ୍ବର ଜିଲ୍ଲାପରିଷଦ ସଭ୍ୟ ଜସ୍ମୀନ ଦାସ୧୭ ନମ୍ବର ଜିଲ୍ଲାପରିଷଦ ସଭ୍ୟ ପ୍ରତିମା ଦଳବେହେରା,ବିଡ଼ିଓ ବାସୁଦେବ ନାୟକ ମଞ୍ଚାସିନ ଥିଲେ। ପିଆର ଆଇ ମେମ୍ବର ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ପଞ୍ଚାୟତ ସମିତିର […]
କୋରାପୁଟ ଜିଲାରେ ପୁଲିସ ପରେ ଏବେ ଓଡ୍ରାଫ କର୍ମଚାରୀ ଚର୍ଚ୍ଚାରେ। ରାଜ୍ୟ ଏସଟିଏଫ ଦଳ ଚଢ଼ଉ କରି ନନ୍ଦପୁର ସେମିଳିଗୁଡା ରାସ୍ତା ବଡେଗାଁ ଗ୍ରାମ ନିକଟରୁ ବଜ୍ରକାପ୍ତା ସହ ଅଲ୍ଟୋ କାର ଜବତ ହୋଇଛି। ଘଟଣାରେ ୩ ଜଣଙ୍କୁ କାବୁ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ । ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ବଜ୍ରକାପ୍ତାଟି ଆନ୍ଧ୍ର ଦେଇ ବାହାର ରାଜ୍ୟକୁ ସ୍ଥାନାନ୍ତର କରାଯାଉଥିଲା। ଯାହାକୁ ବର୍ତ୍ତମାନ କୋରାପୁଟ […]
