ନିର୍ବାଚିତ ବିଧାୟକ ଥିବାରୁ ସେମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ବା ଦିଗଦର୍ଶନ କାର୍ଯ୍ଯକ୍ରମକୁ ବର୍ଜନ କରିବ ବିଜେଡି। କାର୍ଯ୍ଯକ୍ରମରେ ଯୋଗ ନ ଦେବାକୁ ବିଜେଡି ନିଷ୍ପତ୍ତି ନେଇଛି। ବିଜେପି ଦଳୀୟ ଭିତ୍ତିରେ ଏହି ଶିବିର ଆୟୋଜନ କରୁଛି ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ଡାକୁଛି ତେଣୁ ବିଜେଡ଼ି ଏହି ପ୍ରଶିକ୍ଷଣ ଶିବିରକୁ ଯିବନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ସଚେତକ ପ୍ରମିଳା ମଲ୍ଲିକ ।ପ୍ରଶିକ୍ଷଣ ନେବେ ନବାଗତ, ଅଭିଜ୍ଞତା ବାଣ୍ଟିବେ ଅଭିଜ୍ଞ। ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ […]
ପାଟଣାଗଡ ( ଜଗଦିଶ ଭୋଇ ))ପାଟଣାଗଡ ସହର ଭିତରେ ଥିବା ବାଲାଜୀ ଗହଣା ଦୋକାନ ରୁ ଗତ ୧୪ ତାରିଖ ମଧ୍ୟାନ୍ନ ସମୟରେ ଗହଣା ଚୋରି କରିଥିବା ଆନ୍ତଃରାଜ୍ୟ ୩ ମହିଳା ଓ ୨ ପୁରୁଷ ଲୁଟେରା କୁ ପାଟଣାଗଡ଼ ପୁଲିସ ଗିରୀଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ଏସଡିପିଓ ସଦାନନ୍ଦ ପୂଝାରୀ ସୂଚନା ଦେଇଛନ୍ତି। ସେମାନେ ହେଲେ ଗଣେଶ ବିଜୟ ଅଲ୍ଦାର (୨୫), ନିତିନ ପଣ୍ଡୁରାଙ୍ଗ ମେଶ୍ରମ( […]
ଭାରତୀୟ ହକି ଦଳ ଲଗାତାର ଦ୍ୱିତୀୟ ଥର ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ଥିବା ଓଡ଼ିଶାର ଅମିତ ରୋହିଦାସ ଶୁକ୍ରବାର ଓଡ଼ିଶା ଫେରିଛନ୍ତି। ତେବେ ଆଜି ଅମିତ ରୋହିଦାସଙ୍କୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି । ଅମିତଙ୍କୁ ରୁପା ତାରକସି କାମର ରଥାରୂଢ଼ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍ତରୀୟ ଦେଇ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡିଶା ଭାରତୀୟ ହକି ଦଳକୁ ପ୍ରାୟୋଜିତ […]
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ପ୍ରଶାସକ ତଥା ରାଜନେତା ବିଜୟ ପଟ୍ଟନାୟକ । ମେଲ ଯୋଗେ ଏଆଇସିସି ପାଖକୁ ପଠାଇଲେ ଇସ୍ତଫା ପତ୍ର । ବିଜୟ ପଟ୍ଟନାୟକ ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି । ସାଧାରଣ ନିର୍ବାଚନ-୨୦୨୪ରେ କଂଗ୍ରେସ ତାଙ୍କୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଥିଲା । ନିର୍ବାଚନ ସମୟରେ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବ ଦେଇଥିଲା । ପରେ ପୁଣି ତାଙ୍କ ଠାରୁ ପଦବୀ କାଢ଼ି […]
ରାଜ୍ୟ ପ୍ରଶାସନର ଦୁଇ ପ୍ରମୁଖ ପଦବୀରେ ନିଯୁକ୍ତ ହୋଇଛନ୍ତି ଅଣଓଡ଼ିଆ ଅଧିକାରୀ । ୪୧ ବର୍ଷ ପରେ ମୁଖ୍ୟ ଶାସନ ପଦବୀରେ ଜଣେ ଅଣଓଡ଼ିଆଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଆଜି ପୋଲିସ ଡିଜି ଭାବେ ମଧ୍ୟ ଜଣେ ଅଣଓଡ଼ିଆଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେପି ସରକାର ।ଏହା କ’ଣ ଓଡ଼ିଆ ଅସ୍ମିତା । ଆଜି DG ପୋଲିସ ଅଣ ଓଡ଼ିଆ । ଯାହା ବିଜେପି କହେ, ତାହାର ଓଲଟା କରନ୍ତି । ଏହି ଅଫିସରଙ୍କ ଯୋଗ୍ୟତା କି ବ୍ୟକ୍ତିଗତ କଥା […]
ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିବାବେଳେ ଚଳିତ ବର୍ଷ ଶ୍ରେଷ୍ଠ ଅଭିନେତା ଭାବେ ରିଷବ ଶେଟ୍ଟୀଙ୍କ ନାମ ଘୋଷଣା କରାଯାଇଛି। ୨୦୨୨ରେ ରିଲିଜ ହୋଇଥିବା ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ପୁରସ୍କାର ମିଳିଛି। ଜାତୀୟ ପୁରସ୍କାର ମିଳିବା ପରେ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବାବୁସାନ ମହାନ୍ତି କହିଛନ୍ତି, ଏହି ସିନେମାର ଓଡ଼ିଶାରେ ଚିରାଚରିତ […]
ରାଜଧାନୀ ଭୁବନେଶ୍ବର ଚାଞ୍ଚଲ୍ୟ । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଏକ ଭଡା ଘରୁ ସିମ୍ ବକ୍ସ ଠାବ ହୋଇଛି । ଭଡାଘରର ୪ ମହଲାରୁ ସିମ୍ ବକ୍ସ ଠାବ କରିଛି ସ୍ପେଶାଲ ସ୍କ୍ବାଡ୍ । ସାଇବର ଠକେଇ ସହ ବିଭିନ୍ନ ଫ୍ରଡ୍ କଲ୍ କରିବାକୁ ଏହି ସିମ୍ ବକ୍ସ ବ୍ୟବହୃତ ହେଉଥିଲା ।ସ୍ପେଶାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ପୋଲିସର ମିଳିତ ଚଢ଼ାଉରେ ଏହି ବକ୍ସକୁ ଠାବ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୋଲିସ। ତେବେ […]
ଯୋଗେଶ ବାହାଦୁର ଖୁରାନିଆ ହେଲେ ଓଡିଶାର ନୁୂଆ ପୋଲିସ ମହାନିର୍ଦ୍ଦେଶକ ( ଡିଜିପି) । ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ଓଡ଼ିଶାର ପରବର୍ତ୍ତୀ ଡିଜିପି ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍ ୱାଇ.ବି ଖୁରାନିଆ ପୂର୍ବରୁ ପୋଲିସ କମିଶନର ଥିଲେ । ସେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲା SP ଭାବେ ମଧ୍ୟ କ୍ୟାରିୟର ପ୍ରାରମ୍ଭିକ କାଳରେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏଥି ସହିତ ଉତ୍ତରାଞ୍ଚଳ […]
ପୂଣ୍ୟତିଥିରେ ‘ସଦୈବ ଅଟଳ’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଧିସ୍ଥଳରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ଅଟଳ ବିହାରୀ ବାଜପେୟୀଙ୍କ ପୋଷ୍ୟ କନ୍ୟା ନମିତା କୌଲ୍ ଭଟ୍ଟାଚାର୍ଯ୍ୟ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଅନ୍ୟ ଏନଡିଏ ନେତାମାନେ ମଧ୍ୟ […]
ବିଜେପି ସରକାର ନିର୍ବାଚନ ଇସ୍ତାହାରରେ ସମସ୍ତଙ୍କୁ ଭତ୍ତା ବାବଦ ୩ ହଜାର ଟଙ୍କା ଏବଂ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ପ୍ରତିଶତ ଅକ୍ଷମତା ଥିବା ଭନ୍ନକ୍ଷମ ବ୍ୟକ୍ତିଙ୍କୁ ୩ ହଜାର ୫୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ।ତେବେ ଏହି ପ୍ରତିଶ୍ରୁତିକୁ ବିଜେପି ପାଳନ କରୁ ନ ଥିବା ଅଭିଯୋଗ କରିଛି ବିରୋଧୀ ଦଳ ବିଜେଡି।ତେବେ ଭତ୍ତା ପ୍ରତାରଣା ବିରୋଧରେ ଆଜିଠୁ ବିଜେଡି ଆରମ୍ଭ କରୁଛି ଜନଜାଗରଣ କାର୍ଯ୍ୟକ୍ରମ । ବୟୋଜ୍ଯେଷ୍ଠ ଅଧିକାର ପାଇଁ ଆଗକୁ ଆସି […]
ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ । କେନ୍ଦ୍ରାପଡା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ।କେନ୍ଦ୍ରାପଡ଼ାରେ ତାଙ୍କ କାର୍ଯ୍ୟାଳୟ, କଟକସ୍ଥିତ କଲ୍ୟାଣୀନଗର ଏବଂ ଭୁବନେଶ୍ୱରର ଲିଙ୍ଗିପୁର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ଚଢାଉରେ ୪ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । କଟକ ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଏହି ଚଢାଉ ହୋଇଛି । […]
ପାରାଦୀପରେ ଆଉ ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ। ଏଥିପାଇଁ କୁଜଙ୍ଗ ସବ ଜଜ୍ ଙ୍କୁ ମାର୍ସାଲ ରୂପେ ନିଯୁକ୍ତ କରାଯାଇଛି। ହାଇକୋର୍ଟଙ୍କ ଆଦେଶ ନମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି କେଉଁଆଡେ ମଧ୍ୟ ଯାଇପାରିବନାହିଁ। ଜାହାଜଟି ଗତ ୬ ତାରିଖରେ ପାରାଦୀପରେ ପହଞ୍ଚିଥିଲା। ୫୫ ହଜାର ମେଟ୍ରିକ୍ ଟନ୍ ଲୁହାପଥର ଲୋଡ୍ କରି ଏମ୍ଭି ଓ୍ବାଡି ଆଲ୍ବୋଷ୍ଟନ ନାମକ ଜାହାଜଟି ଚାଇନା ଅଭିମୁଖେ ଯାଇଥାନ୍ତା। ମାତ୍ର ଜାହାଜଠୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ […]
