ଇସ୍ରୋ(ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ) ଅଗଷ୍ଟ ୧୬ ସକାଳ ୯.୧୭ ରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ SSLV-D3 ରକେଟ ଉତକ୍ଷେପଣ କରିଛି। ଏହି ମିଶନ ଅଧୀନରେ ଦେଶର ନୂଆ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ EOS-8 ଏବଂ ଏକ ଛୋଟ ଉପଗ୍ରହ SR-0 DEMOSAT ଉତକ୍ଷେପଣ କରାଯିବ।ଇସ୍ରୋର ଏହି ପଦକ୍ଷେପ ସହିତ ଭାରତ ବର୍ତ୍ତମାନ ପୃଥିବୀର ହୃଦସ୍ପନ୍ଦନ ଶୁଣିବାରେ ସକ୍ଷମ ହେବ । ଯଦି ଇସ୍ରୋର ଏହି ମିଶନ ସଫଳ ହୁଏ ତେବେ ଭାରତ ସମ୍ଭାବ୍ୟ […]
ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଘରକୁ ଫେରିଛନ୍ତି ହକି ତାରକା ଅମିତ ରୋହିଦାସ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଭାଜପା ବିଧାୟକ ବାବୁ ସିଂ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କିଙ୍କୁ ସ୍ତ୍ରୀ, କିସ୍-କିଟ୍ର ଛାତ୍ରୀଛାତ୍ରୀ ଉପସ୍ଥିତ ରହି ତାଙ୍କୁ ବିମାନବନ୍ଦରକୁ ପାଛୋଟି ଆଣିଥିଲେ। ଅମିତ ରୋହିଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଉଭୟଙ୍କର ପ୍ରୟାସ […]
ପୁଣି ବର୍ଷା ବଢ଼ିବ । ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଗାଙ୍ଗେୟ ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟାରେ ୧୮ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ଅର୍ଥାତ୍ ୭ ରୁ ୧୧ ସେମି ବର୍ଷା ହେବାର ଆଶଙ୍କା ରହିଛି। ଭଦ୍ରକ, ବାଲେଶ୍ୱରରେ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ,କଟକ […]
*ðମେଷððଆଜି ପରିବାରରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।* *ðବୃଷððଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, […]
ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ସର୍ବାଧିକ ୯୮ ମିନିଟ ଭାଷଣ ଦେଇଛନ୍ତି। ଏହି ସମାରୋହର ଶାସକ ଦଳର ନେତାମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ନେତାମାନଙ୍କୁ ବି ନିମନ୍ତ୍ରଣ କରାଯାଇଥିଲା। ହେଲେ ମୋଦୀଙ୍କ ୯୮ ମିନିଟ୍ ଭାଷଣର ଯେତେକି ଚର୍ଚ୍ଚା ନାହିଁ ସେତିକି ଚର୍ଚ୍ଚା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିକୁ ନେଇ ହେଉଛି। ସୋସିଆଲ ମିଡିଆରେ ମଧ୍ୟ ଏହା ଉପରେ ଅନେକ ଆଲୋଚନା ହେଉଛି। ରାହୁଲଙ୍କ ବସିବା ନେଇ କଂଗ୍ରେସ ମଧ୍ୟ ପ୍ରଶ୍ନ ପଚାରିଛି। ଅଲିମ୍ପିକ ପଦକ […]
ବାଂଲାଦେଶ ହିଂସାକୁ ନେଇ ଓଡ଼ିଶା ଉପକୂଳରେ ହାଇଆଲର୍ଟ ଜାରି ହୋଇଛି । ବାଂଲାଦେଶୀମାନେ ଉପକୂଳ କିମ୍ବା ସମୁଦ୍ର ତଟ ଦେଇ ପଶି ଆସୁଥିବାରୁ ସବୁଠି ହାଇ ଆଲର୍ଟ ଜାରି ହୋଇଛି। ସମ୍ପ୍ରତି ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଚାଲିଥିବା ଅକଥନୀୟ ଅତ୍ୟାଚାରରେ ସାରା ଭାରତରେ ଅସନ୍ତୋଷର ନିଆଁ ଜଳୁଛି । ବାଂଲାଦେଶର ଲୋକ ମାନେ କାଳେ ଅନୁପ୍ରବେଶ କରିବେ ଏ ନେଇ ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳପଥରେ କଡା ପ୍ରହରା ମଧ୍ଯ ଦିଆଯାଇଛି । ଗୁରୁବାର ୧୧ […]
ରାଜ୍ୟରେ ଥିବା ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ ଅଲଗା ହେବ। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ରାଜ୍ୟର ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ +୨ ଓ +୩ ଅଲଗା ହେବ। +୩ ଶିକ୍ଷାର ମାନ ବୃଦ୍ଧି ଲାଗି ଏହା ଅତ୍ୟନ୍ତ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବ ସରକାରରେ ଏହା ନିଷ୍ପତ୍ତି ହୋଇ ଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇନାହିଁ। ଏଥିପାଇଁ ଆବଶ୍ୟକ ଜାଗା ଓ […]
ନକ୍ସଲ ପ୍ରବଣ ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ କଡା ସୁରକ୍ଷା ମଧ୍ୟରେ ପାଳିତ ହୋଇଯାଇଛି। ରାୟଗଡା ସ୍ଥିତ ଜି.ସି.ଡ଼ି ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସରେ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ମୂଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି। ଆୟୋଜିତ ପେରେଡରେ ପୋଲିସ, ଏନସିସି ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର 36ଟି ଦଳ ଅଂଶଗ୍ରହଣ କରିଥିଲେ। ଦେଶ ସ୍ବାଧୀନ ତାର ୭୮ ବର୍ଷ ପାଳନ ଅବସରରେ ମନ୍ତ୍ରୀ […]
ଦୀର୍ଘ ୧୫ବର୍ଷ ପରେ ପୁଣି ବହୁଚର୍ଚ୍ଚିତ ବ୍ଲାକ୍ରୋଜ ଜାହାଜ ବୁଡ଼ି ଘଟଣାର ଗୁମର ଖୋଲିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାହାଜ ବୁଡ଼ି ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ପତ୍ର ଲେଖିଛି ରାଜ୍ୟ ସ୍ବରାଷ୍ଟ୍ର ବିଭାଗ। ଫଳରେ ଏହି ଘଟଣାର ସିବିଆଇ ତଦନ୍ତ ଆରମ୍ଭ ଆଶା ସଞ୍ଚାର ହୋଇଛି।ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ବନ୍ଦରଠାରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ମଙ୍ଗୋଲିଆର ପଣ୍ୟବାହୀ […]
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ଚିଲିକା ନିକଟସ୍ଥ ରମ୍ଭା ଉପକୂଳରେ ନୂତନ ପ୍ରଜାତିର ଉଭୟଚର ଜୀବ ଆମ୍ଫିପୋଡ୍ ଚିହ୍ନଟ ହୋଇଛି l ୨୦୨୩ରେ ଏହି ଜୀବକୁ ପାଇବା ପରେ ବିଭାଗକୁ ଆଣାଯାଇ ଡ. ଶେଷଦେବ ପାତ୍ର, ଗବେଷିକା ଗୀତାଞ୍ଜଳି ଭୋଇ, ପିଜି ଛାତ୍ର ଆର୍.କିରଣ କୁମାର ପରୀକ୍ଷାଗାରରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ଜୀବଟି ଦେଖିବାକୁ ଚିଙ୍ଗୁଡ଼ି ଭଳି ଏବଂ ଏହାର ରଙ୍ଗ ଫିକା ହଳଦିଆ। ଏହାର ୧୩ ଯୋଡ଼ା ଗୋଡ଼ ରହିଥିବା […]
ନୟାଗଡ଼,(ଓଡ଼ିଶା ଦର୍ପଣ): ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ୟାରେଡରେ ଏନଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼ର ସ୍କାଉଟ ଦଳ କୃତିତ୍ୱ ହାସଲ କରି ମୁଖ୍ୟ ଅତିଥି ତଥା ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ଵାରା ପୁରସ୍କୃତ ହୋଇଛି। ସ୍ଥାନୀୟ ପୋଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ପ୍ୟାରେଡରେ ଜିଲ୍ଲାର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରୁ ୫୨ଟି ପ୍ଲାଟୁନ ଯୋଗଦାନ କରିଥିଲେ। ଏଥିରେ ନୟାଗଡ଼ ଏନଏସି ହାଇସ୍କୁଲର ସ୍କାଉଟ ବିଭାଗର ଛାତ୍ରମାନେ […]
ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ଅଭାବନୀୟ ଘଟଣା । ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କରିଲେ ମାଓବାଦୀ । ଗତ ୧୦ ଦିନ ତଳେ ମୃତ ଛାତ୍ରଙ୍କ ବଡ଼ ଭାଇଙ୍କୁ ମଧ୍ୟ ମାଓବାଦୀମାନେ ପୋଲିସ ଇନ୍ଫର୍ମର ସନ୍ଦେହରେ ହତ୍ୟା କରିଥିଲେ । ସ୍କୁଲରୁ ଘରକୁ ଫେରୁଥିଲେ ସୋୟମ। ଗତକାଲି ବଳମ୍ବିତ ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ସୋୟମଙ୍କ ଦେହରେ ସ୍କୁଲ ୟୁନିଫର୍ମ ରହିଛି । ମାଓନେତା ହିଡମାଙ୍କ ନିଜ ଗାଁ […]
