ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଘଟଣା

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ବା ପ୍ରଶିକ୍ଷକ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଖବର ଅନୁଯାୟୀ, ସଞ୍ଜୟ ରଏ ୨୦୧୯ରେ ସ୍ବେଚ୍ଛାସେବୀ ଭାବରେ କୋଲକାତା ପୁଲିସର ବିପର୍ଯ୍ୟୟ ପରିଚାଳନା ଟିମରେ ଯୋଗ ଦେଇଥିଲେ। କିନ୍ତୁ ପରେ ପୁଲିସ କଲ୍ୟାଣ ସେଲକୁ ସ୍ଥାନାନ୍ତର ହୋଇଥିଲା। ଏହା ପରେ ସେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୁଲିସ ଆଉଟପୋଷ୍ଟରେ […]

ୟୁନେସ୍କୋ କଳିଙ୍ଗ ପୁରସ୍କାର ପୁଣି ଚାଲୁ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ବିଜେଡି ସଭାପତି ନବୀନ

ୟୁନେସ୍କୋ କଳିଙ୍ଗ ପୁରସ୍କାର ବନ୍ଦ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ବିଭାଗ ନିଷ୍ପତ୍ତି ନେବା ପରେ ଏହାର ପୁନର୍ବିଚାର ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ପୁରସ୍କାରକୁ ପୁଣି ଚାଲୁ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ୧୯୫୧ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଗବେଷଣାକୁ ଲୋକପ୍ରିୟ କରିବାକୁ କଳିଙ୍ଗ […]

କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ରହସ୍ୟମୟୀ ମହିଳା ।

ରସିକିଆ ପ୍ରେମିକ ସତ୍ୟଜିତ ସାମଲ ଗିରଫ ହେବା ପରେ ଧିରେ ଧିରେ ଖୋଲୁଛି ତାର ଗୁମର । ଶହେ ମହିଳାଙ୍କ ପ୍ରେମିକ ସତ୍ୟଜିତ ଗିରଫ ହେବା ପରେ ଥାନାରେ ହାଜର ହୋଇଛି ଲେଡି ପାର୍ଟନର । ଅଭିଯୁକ୍ତ ସତ୍ୟଜିତ ସାମଲ ରିମାଣ୍ଡରେ ଥିବା ବେଳେ ତାଙ୍କ ଆକାଉଣ୍ଟରୁ ୫୦ହଜାର ଟଙ୍କା ଉଠାଇ ବିବାଦରେ ଥିଲେ ଏହି ମହିଳା। ଗତ ଦୁଇ ମାସ ଭିତରେ ଏହି ମହିଳା ୧୦ଲକ୍ଷରୁ ଅଧିକ ଟଙ୍କା ନେଇ ଥିବା ସୂଚନା। ତେଣୁ ଏସମ୍ବନ୍ଧରେ […]

ଭତ୍ତାଧାରୀ ବୟସ୍କଙ୍କ ସହ ପ୍ରତାରଣ କରିଛି ବିଜେପି ।

ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଭତ୍ତା ପ୍ରସଙ୍ଗରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ବୋଲି ନବୀନ କହିଛନ୍ତି।ସୋମବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ସେୟାର କରି ନବୀନ ଲେଖିଛନ୍ତି, ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ ୩ ହଜାର ତଥା ୩,୫୦୦ ଟଙ୍କା ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏଥିରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନେ ସାମିଲ ଥିଲେ। ହେଲେ ବଜେଟରେ କୁହାଯାଉଛି ଯେ କେବଳ […]

ପାଞ୍ଚ ବର୍ଷ ପରେ ଓଡ଼ିଶାରେ କେହି ରହିବେନି ଭୂମିହୀନ ଓ ବାସହୀନ ।

ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ଜମି ପଟ୍ଟା ଦେବା ଲାଗି ମନ୍ତ୍ରୀ ପୂଜାରୀଝାରସୁଗୁଡ଼ାର ଏକ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଭୂମିହୀନ ଓ ବାସହୀନମାନଙ୍କୁ ତିନୋଟି କାଟେଗୋରିରେ ବିଭକ୍ତ କରାଯାଇଛି । ଯେଉଁ ଅନୁସାରେ, ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ, ଗରିବଙ୍କୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା […]

କିଏ ହେବେ ରାଜ୍ୟର ପୋଲିସ ମୁଖିଆ?

କିଏ ହେବେ ରାଜ୍ୟର ପୋଲିସ ମୁଖିଆ । ଦିଲ୍ଲୀରେ ଚାଲଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ସରକାରଙ୍କ ତରଫରୁ ସୁପାରିଶ କରାଯାଇଥିବା ନାଁ ଉପରେ ୟୁପିଏସସି ବିଚାର କରୁଛି । ଉପସ୍ଥିତ ଅଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । । ତେବେ ଯେକୌଣସି ମୂହୂର୍ତ୍ତରେ ଘୋଷଣା ହୋଇପାରେ ଓଡିଶାର ନୂଆ ପୋଲିସ ଡିଜିଙ୍କ ନାମ । ରାଜ୍ୟ ସରକାରଙ୍କ ତରଫରୁ କିଛି ଦିନ ତଳେ ବରିଷ୍ଠ ଆଇପିଏସ୍‌ଙ୍କ ତାଲିକା ଦିଆଯାଇଥିଲା । ଏବେ ଅରୁଣ ଷଡଙ୍ଗୀ […]

ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ପୁଳାପୁଳା ସୁନା ; ହୀରା ଗହଣା ଓ ନଗଦ ଟଙ୍କା

ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ପରେ ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ରେଡ କରିଛି ।ଭୁବନେଶ୍ୱର ଘରୁ ପୁଳାପୁଳା ସୁନ, ହୀରା ଓ ରୂପା ଗହଣା ଠାବ କରିଛଇ ଭିଜିଲାନ୍ସ ଟିମ୍‌‌। ବହୁ ସୁନା ଗହଣା ସହ, ସୁନା ବିସ୍କୁଟ, ସୁନା ଓ ରୂପା କଏନ, ଭିନ୍ନ […]

ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ । ମିଳିଲା ସୁନାର ଠାକୁର , ପୁଳାପୁଳା ସୁନା, ରୂପା ,ହୀରା

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି। ଆର୍‌ଆଣ୍ଡ୍‌ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍‌ ହୋଇଥିବା ଜଣାପଡିଛି। ଭୁବନେଶ୍ବର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ରେଡ୍‌ ଚାଲିଛି। ଭିଜିଲାନ୍ସ ବିଭାଗର ୧୨ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ୧୬ ଏଏସଆଇ ଏବଂ ଭିଜିଲାନ୍ସ ବିଭାଗର ଅନ୍ୟ ଅଧିକାରୀ ମାନେ ଏହି ରେଡ୍‌ରେ ସାମିଲ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଏବଂ ଖଣ୍ଡଗିରିରେ ମୋଟ୍ […]

ଆଳୁ ନେଇ ମମତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ପ୍ରଥମେ ଆଳୁ ଗାଡ଼ି ଛାଡ଼ିଲେନି, ପରେ ଆଳୁ ଟ୍ରକ୍‌ ଜଗିବାକୁ ସିସିଟିଭି ଲଗାଇଲେ। ଓଡ଼ିଶା ସୀମା ନୀଳଦା ଗାଁର ରାସ୍ତା ପାର୍ଶ୍ୱରେ ପଶ୍ଚିମବଙ୍ଗ ପୋଲିସ ସିସିଟିଭି ଲଗାଇ ଆଳୁ ଗାଡ଼ି ରୋକିବାକୁ ଯୋଜନା ଚଳାଇଛି। ଲକ୍ଷ୍ମଣନାଥ ଟୋଲ ଗେଟ୍‌ରେ ଜଗି ପଶ୍ଚିମବଙ୍ଗ ପୋଲିସ ଆଳୁ ଗ।ଡ଼ି ଓଡ଼ିଶାକୁ ଛାଡ଼ୁନାହିଁ । ହେଲେ କିଛି ଛୋଟ ଛୋଟ ଗାଡ଼ି ଆଳୁ ଓଡ଼ିଶାକୁ ବିଭିନ୍ନ ବାଟ ଦେଇ ପଶୁଛି । ତେଣୁ ଏହି ସବୁ ଗଳା ବାଟରେ ଏବେ ସିସିଟିଭି […]

 ମଙ୍ଗଳବାର ପୁଣି ବଢିବ ବର୍ଷା। 

ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି । କିନ୍ତୁ ସକ୍ରିୟ ମୌସୁମୀ ପ୍ରଭାବରେ ଆସନ୍ତାକାଲିଠୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ଆଜି କିଛି ସ୍ଥାନରେ ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏନେଇ […]

ସ୍ଵାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ? 

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କି’ଏ କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ସରକାରଙ୍କ ପକ୍ଷରୁ ରବିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ସ୍ବାଧୀନତା ଦିବସ ଅବସରରେ ଉଭୟ ରାଜ୍ୟ ଓ ଜିଲାସ୍ତରରେ ପତାକା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।ଚଳିତ ବର୍ଷ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ। ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ […]

ଆଜିର ରାଶିଫଳ(୧୨ ଅଗଷ୍ଟ,୨୦୨୪)

ମେଷ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।* ବୃଷ ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ […]