ବନ୍ଧୁ ଘରେ କଳାକନା ବୁଲାଇଲା ବନ୍ଧୁ।

ଖଣ୍ଡଗିରି ଥାନା ଡୁମୁଡୁମା ଫେଜ-୧ରେ ହୋଇଥିବା ଏକ ଚୋରି ଘଟଣାର ଶୁକ୍ରବାର କମିଶନରେଟ ପୋଲିସ ପର୍ଦ୍ଦାଫାଶ କରିଛି । ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କଠାରୁ ପୋଲିସ ଚୋରି ହୋଇଥିବା ୧୦୬ ଗ୍ରାମ ସୁନା ଅଳଙ୍କାର ଜବତ କରିଛି।ବନ୍ଧୁ ପରିବାରରେ କେହି ନଥିବାର ସୁଯୋଗ ନେଇ ବନ୍ଧୁ କଳାକନା ବୁଲାଇଦେଲା । ଲୁଟ ପରେ ସୁନା ଅଳଙ୍କାର ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଅଭିଯୋଗକାରୀ ଅଭିଜିତ ବେହେରାଙ୍କ ଏତଲା ଅନୁଯାୟୀ ଗତ ୫ […]

ରାଜ୍ୟର ୮ଟି ଜିଲ୍ଲାରେ ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟ ଉଦ୍‌ଘାଟନ ସମାରୋହ

ଆଜି ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ, କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର, ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଓ ନୂଆଗାଁ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା, ନବରଙ୍ଗପୁରର ଝରିଗାଁ, କୋସାଗୁମୁଡ଼, ରାଇଘର […]

 SCBରେ ସଂପ୍ରସାରଣ ପ୍ରକଳ୍ପ କାମ ବେଳେ ଅଘଟଣ । 

ବଡ଼ ମେଡିକାଲରେ ବଡ଼ ଦୁର୍ଘଟଣା, ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏସସିବିରେ ଭାଙ୍ଗିପଡ଼ିଲା କ୍ରେନ୍ । ଯାହା ଫଳରେ ଘଟଣା ସ୍ଥଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ସସିବି ସେକେଣ୍ଡ କ୍ୟାମ୍ପସରେ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ କେଉଁ କାରଣରୁ କ୍ରେନ୍‌ଟି ଭାଙ୍ଗି ପଡ଼ିଛି ସେନେଇ ସ୍ପଷ୍ଟ ଜଣା ପଡ଼ିନି। ଆଶଙ୍କା କରାଯାଉଛି କି ଓଭର ଲୋଡ୍ ଯୋଗୁଁ ଟାୱାର କ୍ରେନ୍ ଭାଙ୍ଗି ପଡ଼ିଛି। ତେବେ ଘଟଣାସ୍ଥଳରେ ଉଦ୍ଧାକାରୀ ଟିମ୍ ପହଞ୍ଚିଥିବା ଖବର ମିଳିଛି।କଟକସ୍ଥିତ […]

ନିର୍ବାଚନ ସ୍ବଚ୍ଛତାକୁ ନେଇ ବିଜେଡି ଆଣିଲା ବଡ଼ ଅଭିଯୋଗ

୨୦୨୪ ସାଧାରଣ ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ବଡ ଅଭିଯୋଗ ଆଣିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ଇଭିଏମ୍‌‌, ଇସିଆଇର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପଡ଼ିଥିବା ଭୋଟ ଓ ଗଣତି ହେବା ଭୋଟରେ ୫ କୋଟିର ବ୍ୟବଧାନ ରହିଛ। ୫୪୧ ଆସନରୁ ୫୩୮ ଆସନରେ ଭୋଟ ବ୍ୟତିକ୍ରମ। ୭୯ଟି ସଂସଦୀୟ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାଆନ୍ତା। ଓଡ଼ିଶାର ୧୮ଟି ଆସନରେ ଫଳାଫଳ ଅଲଗା ହୋଇଥାଆନ୍ତା। ଫଳରେ ଭାଜପା କେନ୍ଦ୍ରରେ ସରକାର କରିପାରିନଥାଆନ୍ତା। ଖାସ କରି ଓଡ଼ିଶା […]

ପୁରୀରେ RSSର ସରସଙ୍ଘ ଚାଳକ ମୋହନ ଭାଗବତ

ପୁରୀରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ସେ ଆଜି ସକାଳେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦଶର୍ନ କରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ତାଙ୍କୁ ସ୍ବାଗତ କରି ଭିତରକୁ ସେବାୟତମାନେ ପାଛୋଟି ନେଇଥିଲେ। ସେପଟେ ଅପରାହ୍ନରେ ପୁରୀ ଗୋବର୍ଦ୍ଧନ ପୀଠ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଅଗଷ୍ଟ ୧୦ ଓ ୧୧ ଦୁଇ ଦିନ ଧରି ପୁରୀରେ ସଙ୍ଘର ପ୍ରାନ୍ତ ସେବା ପ୍ରମୁଖ ବୈଠକ ଅନୁଷ୍ଠିତ ହେବ । ଏଥିରେ […]

ଆଳୁ ସଂକଟ ଦୂର କରିବାକୁ ମହାପ୍ରଭୁଙ୍କ ବାଡ଼ଗ୍ରାହୀଙ୍କ ଉଦ୍ୟମ

ଓଡିଶାରେ ବେଲଗାମ୍‌ ଆଳୁ। ରାଜ୍ୟରେ ଦେଖା ଦେଇଛି ଉତ୍କଟ ଆଳୁ ସଙ୍କଟ । ଯେତେ ଯାହା କଲେ ବି ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଳୁ ଅଟକାଇ ଦେବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି। ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ଯେତେ ଯାହା ଉଦ୍ୟମ କଲେ ବି ସଫଳ ହେଉନାହାନ୍ତି। କୁହାଯାଉଛି ଯେ, କିଛି ସ୍ଥାନରେ ଆଳୁ କିଲୋ ୫୦ରୁ ୬୦ ଟଙ୍କାରେ ବିକ୍ରି […]

ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଅର୍ଥାତ୍‌ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଭତ୍ତା ମିଳିବ ବୋଲି ଘୋଷଣା କରିଛନ୍ତି। ଏନେଇ ଖୁବ୍‌ ଶୀଘ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରାଯିବ। ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ କ୍ରାନ୍ତି ଦିବସ ପାଳନ କରାଯାଇଛି । ଏହି ଘୋଷଣାକୁ ନେଇ ବିଭିନ୍ନ ମହଲରେ ଖୁସି ପ୍ରକଟ ହୋଇଛି। ଏହାକୁ ମଧ୍ୟ ସ୍ବାଗତ କରାଯାଇଛି। ଏହାଦ୍ବାରା […]

ରାଜ୍ୟର ବନ୍ୟାସ୍ଥିତି ନେଇ ୧୦ ଜିଲ୍ଲାକୁ ସତର୍କ । 

ଉପରମୁଣ୍ଡରେ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍‌ର ୧୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଫଳରେ ମହାନଦୀ ଫୁଲି ଚାଲିଛି। ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି। ଏନେଇ ୧୦ ଜିଲାର ଜିଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ସତ୍ୟବ୍ରତ ସାହୁ। ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଳ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳ ଉପରେ ନଜର ରଖିବା […]

ଓଡ଼ିଆ ଦମ୍ପତ୍ତି ଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ l

ରାୟଗଡ: 08/08/2024 ରାୟଗଡ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଆଜି ଗୋଟିଏ ପୁତ୍ର ସନ୍ତାନ କୁ ଓଡ଼ିଆ ଦମ୍ପତ୍ତି ଙ୍କୁ ହସ୍ତାନ୍ତର କରିଛନ୍ତି l ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ 2020 ମସିହାରେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଅନୁସନ୍ଧାନ ପ୍ରାଧିକରଣ (କାରା) କର୍ତ୍ତୁପକ୍ଷ ଙ୍କ ନିକଟରେ ଆବେଦନ କରିଥିବା ଓଡ଼ିଆ ଦମ୍ପତ୍ତି ଙ୍କ ଆଶା ପୂରଣ ହୋଇଛି l 4ବର୍ଷ ର ଅପେକ୍ଷା ପରେ ଗତ 4 ମାସ ଧରି ସରକାରଙ୍କ ଦ୍ୱାରା […]

ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ଆସିଲା ବଡ଼ ଅଭିଯୋଗ

ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରି ପରାଜିତ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ଦାୟର କରିଥିବା ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଅଗଷ୍ଟ ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି । ଫୌଜଦାରୀ ମାମଲାଗୁଡ଼ିକର ସାନି ସ୍ଥିତି ନେଇ ମଧ୍ୟ ସତ୍ୟପାଠରେ ତଥ୍ୟ ନାହିଁ। ଶ୍ରୀ ସିଂହଦେଓ ନାମାଙ୍କନ ବେଳେ ଦାଖଲ କରିଥିବା ସତ୍ୟପାଠରେ ନିଜ ସ୍ଥାବର, ଅସ୍ଥାବର ସଂପତ୍ତିର […]

ନଭେମ୍ବରରୁ ରାଜ୍ୟ ବୁଲିବେ ନବୀନ

ନୂଆ ରୂପ ନେବ ସଂଗଠନ । ଛାମୁଆ ସଂଗଠନରେ ନୂଆ ଉତ୍ସାହ ଭରାଯିବ । ଆଗକୁ ବଢ଼ିବାକୁ କସରତ ଆରମ୍ଭ କରି ଦେଇଛି ଦଳ । ଲୋକଙ୍କ ଆସ୍ଥା ଫେରି ପାଇବାକୁ ବିଜେଡି ତିଆରି କରୁଛି ରଣନୀତି ।ନବୀନ ଆଲୋଚନା ସମୟରେ କହିଛନ୍ତି ଯେ ଓଡ଼ିଶାବାସୀ ଆମକୁ ୨୪ବର୍ଷ ଧରି ନିରନ୍ତର ଭାବେ ଆଶୀର୍ବାଦ ଦେଇଛନ୍ତି। ସେଥିପାଇଁ ଆମେ ସମେସ୍ତ ଓଡ଼ିଶାବାସୀଙ୍କ ନିକଟରେ ଋଣୀ। ଆଗକୁ ଏହି କଠିନ ପରିଶ୍ରମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। […]

ଆଳୁ ଦରରେ ଲାଗୁନି ଲଗାମ ,ଟୁଇନ୍ ସିଟିରେ ୬୦ ଟଙ୍କାରେ ହେଉଛି ବିକ୍ରି । 

ବଜାରରେ ଆଳୁ ଦର ଆକାଶ ଛୁଆଁ। ସରକାରଙ୍କ ହସ୍ତକ୍ଷେପ ପରେ ବି ଦରରେ ଲଗାମ ଲାଗୁନି। କେବେ ସ୍ବାଭାବିକ ହେବ ସ୍ଥିତି ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି। ରାଜଧାନୀରେ ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ତେବେ ନାଫେଡ ମାଧ୍ୟମରେ ଆଳୁ କିଣି ଖାଉଟିଙ୍କୁ ଯୋଗାଇବେ ରାଜ୍ୟ ସରକାର। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କେଜି ପିଛା ଆଳୁ ୩୦ ଟଙ୍କାରେ ଦିଆଯିବ । […]