ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ(ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଅମାପ ସଂପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ ଟିମ୍। ଚଢ଼ାଉ ବେଳେ ବାବୁଙ୍କ ଘରୁ ପୁଳା ପୁଳା ସୁନା ମିଳିଛି । ସୁନା ହାର, ଚେନ, ଚୁଡ଼ି, ମୁଦି ଏମିତି କେତେ କଣ ଅଳଙ୍କାର ବାବୁଙ୍କ ଘରୁ ମିଳିଛି । ୨୫ରୁ ଅଧିକ ସୁନା ମୁଦି, ପାଖାପାଖି ୩୦ଟି ସୁନା ହାର ଏହାସହ ଅନ୍ୟ ଅଳଙ୍କାର ଜବତ କରିଛି ଭିଜିଲାନ୍ସ। […]
ରାୟଗଡ : ତା ୦୫/୦୮/୨୦୨୪ ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ ଜିଲ୍ଲା ସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ,ଆରକ୍ଷୀ ଅଧିକ୍ଷକ,ଶ୍ରୀ ହରିଶl ବି.ସି, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲା ପରିଷଦ ଶ୍ରୀ ନିହାର ରଞ୍ଜନ କହଁର, ଉପ ଜିଲ୍ଲାପାଳ, ରାୟଗଡ କଲ୍ୟାଣୀ […]
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକ ଶେଷ ହୋଇଛି । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପକ୍ରିୟାକୁ ଅନୁମୋଦନ କରାଯାଇଛି । ଏନେଇ ରାଜ୍ୟସରକାରଙ୍କୁ ଅବଗତ କରାଯିବ ଆଲୋଚନା ହୋଇଛି ।ଟେକ୍ନିକାଲ ସ୍କାନିଙ୍ଗ […]
ପୁଣି ତେଜିଲା ବିଜେଡି-ବିଜେପି କଳି । ପୁଣି କଥା କଟାକଟି ହେଲେ ବିଜେଡି ଓ ବିଜେପି ବିଧାୟକ । ପ୍ରମିଳା କହିଛନ୍ତି, ସୁଭଦ୍ରା ଯୋଜନା କିଛି ସ୍କିମ ହୋଇନି । ଭାଜପା ଭୋଟ ନେବା ପାଇଁ ମିଛ ପ୍ରଚାର କରି ମହିଳାଙ୍କୁ ଶୋଷଣ କରିଛନ୍ତି। ଏମାନଙ୍କୁ ମହିଳା କ୍ଷମା ଦେବେନି। ଏ ସରକାର କେବଳ ବାଃ ବାଃ ନେବା ପାଇଁ ଚେଷ୍ଟା କରିଛନ୍ତି। ଲକ୍ଷପତି ଦିଦି କିଛି ସୃଷ୍ଟି କରିନାହାନ୍ତି ବୋଲି ପ୍ରମିଳା କହିଛନ୍ତି।ବିଜେପି କେବଳ ବାହାସ୍ଫୋଟ […]
ଉଗ୍ରରୂପ ନେଲା ପାରିବାରିକ କଳହ । ଫଳରେ ବୋହୂର ନାକ କାଟିଲା ଶ୍ୱଶୁର। ଘଟଣା ଘଟିଛି ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ । ଖବରପାଇ ଗୁରୁଡିଝାଟିଆ ପୋଲିସ ଘଟଣାର ଅଧିଙ୍କ ତଦନ୍ତ କରୁଛି। ସୂଚନା ମୁତାବକ, ଛୋଟପିଲାଙ୍କୁ ଖେଳକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି । ବୃଦ୍ଧ ଜଣକ ହେଉଛନ୍ତି ଅମର ନାୟକ । ତାଙ୍କ ନାତୁଣୀ ଅର୍ଥାତ ବୋହୂ ମୀନାର ନାୟକଙ୍କ ଝିଅ ଏକ ଧାରୁଆ ଛୁରି ଧରି ଖେଳୁଥିଲା । ଏହାକୁ […]
ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟରୁ ନୋଟିସ୍। ଆସନ୍ତା ସେପ୍ଟେମ୍ବର ୨୩ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି।ନିର୍ବାଚନ ପୂର୍ବରୁ ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଣିଥିଲେ ବିଜେଡି ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ ।ଖୁବ କମ୍ ବ୍ୟବଧାନ ଭୋଟରେ ଟଙ୍କଧର ଦୀପାଳୀଙ୍କଠାରୁ ଜିତିବା ପରେ ଇଭିଏମ୍ ଟ୍ୟାମ୍ପରିଙ୍ଗ ନେଇ ଅଭିଯୋଗ ଆଣିବା ସହ ପୁଣି ଭୋଟ କାଉଣ୍ଟିଙ୍ଗ କରିବାକୁ ଇଲେକ୍ସନ୍ କମିଶନଙ୍କୁ ନିବେଦନ କରିଥିଲେ ଦୀପାଳି ।
ଏବେ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସୁଛି । ଉତ୍ତରପ୍ରଦେଶ ପରେ ପଞ୍ଜାବରୁ ଆଳୁ ଆସିବ ।ଆବଶ୍ୟକ ପଡିଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବରୁ ପଶ୍ଚିମବଙ୍ଗ ଆଳୁ ଉପରେ ଓଡ଼ିଶା ନିର୍ଭର କରୁଥିଲା। ହେଲେ ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଦେବା ପରେ ରାଜ୍ୟରେ ଆଳୁ ଦର ୬୦ ଟଙ୍କା ଛୁଇଁଥିଲା, ଯାହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ […]
୫ ସ୍ତ୍ରୀଙ୍କ ସ୍ବାମୀ ସତ୍ୟଜିତ ସାମଲଙ୍କୁ କମିସନରେଟ ପୋଲିସ ରିମାଣ୍ଡରେ ନେବ। କମିସନରେଟ ପୋଲିସ ତାଙ୍କୁ ଅଧିକ ପଚରାଉଚରା କରିବା ପାଇଁ ରିମାଣ୍ଡରେ ନେଉଥିବା ଜଣାପଡ଼ିଛି। ପରେ ଠକ ପ୍ରେମିକର କେଳେଙ୍କାରୀର ଗୁମର ଖୋଲିବ । ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା ସତ୍ୟଜିତ। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା। କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା ।ଆହୁରି ବଡ଼ବଡ଼ ପଦ ପଦବିର […]
ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ ଅଧିକାରୀ। କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କ ଘର, ଅଫିସ ସହିତ ଏକକାଳୀନ ୧୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ସୂଚନା ଥାଉକି, ଭିଜିଲାନ୍ସ ଜାଲରେ Odisha bridge and construction ର chief construction engineer । ଆର ଆଣ୍ଡ ବି କଟକ ସର୍କଲର chief construction engineer ପ୍ରଦୀପ […]
କେରଳ ୱାୟନାଡ଼ରେ ଭୟଙ୍କର ଭୁସ୍ଖଳନ ଯୋଗୁଁ ନିଖୋଜଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବ ଷ୍ଟର୍ମ । ବ୍ରହ୍ମପୁରରୁ କେରଳ ଓ୍ବାୟନାଡ ଗଲା ସନ୍ଧାନୀ କୁକୁର ଷ୍ଟର୍ମ । ବ୍ରହ୍ମପୁର ପୋଲିସ ଜିଲ୍ଲାର ସନ୍ଧାନୀ କୁକୁର ଷ୍ଟର୍ମ ସହ ତିନି ଜଣ କର୍ମଚାରୀ କେରଳ ଗସ୍ତ କରିଛନ୍ତି ।ଷ୍ଟର୍ମ ସହିତ ୪ ଜଣ ଅଧିକାରୀ ମଧ୍ୟ ଓ୍ବାୟନାଡ ଯାଇଥିବା ବ୍ରହ୍ମପୁର ଏସ୍ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।‘ଷ୍ଟର୍ମ’ ହେଉଛି ବ୍ରହ୍ମପୁର ପୋଲିସର ଏକମାତ୍ର କୁକୁର ଯିଏ ସନ୍ଧାନ ଓ […]
ରତ୍ନଭଣ୍ଡାରର ମରାମତି ପାଇଁ ସୋମବାର ବାଜିପାରେ ମୋହର। ଏନେଇ ଶ୍ରୀମନ୍ଦିରର ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକ ବସିବ। ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ବିତିଲାଣି ୩ ସପ୍ତାହ । କିନ୍ତୁ ଏଯାଏ ହୋଇପାରିଲାନି ରତ୍ନଭଣ୍ଡାରର ଯାଞ୍ଚ କିମ୍ବା ମରାମତି କାର୍ଯ୍ୟ । ଏଥିସହ ରତ୍ନଭଣ୍ଡାର ଭିତରେ ଥିବା ଗୁପ୍ତଧନର ରହସ୍ୟ ମଧ୍ୟ ଖୋଲି ନାହିଁ ଆଜିର ଏହି ବୈଠକ ପରେ ଚୂଡ଼ାନ୍ତ ରୂପରେଖ ନେଇ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିବ। ରତ୍ନ ସ୍ଥାନାନ୍ତର ପରେ ମରାମତି ଆଡ଼କୁ […]
ସକ୍ରିୟ ମୌସୁମୀ ପ୍ରଭାବରେ ମଙ୍ଗଳବାରଠାରୁ ରାଜ୍ୟରେ ବଢିବ ବର୍ଷା । ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। କିନ୍ତୁ ବଙ୍ଗୋପସାଗରରେ ଶନିବାର ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଉପରେ ଏହି ଲଘୁଚାପ କେନ୍ଦ୍ରୀଭୂତ ରହିଛି। ତେବେ ସମ୍ପୂର୍ଣ୍ଣ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳରେ ୭.୬ କି.ମି. ଉଚ୍ଚତା ଯାଏ ଲମ୍ବିଛି, ଯାହା ୨୪ […]
