ବିଜେପି ରାଜ୍ୟ ସଭାପତିଙ୍କ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ, ଅବସରରେ ଏକ ପ୍ରେସମିଟ ସହିତ ଜିଲ୍ଲା ବିଜେପି କର୍ମକର୍ତା ସମ୍ମିଳନୀ ରେ ଯୋଗଦେଇ ଦଳୀୟ ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେର୍କେଟା, ରାୟଗଡା ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ରାଷ୍ଟ୍ରୟ ଆଦିବାସୀ ମୋର୍ଚା ସାଧାରଣ ସମ୍ପାଦକ କାଳୀରାମ ମାଝୀ, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ରାୟଗଡା, ବିଷମକଟକ, ଗୁଣୁପୁରୁ […]
BSKY କୁ ନେଇ ଆସିଲା ବଡ଼ ଅପଡେଟ୍। ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ବିଏସକେଓ୍ବାଇ କାର୍ଡ ଏବେ ଜାରି ରହିବ। ଏହାପରେ ସେପ୍ଟେମ୍ବର ୧୦ ତାରିଖ ପରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ସେପ୍ଟେମ୍ବର ୧୦ତାରିଖରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ, ତା ପରେ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ । ପରବର୍ତ୍ତୀ ସମୟରେ ଯୋଜନା ଆଣିଲେ ତାହା ଲାଗୁହେବ, ଏବେ ବିଏସକେୱାଇ ଯେମିତି ଚାଲିବା […]
କେରଳର ଓ୍ବାୟନାଡରେ ଘଟିଥିବା ବିଧ୍ବଂସକାରୀ ଭୂସ୍ଖଳନରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ହାନି ଘଟିଛି। ୨୦ରୁ ଅଧିକ ଲୋକଙ୍କ ପତ୍ତା ମିଳିନାହିଁ। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଅଲୌକିକ ଘଟଣା। କଲପେଟ୍ଟା ରେଞ୍ଜର ବନାଧିକାରୀଙ୍କ ନେତୃତ୍ୱରେ ୪ ଜଣିଆ ରେସ୍କ୍ୟୁ ଟିମ୍ ବାହାରିଥିଲେ ୱାୟନାଡ ଅଭିମୁଖେ, ଉଦ୍ଧାର କାର୍ଯ୍ୟ ପାଇଁ । ରାସ୍ତା ଥିଲା ଭାରି ବିପଜ୍ଜନକ । ଘଞ୍ଚ ଜଙ୍ଗଲ ଭିତରେ ଖସଡା ପଥର […]
ଜଗନ୍ନାଥ ପ୍ରେମୀ ଦେଇଥିବା ‘ଅର୍ପଣ ଚାଉଳ’ ଖତ ଖାଉଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏଫସିଆଇ ଗୋଦାମରେ ହଜାର ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ଗଦା ହୋଇଛି । ଏହା ବାବଦରେ ସ୍ପଷ୍ଟ ନିଷ୍ପତ୍ତି ହେବା ଆବଶ୍ୟକ ରହିଛି । ସେ ଚାଉଳ ଖରାପ ହେବା ଆରମ୍ଭ ହେଲାଣି । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେ ଚାଉଳର ସଦୁପଯୋଗ କେମତି ହେବ, ପରିଚାଳନା କମିଟି ନିଷ୍ପତି ନେଇସାରିବା […]
ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ବନ୍ଧା ହୋଇଛନ୍ତି। ତେବେ ତାଙ୍କ ଲାଇନ୍ରେ ଆଉ ୪୯ ଜଣ ଥିବା ଜଣାପଡ଼ିଛି। ଏହି ଘଟଣାର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ପର୍ଦ୍ଦାଫାସ କରିଛନ୍ତି।ନିଜକୁ ଗୁଇନ୍ଦା ଇନ୍ସପେକ୍ଟର ବୋଲି ବାୟୋଡାଟାରେ ଦର୍ଶାଇ ଯୁବତୀମାନଙ୍କୁ ଫସାଇ ଠକି ଚାଲିଥିଲେ ଏହି ବ୍ୟକ୍ତି। ଫୋନ ଯୋଗେ ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲେ। ଲାଇନରେ ଥିଲେ ଆହୁରି ୪୯ଜଣ ମହିଳା। ହେଲେ ଗୋଟିଏ ଭୁଲ ପାଇଁ ପୁଲିସ ହାତରେ ଧରାପଡିଗଲେ। […]
ମାଲକାନଗିରି ଜିଲାରେ ବନ୍ଦ ହୋଇଛି ୬ଟି ଲକ୍ଷ୍ମୀ ଏସି ବସ ଚଳାଚଳ। ଅଗଷ୍ଟ ପହିଲାରୁ ବସ ଚଳାଚଳ ବନ୍ଦ ରହିଥିବା ସୂଚନା ମିଳିଛି। ଆରଟିଓ ବସ ଚଳାଚଳ ପରମିଟ ବାତିଲ କରିଛନ୍ତି। ସବୁ ବସ ଅପରେଟର ଏହାକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ସବୁ ବସ ବାତିଲ ହୋଇଛି। ସାରା ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା। ଏହା ମଧ୍ୟରୁ ୨୮ଟି ବସ୍ ଚଳାଚଳ ବନ୍ଦ […]
ଭିଜିଲାନ୍ସ ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଛି। ଶ୍ରୀ ପ୍ରଧାନଙ୍କୁ ଗତକାଲି ଠାରୁ ଦୀର୍ଘ ସମୟ ଧରି ମାରାଥନ ଜେରା କରିବା ପରେ ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି। ଭିଜିଲାନ୍ସ ସୂଚନା ମୁତାବକ, ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏଯାବତ ୮୫ ପ୍ଲଟ ଠାବ ହେଲାଣି। ଏକ ପାଞ୍ଚ ମହଲା କୋଠା, ମାର୍କେଟ କଂପ୍ଲେକ୍ସ ଠାବ ହୋଇଛି। ୧୧ […]
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଲଘୁଚାପ କ୍ଷେତ୍ର ଓଡ଼ିଶାଠାରୁ ଯଥେଷ୍ଟ ଦୂରରେ ସକ୍ରିୟ ରହିଥିବାରୁ ଏବଂ ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବାରୁ ରାଜ୍ୟରେ ଆଜି(ଶନିବାର)ଠାରୁ ବର୍ଷାର ପ୍ରଭାବ କମିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୬ତାରିଖ […]
ମହାନଦୀରୁ ଉଦ୍ଧାର ହେଲେ ନିଖୋଜ ବ୍ୟକ୍ତି । ଉଦ୍ଧାର ବ୍ୟକ୍ତି ଜଣଙ୍କ ହେଲେ ସୁନାପାଲି ଅଞ୍ଚଳର ମନ୍ତୋଷ ତାଣ୍ଡି । ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ମନ୍ତୋଷଙ୍କୁ ଉଦ୍ଧାର କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ଚାଉଁରପୁର ପୋଲ ଉପରୁ ଡେଇଁ ନିଖୋଜ ହୋଇଯାଇଥିଲେ। ପରେ ଭାସି ଆସି ଗୋବିନ୍ଦତଲା ଅଞ୍ଚଳରେ ଏକ ଘାସ ବୁଦାରେ ଲାଗିଥିଲେ। ବହୁ ଖୋଜାଖୋଜି ପରେ ଅଗ୍ନିଶମ କର୍ମଚାରୀ ମାନେ ପହଁଚିଥିଲେ କିନ୍ତୁ ଅଗ୍ନିଶମ ବାହିନୀ […]
କେନ୍ଦ୍ରରୁ ଫେରିଲେ ଆଇପିଏସ ୱାଇ.ବି ଖୁରାନିଆ । ବିଏସଏଫ ସ୍ପେଶାଲ ଡିଜି ୱାଇ.ବି ଖୁରାନିଆ କେନ୍ଦ୍ରରୁ ଫେରଛନ୍ତି । ଏନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଅନୁମୋଦନ କରିଛି । ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।। ୧୯୯୦ ବ୍ୟାଚ ଓଡ଼ିଶା କ୍ୟାଡରର ଏହି ଆଇପିଏସ ଅଫିସର, ବର୍ତ୍ତମାନ ବିଏସଏଫ ସ୍ପେଶାଲ ଡିଜି (ଅପରେସନ) ଅଛନ୍ତି । ସୂଚନାଥାଉକି, ଓଡ଼ିଶାରେ ଥିବା ସମୟରେ ସେ ନୟାଗଡ଼, ଯାଜପୁର, ରାଉରକେଲା, […]
ରାୟଗଡ:-ତା.୦୨/୦୮- ଆଜି ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ପ୍ରକଳ୍ପ ପ୍ରଶାସିକା ଆଇଟିଡିଏ ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ ଦୁଇଜଣ ସହକାରୀ ମଙ୍ଗଳ ଅଧିକାରୀ ଯଥା ପ୍ରଶାନ୍ତ କୁମାର ବାଉରୀ ଏବଂ ଧୀରେନ୍ଦ୍ର ସାହୁଙ୍କ ସହିତ ଅଚାନକ ଭାବରେ ମଙ୍ଗଳ ବିଭାଗ ଅଧୀନରେ ଚାଲୁଥିବା ପିତାମହଲ, ବଡ଼ରାଇସିଂ, ଅତଡ଼ା ଏବଂ କେରଡା ଆଶ୍ରମ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ l ଏହି ପରିଦର୍ଶନ ବେଳେ ଅତଡ଼ା ଆଶ୍ରମ ବିଦ୍ୟାଳୟରେ ସାନ୍ଧ୍ୟ ପ୍ରାର୍ଥନା ସମୟରେ କିଛି ଛାତ୍ର ବାହାରେ ବୁଲୁଥିବା ଦେଖିବାକୁ […]
ନୂଆଗାଁ,ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷା ମଧୁଲତା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦ୍ଵିତୀୟ ବର୍ଷ ଛାତ୍ର ଛାତ୍ରୀ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ଙ୍କୁ ଫୁଲ ,ଚନ୍ଦନ ଦେଇ ସ୍ଵାଗତ କରିଥିଲେ। ଅଧ୍ୟକ୍ଷା ମଧୁଲତା ପଟ୍ଟନାୟକ ଶିକ୍ଷା ଅନୁଷ୍ଠାନ ର ଇତିହାସ ,ପ୍ରଶାସନିକ ଶୃଙ୍ଖଳା , […]
