ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମଏଫବିଓ୍ବାଇ)ରେ ଆବେଦନ ଅବଧି ବୃଦ୍ଧି କରାଯାଇଛି। କେବଳ ଓଡ଼ିଶାର ଚାଷୀମାନଙ୍କ ପାଇଁ ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ ସମୟୀସୀମା ବଢ଼ାଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ ଅବଧି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା । ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଷୀ ଏହି ଯୋଜନାରେ ନିଜ ନାମ ପଞ୍ଜୀକରଣ କରିପାରିବେ ।ଚଳିତ ଖରିଫ ରୁତୁ ଚାଷ ପାଇଁ କଟ ଅଫ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ ” ଇଟାମାଟି, ଏବଂ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା “ବ୍ୟଙ୍ଗ କଲମ” ନୟାଗଡ଼ଙ୍କ ଆନୁକୁଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ମୁଥାଗାଡ଼ିଆ ଗ୍ରାମ ପଞ୍ଚାୟତର ମୁକ୍ତାପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଆ ଶାଳଭଞ୍ଜ ଠାକୁରାଣୀଙ୍କ ପୀଠରୁ ବୃକ୍ଷ ରୋପଣ ସହ ଶୁଭାରମ୍ଭ ହୋଇଅଛି । ଏହା ସହ ମୁକ୍ତାପୁର, ମୁଥାଗାଡ଼ିଆ, ଓ କାଳୁଚୁଆପଲ୍ଲୀ ଗ୍ରାମରେ ପ୍ରତି […]
ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଏବଂ ବିଜେଡି ଛାଡ଼ିବାର ଦିନକ ପରେ ନୂଆଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ମମତା ମହାନ୍ତ । ଦିଲ୍ଲୀ ସ୍ଥିତି ପାର୍ଟି ମୁଖ୍ୟାଳୟରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ଏବଂ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅନୁଣ ସିଂହ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା । ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ଦେଇଥିଲେ ଇସ୍ତଫା । […]
ଜୁନ୍ ୯ରେ ଖଣ୍ଡଗିରି ଅଞ୍ଚଳରେ ଘଟିଥିବା ହତ୍ୟା କାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସଂଜିତ ଦାସକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଏସଡିଜେଏମ୍ କୋର୍ଟ। ପାରିବାରିକ ଅଶାନ୍ତିକୁ କେନ୍ଦ୍ର କରି ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ଦୋଷୀ ସଂଜିତ।।୩୩ ଥର ଛୁରୀ ଭୁସି ଅତି ବୀଭତ୍ସ ଭାବେ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ୱାମୀ । ଖବର ଅନୁଯାୟୀ, ୨୦୨୨ ମସିହାରେ ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରେ ଖେଳିଯାଇଥିଲା ଚାଞ୍ଚଲ୍ୟ । ଏହି ଅଞ୍ଚଳରେ ବାସ କରୁଥିବା ସଞ୍ଜୀବ ଦାସ […]
ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲାରେ ଛାନଭିନ ଜାରି ରଖିଛି ଧଉଳି ଥାନା ପୁଲିସ । ମଧୁମିତା ରହୁଥିବା ବାପୁଜୀନଗର ଭଡା ଘରୁ ସୁଇସାଇଡ ନୋଟ୍ ଜବତ କରିଛି ପୁଲିସ ।ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁମିତା ଭୁବନେଶ୍ୱରର ସାମନ୍ତରାପୁରରେ ରହୁଥିବା ଭଞ୍ଜନଗରର ଶ୍ରୀଧରଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ୫ ବର୍ଷର ପ୍ରେମ ସମ୍ପର୍କ ରହିବା ପରେ ଗତ ମାର୍ଚ୍ଚ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମୃତ୍ୟୁ ପୂର୍ବରୁ […]
ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସରକାର ସମୟରେ ନୂତନ ପାର୍ଲିଆମେଣ୍ଟ ବିଲ୍ଡିଂର ନିର୍ମାଣକୁ ଏକ ବଡ଼ ଉପଲବ୍ଧି କୁହାଯାଉଥିଲା ବେଳେ ଏଥିରୁ ବର୍ଷା ପାଣି ଗଳିବା ଆରମ୍ଭ ହୋଇଛି। ଯାହାକୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଭାଜପାକୁ କଟାକ୍ଷ କରିବା ଆରମ୍ଭ କରିଛନ୍ତି। ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ନୂଆ ସଂସଦ ଭବନ ଛାତରୁ ପାଣି ଗଳୁଛି ଓ ତଳେ ପାଣିକୁ ଧରି ରଖିବାକୁ ଏକ ବାଲଟିର ବ୍ୟବସ୍ଥା କରାଯାଇଛି ।ମଣିକମ୍ […]
ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ଦୁଇଟି ଗେଟ୍ ବନ୍ଦ ହେବା ପରେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପଟରୁ ୮ଟି ଓ ଡାହାଣ ପଟରୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାପଡିଛି ।ସୂଚନାନୁଯାୟୀ, ଜୁଲାଇ ୩୧ରେ ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ ବନ୍ଦ କରାଯାଇଥିଲା। ଫଳରେ ୧୪ଟି ଗେଟ ମଧ୍ୟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା। ଡ୍ୟାମର […]
କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଗୁରୁବାର ସକାଳୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଛତିଶଗଡ଼ର ପୁରଥ ନିକଟରେ ସରୋଜିନୀ ରଣବିର ନାମକ ଜଣେ ମହିଳା ମହାନଦୀରେ ପ୍ରାୟ ୬୦ କିମି ଭାସି ଆସିଥିଲେ। ସକାଳୁ ସକାଳୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ନିକଟରେ ମହାନଦୀ କୂଳରେ ଲାଗିଥିଲେ। ମହାନଦୀକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଦେଖି ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ସରୋଜିନୀଙ୍କ ଗୋଡରେ ଲୁହା କଡ଼ି […]
ପିସିସି ସଭାପତି ପାଇଁ ରାଜ୍ୟରେ ଲବି ଆରମ୍ଭ ହୋଇଛି। ଏବେ ଓଡିଶା କଂଗ୍ରେସ ନେତା ଦିଲ୍ଲୀ ମୁହାଁ ହୋଇଛନ୍ତି । ମୁରବି ଶୂନ୍ୟ ପିସିସିକୁ ଖୁବ୍ ଶୀଘ୍ର ମୁଖିଆ ମିଳିବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।ଖବର ଅନୁଯାୟୀ, ଓଡିଶାର କିଛି କଂଗ୍ରେସ ନେତା ଦିଲ୍ଲୀ ଗସ୍ତ କରିଥିବା ଜଣାପଡିଛି । ଆଉ ଏବେ ଗୁରୁବାର ଦିନ ସକାଳୁ ସକାଳୁ ଦିଲ୍ଲୀ ଗସ୍ତ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହି […]
ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର(ଭାଜପା) ଆସନରେ ହ୍ରାସ ଘଟିଥାଇପାରେ, କିନ୍ତୁ ଦଳ ନିଶ୍ଚିତ ଭାବରେ ଓଡ଼ିଶାରେ ଏକ ନୂତନ ଦୁର୍ଗ ପାଇଛି। ଭାଜପା କେବଳ ଲୋକ ସଭା ଆସନ ଦୃଷ୍ଟିରୁ ଓଡ଼ିଶାକୁ ପରାସ୍ତ କରିନାହିଁ, ପ୍ରଥମ ଥର ପାଇଁ ରାଜ୍ୟ ସଭା ଜିତିବା ସହ କ୍ଷମତାର ସିଂହାସନ ଜିତିଛି। ବିଜେଡି କହିଛି ଜାତୀୟ ଦଳ ଚକ୍ରାନ୍ତ କରି ଏଭଳି କରିଛନ୍ତି । ମୟୂରଭଞ୍ଜବାସୀଙ୍କୁ ଓ ମହନ୍ତ ସମ୍ପ୍ରଦାୟଙ୍କୁ ଧୋକା ଦେଇଛନ୍ତି । […]
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ନେଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ରାଜ୍ୟ ସରକାର ଇ-କଓ୍ବୋଇସି ଲାଗୁ କରିବେ। ଏହାକୁ ହିତାଧିକାରୀଙ୍କ ପୋର୍ଟାଲରେ ଅପ୍ଲୋଡ କରାଯିବ। ଏହାଦ୍ବାରା କେଉଁ ଅଯୋଗ୍ୟ ହିତାଧିକାରୀ ରାଶନ ନେଉଛନ୍ତି ତାହା ଧରା ପଡ଼ିଯିବ। ସେମାନଙ୍କ ସ୍ଥାନରେ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଦେବେ ନୂଆ ସରକାର । ସେହିଭଳି ବୟସ୍କ ଓ ବୃଦ୍ଧବୃଦ୍ଧାଙ୍କୁ ଚିହ୍ନଟ କରି ସେମାନଙ୍କ ଘରେ ରାସନ ପହଞ୍ଚାଇବାକୁ […]
ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଏବଂ ମୌସୁମୀ ନିମ୍ନ ଚାପରେଖା ପ୍ରଭାବରେ ବୁଧବାର ସକାଳରୁ ଅପରାହ୍ଣ ୫.୩୦ ସୁଦ୍ଧା ବାରିପଦାରେ ସର୍ବାଧିକ ୧୨୧ ମି.ମି ବର୍ଷା ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକର ପ୍ରଶାସନ ସଜାଗ ରହିବାକୁ ଏସ୍ଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଅନୁଗୁଳ, ଢେଙ୍କାନାଳ, […]
