ମହାଠକ ହଂସିତାଙ୍କ ଘରେ ପଶିଲା ଆୟକର ଟିମ୍‌

ନର୍ଲାରୁ ଦିଲ୍ଲୀ ଓ ପରେ ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଥିଲା ମହାଠକେଇର ମାୟାଜାଲ । ଅତି ଚତୁରତାର ସହ କୋଟି କୋଟି ଟଙ୍କାର ଚୁନା ଲଗାଉଥିଲେ । ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ସାଂଘାତିକ ରାକେଟ୍ ଓ ଠୁଳ କରିଥିଲେ କୋଟି କୋଟି ଟଙ୍କା। ତେବେ ଆଜି ବଣ୍ଟି ବିବଲି ଅନିଲ ମହାନ୍ତି ଓ ହଂସିକା ଅଭିଲିପ୍ସାଙ୍କ ଘରେ ଆୟକର ବିଭାଗ । ୧୨ଟି ସ୍ଥାନରେ ଏକକାଳୀନ ରେଡ ମାରୁଛି ଆଇଟି । ଘର, […]

ଜୟପୁରରେ ହେବ OPSC ପରୀକ୍ଷା ଜୋନ୍‌

ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। କୋରାପୁଟ ଜିଲ୍ଲାର ଜୟପୁରଠାରେ ଏଣିକି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇପାରିବେ। ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଗତକାଲି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଜାନୁଆରି ୧ ତାରିଖ ଦିନ ରାଜ୍ୟର ନିଯୁକ୍ତି କମିଶନ ମାନଙ୍କ ସହିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲା ଜୟପୁର ଠାରେ ଏକ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ପାଇଁ ଓଡ଼ିଶା ଲୋକ ସେବା ଆୟୋଗକୁ ପରାମର୍ଶ ଦେଇଥିଲେ।ଏହାଫଳରେ ଏଣିକି […]

ଗତବର୍ଷ ୧ କୋଟି ୭୭ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି

ରାଜ୍ୟରେ ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରାଯାଉଛି ।ଏହି ପରିପ୍ରେକ୍ଷୀରେ ୨୦୨୪-୨୫ ମସିହାରେ ଡ଼ିସେମ୍ବର ମାସ ୩୦ ତାରିଖ ସୁ ଦ୍ଧା ୧୫ ହଜାର ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି । ୨୦୨୪ରେ ୧ କୋଟି ୭୭ ଲକ୍ଷ ଗଞ୍ଜେଇ ଗଛ ସମ୍ପୂର୍ଣ୍ଣ […]

ମନ୍ଦିରରେ ଚୋରି କରିବା ପୂର୍ବରୁ ଭଗବାନଙ୍କୁ ମୁଣ୍ଡିଆ ମାରିଲା ଚୋର

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଉପକଣ୍ଠରେ ଥିବା ସିରିଡି-ସାଇ ମନ୍ଦିରରୁ ହୋଇଥିବା ଚୋରି ଘଟଣାର ଏକ ସିସିଟିଭି ଫୁଟେଜ ଆଗକୁ ଆସିଛି । କଥାରେ ଅଛି….”ଅତି ଭକ୍ତି ଚୋରର ଲକ୍ଷଣ” । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି, ଭଂଜନଗର ସିରିଡ଼ି ସାଇ ମନ୍ଦିରରୁ ହୋଇଥିବା ଚୋରି ଘଟଣା ।ମନ୍ଦିର ଭିତରେ ପଶିଥିବା ଚୋରଟିଏ, ସାଇବାବାଙ୍କ ଆସ୍ଥାନ ଉପରେ ଚଢ଼ିବା ପୂର୍ବରୁ, ସେହି ସ୍ଥାନକୁ କିଭଳି ଭାବେ ମୁଣ୍ଡରେ ଲଗାଇ, ଉପରକୁ ଚଢୁଛି । ତାହା ସିସିଟିଭି ଫୁଟେଜ୍ […]

ରାୟଗଡ ରେଳ ମଣ୍ଡଳର ଶିଳାସ୍ଥାପନ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି .ରାୟଗଡ ତା ୬/୧/ ଯୁବ

ଯୁବ ବିକାଶ ପରିଷଦ ରାୟଗଡ ର ଦୀର୍ଘ ବର୍ଷର ଲଢେଇ ପରେ ରାୟଗଡ କୁ ରେଳ ମଣ୍ଡଳ ଘୋଷଣା କରାଯାଇଥିଲା . ଆଜି ସୋମବାର ରେ ଭିସି ମାଧ୍ୟମ ରେ ତାହାର ଭିତି ପ୍ରସ୍ତର ଦେଇଛନ୍ତି ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀଯକ୍ତ ନରେନ୍ଦ୍ର ମୋଦି .ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସୋମବାର ଦିନ ବହୁ ପ୍ରତିକ୍ଷିତ ରାୟଗଡ ରେଳ ମଣ୍ଡଳର ଶିଳାନ୍ୟାସ ଆଭାସି ମାଧ୍ୟମରେ କରିଛନ୍ତି । ରାୟଗଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର […]

OYOରେ ଆଉ ରୁମ୍‌ ବୁକ୍‌ କରିପାରିବେ ନାହିଁ ଅବିବାହିତ ଯୋଡ଼ି

ଅବିବାହିତ ଦମ୍ପତିଙ୍କ ପାଇଁ ଆସିଲା ନୂଆ ନିୟମ । ଏବେ ଆଉ ସହଜରେ ମିଳିବନି ହୋଟେଲରେ ଚେକ୍ ଇନ୍ । ପ୍ରେମୀ ଯୁଗଳଙ୍କ ମଧ୍ୟରେ ଖାସ ପସନ୍ଦ ଥିବା ହୋଟେଲ ଓୟୋ ନୂଆ ବର୍ଷରେ ଆଣିଛି ନୂଆ ନିୟମ । ଯେଉଁମାନେ ବିବାହ କରି ନଥିବେ ତାଙ୍କୁ ଓୟୋ ହୋଟେଲରେ ମିଳିବନି ପ୍ରବେଶ ପାଇଁ ଅନୁମତି । ପ୍ରେମୀ ଯୁଗଳଙ୍କ ପାଇଁ ଏହି ନିୟମ ଏବେ ଚିନ୍ତାର କାରଣ ହୋଇଛି ।ଚେକ୍‌ ଇନ୍‌ ସମୟରେ ସମସ୍ତ ଦମ୍ପତିଙ୍କଠାରୁ […]

ପୁଣି ଫେରିଲା ବାର୍ଡ ଫ୍ଲୁ ଭୟ

କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ସନ୍ଦେହ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଅନେକ କୁକୁଡା ଫାର୍ମରେ କୁକୁଡା ମଡକ ଦେଖାଯାଇଛି । ଏହାସହିତ କେତେକ ସ୍ଥାନରେ କାଉ ମଧ୍ୟ ମରି ପଡିଥିବା ଦେଖାଯାଇଛି ।ଗତ ୫ ଦିନ ଧରି କୁକୁଡ଼ା ମଡ଼କ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇଛି । ଏପରିକି ଚାଷୀ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି । ମୃତ କୁକୁଡାର ରକ୍ତ, ନାଳ, ମୂତ୍ର ପରୀକ୍ଷା ପାଇଁ ପଠାଯାଇଛି । ଏତେ ସଂଖ୍ୟାରେ କୁକୁଡା କାହିଁକି […]

ଓଡିଶା ବାସୀ ଏ ମିଛୁଆ  ସରକାର ର ଅସଲି ଚେହେରା ଖୁବ ଶୀଘ୍ର ଖୋଲିଦେଵେ -ନବୀନ ପଟନାୟକ 

ଜୁନ ମାସ ରେ ବିଜେପି ସରକାର ଗଠନ ହେଲା.ସାତ ମାସ ହୋଇଗଲା .ହଁ କେବଳ ଲମ୍ବା ଲମ୍ବା ଭାଷଣ ଆମେ ଏବେ ଶୁଣୁଛୁ .କିନ୍ତୁ କାମ ଘର ଶୂନ.. ଦରଦାମ   ବଢ଼ି ବଢ଼ି ଚାଲିଛି  କିନ୍ତୁ action  କିଛି ନାହିଁ  . ଏ ସରକାର ଲୋକଙ୍କ ସରକାର ବୋଲି ଦାବୀ କରୁଛି.କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାର ର ସମ୍ପର୍କ ଥିବା ପରି ଜଣା ପଡ଼ୁ ନାହିଁ  ଡାଲି କୁହନ୍ତୁ. ତେଲ କୁହନ୍ତୁ. […]

ଛତିଶଗଡ ବିଜାପୁରରେ ବଡ ଧରଣର ମାଓ ହାମଲା ।୯ ସହିଦ

ଛତିଶଗଡ଼ ବିଜାପୁରର କୁଟ୍ରୁ ରାସ୍ତାରେ IED ବିସ୍ଫୋରଣରେ ଉଡ଼ିଗଲା ଯବାନ ଯାଉଥିବା ଗାଡ଼ି। ଏହି ଆକ୍ରମଣେ ୮ ଯବାନଙ୍କ ସହିତ ଜଣେ ଡ୍ରାଇଭର ମଧ୍ୟ ସହିଦ ହେଇଛନ୍ତି ।। ସମସ୍ତ ସହିଦ ଯବାନ ଦାନ୍ତେୱାଡା ଡିଆରଜି କ୍ୟାମ୍ପର। ଦାନ୍ତେୱାଡା, ନାରାୟଣପୁର ଜଙ୍ଗଲରେ ମାଓ ଅପରେସନ୍ ସାରି ଫେରୁଥିଲେ ସମସ୍ତ ଯବାନ। ଗତକାଲି ଦାନ୍ତେୱାଡା ଜଙ୍ଗଲରେ କୁମ୍ବିଂ ଅପରେସନ୍‌ରେ ଯାଇଥିଲେ ଏ ସମସ୍ତ ଯବାନ। ଗତକାଲି ମାଓ ଅପରେସନ୍‌ବେଳେ ୪ ନକ୍ସଲ ନିପାତ ହୋଇଥିଲେ। ନକ୍ସଲଙ୍କ ସହ ଗୁଳିବିନିମୟରେ […]

ବଡ଼ଦାଣ୍ଡର ଏକ ସ୍ଥାନରେ ବିକ୍ରି ହେଉଥିବା ଖଜା‌କୁ ଖାଉଛି କୁକୁର।

ସିଂହଦ୍ବାର ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭକ୍ତ ଓ ପର୍ଯ୍ୟଟକଙ୍କୁ ବିକ୍ରି ପାଇଁ ରଖାଯାଇଥିବା ଖଜାକୁ ଏକ ବୁଲା କୁକୁର ଖାଉଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବଡ଼ ଓ ଆଶ୍ଚର୍ଯ୍ୟକର କଥା ହେଉଛି , ଖଜା ବିକ୍ରି ହେଉଥିବା ସ୍ଥାନରେ ଜଣେ ମହିଳା ବି ବସି ବ୍ୟବସାୟ କରୁଛନ୍ତି। ଆଉ ଆଖପାଖରେ ଲୋକେ ବି ଯାଆସ କରୁଛନ୍ତି। କିନ୍ତୁ କେହି ବି କୁକୁରଟିକୁ ଘଉଡାଉନଥିବା ଦେଖିବାକୁ ମିଳିଛି। […]

ଅତିଥି ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ

ବିଦେଶାଗତ ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ବାର୍ଡ ମ୍ୟୁଜିୟମ ଚିଲିକା, ବରକୂଳ କିମ୍ବା ନଳବଣ କେଉଁ ସ୍ଥାନରେ ପ୍ରତିଷ୍ଠା ହେବ ସେ ନେଇ ବିଚାର କରୁଛି ବିଭାଗ। ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି ସହ ପର୍ଯ୍ୟଟନ ବିଭାଗ ମିଶି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି। ଚଳିତଥର ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡ଼ର । ଚିଲିକା ବିହଙ୍ଗ ମହୋତ୍ସବ […]

ଆଗକୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ରାତି ତାପମାତ୍ରା ।

କମିବ ଦିନ ତାପମାତ୍ରା । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ରାତି ତାପମାତ୍ରା । ଏହାଦ୍ବାରା ଶୀତର ପ୍ରକୋପ ସମାନ୍ୟ କମିପାରେ। ତେବେ ଏହି ସମୟରେ ଅନୁଗୁଳ,ଢେଙ୍କାନାଳ, ଯାଜପୁର, କଟକ , ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟାରେ ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ର ୫ […]