ରାଜ୍ୟର ୮ ଆଇପିଏସ୍ ଅଫିସରଙ୍କୁ ମିଳିଛି ପଦୋନ୍ନତି।

ରାଜ୍ୟର ୮ ଆଇପିଏସ୍ ଅଫିସରଙ୍କୁ ମିଳିଛି ପଦୋନ୍ନତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଯତୀନ୍ଦ୍ର କୋୟଲ ଓ ପ୍ରତୀକ ମହାନ୍ତି। ୨୦୦୦ ବ୍ୟାଚ୍‌ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୦ ବ୍ୟାଚ୍‌ ଆଇପିଏସ୍ ଅଫିସର ପ୍ରତୀକ ମହାନ୍ତଙ୍କୁ ମଧ୍ୟ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ୨୦୦୭ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ ଓ ନିତି ଶେଖରଙ୍କୁ ଆଇଜି […]

ଆସନ୍ତା ୨୦ ତାରିଖରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ

ନୂଆବର୍ଷ ଆସୁଥିବାରୁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଆସନ୍ତା ୨୦ ତାରିଖରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରରୁ ଲାଗିଥିବା ଲମ୍ବା ଧାଡ଼ି କଡ଼ରେ ଫ୍ୟାନ, କୁଲର, ପିଇବା ପାଣି ଏବଂ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେସ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ଏହାସହ ଭିନ୍ନକ୍ଷମଙ୍କ ପାଇଁ ରାମ୍ପର ବ୍ୟବସ୍ଥା ହେବ । କିନ୍ତୁ […]

୨୦୨୪ରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ୧୮୧ ସରକାରୀ ବାବୁ ।

୨୦୨୪ ମସିହାରେ ଭିଜିଲାନ୍ସ ଜାଲରେ ମୋଟ୍ ୧୮୧ ସରକାରୀ ବାବୁ ପଡ଼ିଛନ୍ତି । ଚଢାଉ ଓ ମାମଲା ନେଇ ବର୍ଷକର ତଥ୍ୟ ଦେଲା ଭିଜିଲାନ୍ସ । ତେବେ ସରକାରୀ ବାବୁଙ୍କ ମଧ୍ୟରୁ ୫୦ ଜଣ କ୍ଲାସ୍ ୱାନ୍ ଅଫିସର ରହିଛନ୍ତି । ୬ମୁଖ୍ୟଯନ୍ତ୍ରୀ, ୧୯ ଯନ୍ତ୍ରୀ, ୨୨ ରାଜସ୍ୱ ଅଧିକାରୀ, ୯ପୋଲିସ, ୫ଡାକ୍ତର, ୩ବନ ଅଧିକାରୀ ଜାଳରେ ପଡିଛନ୍ତି । ଜବତ ହୋଇଛି ୧୩୧ କୋଟିର ଆୟ ବହିର୍ଭୂତ ସମ୍ପତ୍ତି । ୭୯୨ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ […]

ପିଏମ୍-ଉଷା ଯୋଜନାରେ ଓଡ଼ିଶାକୁ ୬୭୦ କୋଟି ଟଙ୍କା ଅନୁଦାନ ।

ପିଏମ୍-ଉଷା ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ଗବେଷଣା ପାଇଁ ପିଏମ୍-ଉଷା ଯୋଜନାରେ ଓଡିଶାର ବିଭିନ୍ନ ବିଶ୍ବବିଦ୍ୟାଳୟକୁ ୬୭୦ କୋଟି ଟଙ୍କା ପ୍ରଦାନ କରାଯିବ ।୪ଟି ବର୍ଗରେ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ମାନଙ୍କରେ ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବା ଦିଗରେ ୩୯ଟି ପ୍ରସ୍ତାବ ନିମନ୍ତେ ୬୭୦ କୋଟି ଖର୍ଚ୍ଚ ହେବ । […]

୩୮ ବର୍ଷ ହେଲାଣି ଏହି ଗାଁ ପାଳନ ହୁଅନି ନୂଆବର୍ଷ

ପାହାଡି ଗାଁର ପଥୁରିଆ ମଣିଷର ହୃଦୟ କାନ୍ଦି ଉଠିଲା । ଯେତେବେଳେ ପିକନିକ୍ ଯାଇଥିବା ଗାଁ ପିଲାଙ୍କ ଗାଡି ବଦଳରେ ଆସିଲା ଶବର ପାହାଡ଼ । ୩୮ ବର୍ଷ ତଳର ସେ ଲୋମଟାଙ୍କୁରା ଘଟଣାକୁ ଏବେବି ଭୁଲି ନାହାନ୍ତି ଗାଁ ଲୋକେ । ନୂଆବର୍ଷ ଆସିଲେ ଏବେବି ଗାଁର କେହି ପିକନିକ୍ ଯାଆନ୍ତିନି କି ବଣଭୋଜି କରନ୍ତିନି। ନୀଳଗିରିର ଏମିତି ଏକ ଗାଁ ଯେଉଁଠି ପାଳନ ହୁଏନି ଜିରୋ ନାଇଟ୍ କି ନୂଆବର୍ଷ ଉତ୍ସବ । ବାଲେଶ୍ବର […]

ଲୋକସେବା ଭବନରେ ସାମ୍ବାଦିକଙ୍କୁ ମିଳିଲା ପ୍ରବେଶ ଅନୁମତି

ଦୀର୍ଘ ବର୍ଷର ପରିଶ୍ରମର ଅନ୍ତ ହେବାକୁ ଯାଉଛି। ନୂଆ ସରକାର ନେଇଛନ୍ତି ନୂଆ ନିଷ୍ପତ୍ତି। ଦୀର୍ଘ ବର୍ଷ ହେଲା ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ନୋ ଏଣ୍ଟ୍ରି ଥିବା ବେଳେ ଏବେ ତାହା ପୁଣି ଥରେ ଉନ୍ମୁକ୍ତ ହେବାକୁ ଯାଉଛି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ କୋଭିଡ଼୍ ପାଇଁ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ରହିଥିଲା ।ମାତ୍ର ନୂଆ ସରକାର ଆସିବା ପରେ ସାମ୍ବାଦିକଙ୍କ ନୋ […]

ଶୀଘ୍ର କରାଇ ନିଅନ୍ତୁ ଜରୁରୀ କାମ । ଜାନୁଆରୀ ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ

ପୁରୁଣା ବର୍ଷ ୨୦୨୪ ଶେଷ ହବାକୁ ଯାଉଛି । ଆରମ୍ଭ ହେବ ନୂଆ ବର୍ଷ ୨୦୨୫ । ଏଥର ନୂଆ ବର୍ଷ ସମସ୍ତଙ୍କୁ ଭାରି ଖୁସି ଦେବ । ଏଥର ବର୍ଷ ପ୍ରଥମ ମାସ ଜାନୁଆରୀରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ । ଏ ନେଇ ରିଜର୍ଭ ବ୍ୟାଙ୍କ ଜାରି କରିସାରିଲାଣି ଛୁଟି ତାଲିକା ।୧ ଜାନୁଆରୀ : ନୂଆବର୍ଷ , ୨ ଜାନୁଆରୀ : ମନ୍ନମ ଜୟନ୍ତୀ, ୫ ଜାନୁଆରୀ : ରବିବାର, ୬ […]

ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ ଠକ ବଣ୍ଟି-ବବଲି

ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଚୂନ ଲଗାଉଥିଲେ ଏହି ଦୁଇ ଅଭିଯୁକ୍ତ । ଏମିତିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ରଙ୍କ ନାଁ ନେବାକୁ ବି ପଛାଇ ନଥିଲେ । ଖାଲି ସେତିକି ନୁହେଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏମଜି ଗିରିଶ ମୁର୍ମୁଙ୍କ ଭଳି ବଡ଼ ବଡ଼ିଆଙ୍କ ସହ ନିଜ ଫଟୋ ଏଡିଟ୍ କରି ଦେଖାଉଥିଲେ । ଭୁବନେଶ୍ବରରେ ଦାମୀ ଆପାର୍ଟମେଣ୍ଟରେ ରହୁଥିଲେ, ବିଳାସପୂର୍ଣ୍ଣ ଗାଡ଼ି […]

ଆଜି ୪ ଜିଲ୍ଲା ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତି ବୁଝିବା ପାଇଁ ଆଜି ୪ ଜିଲ୍ଲା ଗସ୍ତ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଫସଲହାନି ସ୍ଥିତିର ସମୀକ୍ଷା ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ବୁଲି ଚାଷୀଙ୍କ ସହ କଥା ହେବେ ନବୀନ । ସୋମବାର ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଯାଇ ବିଭିନ୍ନ ବ୍ଲକର ଫସଲ କ୍ଷୟକ୍ଷତି ଅନୁଧ୍ୟାନ ଅବସରରେ ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ନିର୍ବାଚନ ଶେଷ ହେବାର ପ୍ରାୟ […]

ଏଡିଆର ରିର୍ପୋଟ: ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ମମତା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ପତ୍ତି ?

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ଭାରତର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କର ୯୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେହିପରି ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହୋଇଥିବା ନେଇ ସୋମବାର ନିର୍ବାଚନରେ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ସଙ୍ଗଠନ ଆସୋସିଏଶନ ଅଫ୍‌ ଡେମୋକ୍ରାଟିକ ରିଫର୍ମସ୍‌(ଏଡିଆର୍‌) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।ତାଙ୍କ ପଛକୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ […]

ନୂଆବର୍ଷ ପୂର୍ବରୁ ପୁରୀରେ ଅସମ୍ଭାଳ ଭିଡ

ରାତି ପାହିଲେ ନୂଆବର୍ଷ । ବର୍ଷର ଶେଷ ଦିନ ଓ ବର୍ଷର ଆରମ୍ଭରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସଭିଙ୍କ ମନରେ ଭରପୁର ଆଶା । ଆଉ ଏଥିପାଇଁ ପୁରୀରେ ଅସମ୍ଭାଳ ଭିଡ଼। ସମୟ ଯେତେ ବଢୁଛି, ଭିଡ଼ ବି ସେତିକି ବଢୁଛି । ଜନସମୁଦ୍ର ପାଲଟିଛି ବଡଦାଣ୍ଡ।ତେଣୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି। ଆଜି ଓ ଆସନ୍ତାକାଲି କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ […]

ସଫଳ ହେଲା ଭାରତର ସ୍ପେଡେକ୍ସ ମିଶନ

ଇତିହାସ ରଚିଛି ଇସ୍ରୋ । ଯାହା କେବଳ ଚୀନ୍, ଆମେରିକା ଓ ରୁଷ କରିପାରିଥିଲେ ତାହା ଭାରତ କରି ଦେଖାଇଛି। ଏହାକୁ କୁହାଯାଉଛି ସ୍ପେଡେକ୍ସ ମିଶନ ।ଇସ୍ରୋ ସଫଳତାର ସହିତ ଏହାର ଉଚ୍ଚାଭିଳାଷୀ ମିଶନ PSLV-C60 SpaDeX ଆରମ୍ଭ କରିଛି। ଏହି ମିଶନ ସହିତ ଭାରତ ଦେଶମାନଙ୍କର ସିଲେକ୍ଟ କ୍ଲବରେ ଯୋଗ ଦେଇଛି, ଯେଉଁମାନେ ସ୍ପେସ ଡକିଂ ଟେକ୍ନୋଲୋଜିରେ ଦକ୍ଷତା ହାସଲ କରିଛନ୍ତି। ଇସ୍ରୋ କହିଛି ଯେ PSLV-C60 ସଫଳତାର ସହ ସ୍ପାଡେକ୍ସ ଏବଂ 24 ପେଲୋଡ […]