ବିଦ୍ୟାଲକ୍ଷ୍ମୀ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ

ଦେଶର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିବ ନାହିଁ । କାରଣ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଛି । ଏହା ମାଧ୍ୟମରେ ବାର୍ଷିକ ଦେଶର ପାଖାପାଖି ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଲାଭ । ଉଚ୍ଚ ଶିକ୍ଷା ପାଇଁ ଅର୍ଥର ସମସ୍ୟା ଆଉ ରହିବ ନାହିଁ ।ଏହି ଯୋଜନା ପାଇଁ ୬୩,୬୦୦ କୋଟିର ଏକ […]

ହାଲୁକା ଯାନ ଲାଇସେନ୍ସରେ ଭାରୀଯାନ ଚଳାଇବାର ଅନୁମତି

ବ୍ୟବସାୟିକ ଯାନର ଡ୍ରାଇଭରମାନଙ୍କ ପାଇଁ ସୁପ୍ରିମକୋର୍ଟ ଆଶ୍ୱସ୍ତି ଆଣିଛନ୍ତି। ହାଲୁକା ମୋଟରଯାନ (ଏଲ୍‌ଏମ୍‌ଭି) ଡ୍ରାଇଭିଂ ଲାଇସେନ୍ସଧାରୀମାନେ ବିନା ଲୋଡିଂରେ ପରିବହନ ଯାନ ଚଳାଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ ବୁଧବାର ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ସାମ୍ବିଧାନିକ ପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି। ଫଳରେ ଲାଇସେନ୍ସ ନିୟମାବଳୀରେ ସ୍ବଚ୍ଛତା ଆସିବା ସହ ଦୁର୍ଘଟଣା କ୍ଷେତ୍ରରେ ଚାଳକଙ୍କ ଲାଇସେନ୍ସ ଉପରେ ଆଧାର କରି ବୀମା କମ୍ପାନୀ କ୍ଷତିପୂରଣକୁ ପ୍ରତ୍ୟାଖ୍ୟାନ କରିବା ବନ୍ଦ […]

ରାସନକାର୍ଡ ହିତାଧିକାରୀଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବନି ଗହମ ।

ଗତ ଅକ୍ଟୋବର ମାସରୁ ରାସନ କାର୍ଡରେ ଖାଉଟିଙ୍କୁ ଗହମ ବଣ୍ଟନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏମିତି କି କିଛି ଡିଲର ପଏଣ୍ଟକୁ ଗହମ ପହଁଚି ଥିବା ମନ୍ତ୍ରୀ କହିଥିଲେ । ହେଲେ ଅଚାନକ ଭାବରେ ଗହମ ବଣ୍ଟନ ନକରିବାକୁ କହିଛି ଯୋଗାଣ ବିଭାଗ ।ବିଧିବଦ୍ଧ ଭାବେ କୌଣସି ନିର୍ଦ୍ଦେଶନାମା ଜାରି କରିନଥିଲେ ବି ମୋବାଇଲ ମେସେଜ୍ ଜରିଆରେ ଡିଲରମାନଙ୍କୁ ଗହମ ନ ବାଣ୍ଟିବାକୁ କୁହାଯାଇଛି । ଯଦିଓ କେବେ ଯାଏଁ ଗହମ ମିଳିବ ନାହିଁ […]

ପଶୁ ପାଳନ କ୍ଷେତ୍ରକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରନ୍ତୁ

ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ। କୃଷି କାର୍ଯ୍ୟ ସହିତ ଗାଇ, ଛେଳି, ମେଣ୍ଢା ଓ ମାଛ ଚାଷ ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅବସରରେ […]

ଭଗବାନ ବିର୍ସା ମୁଣ୍ଡା ଜନ୍ମ ଜୟନ୍ତୀ ଅବସରରେ…

lରାୟଗଡ:-ତା. ୬/୧୧-ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାର ଅଗ୍ରଗତିର ସମୀକ୍ଷା ଏବଂ ଧର୍ତ୍ତି ଆବା-ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଆନ୍ (DA-JGUA) ଅଧୀନରେ ଆଗାମୀ ମେଗା ଇଭେଣ୍ଟର ଆୟୋଜନ ଉପରେ ଆଲୋଚନା ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା | ରାୟାଗଡା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଶ୍ରୀମତୀ ପାରୁଲ ପଟାୱରୀ ଜିଲ୍ଲାପାଳ , ରାୟାଗଡାଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ସିଡିଓ ତଥା ଇଓ ଜିଲ୍ଲାପରିଷଦ, ରାୟଗଡ ଶ୍ରୀ ନିହାର ରଞ୍ଜନ କହଁର, ପ୍ରକଳ୍ପ […]

ଆଜି ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା ‘ଦାନା’ କ୍ଷୟକ୍ଷତି ଟଙ୍କା ।

ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା ‘ଦାନା’ କ୍ଷୟକ୍ଷତି ଟଙ୍କା । ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତିରେ ଚୂଡାନ୍ତ ରିପୋର୍ଟ ଅନୁଯାୟୀ ୪୨୩ କୋଟି ୫୫୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ୭ଦିନ ଭିତରେ ଜିଲ୍ଲାପାଳ ଦେବେ କ୍ଷୟକ୍ଷତି ଟଙ୍କା ।ମଙ୍ଗଳବାର ବିଭିନ୍ନ ଜିଲ୍ଲା ଓ ବିଭାଗରୁ ବାତ୍ୟା ‘ଦାନା’ କ୍ଷୟକ୍ଷତିର ଆକଳନ ପହଞ୍ଚିଛି । ଓଡ଼ିଶାରେ ସାମଗ୍ରିକ ଭାବେ ଫସଲ, ଘର ଏବଂ ବିଭିନ୍ନ ବିଭାଗର ଚୂଡାନ୍ତ ଆକଳନ ଅନୁଯାୟୀ […]

ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମିନାରୀ) ପରୀକ୍ଷା-୨୦୨୩ ପାଇଁ ଆଜି ତାରିଖ ଘୋଷଣା ହୋଇଛି

୨୦୨୩ ଓଏଏସ ପ୍ରିଲିମ ଟେଷ୍ଟ ପାଇଁ ତାରିଖ । ଡିସେମ୍ବର ୧୫ ତାରିଖ ରବିବାର ହେବ ପ୍ରିଲିମ ପରୀକ୍ଷା । ପ୍ରିଲିମ ପରୀକ୍ଷା ତାରିଖ ଘୋଷଣା କଲା ଓପିଏସସି ।ଏହି ପରୀକ୍ଷା ପାଇଁ ସଂପୂର୍ଣ୍ଣ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ଓପିଏସ୍‌ସି ପକ୍ଷରୁ ଜାରି ନୋଟିସରେ କୁହାଯାଇଛି।ଏହି ପରୀକ୍ଷା ସଂପର୍କିତ ଅନ୍ୟ କିଛି ସୂଚନା ଆସିଲେ, ତାକୁ ଓପିଏସ୍‌ସିର ୱେବସାଇଟ୍‌ http://opsc.gov.inରେ ଅପ୍‌ଲୋଡ୍ କରାଯିବ ବୋଲି ଆଜି ଜାରି କରାଯାଇଥିବା ନୋଟିସ୍‌ରେ ଦର୍ଶାଯାଇଛି।

୨୦୨୭ ସୁଦ୍ଧା ସମାପ୍ତ ହେବ ଭୁବନେଶ୍ୱର ମେଟ୍ରୋ କାର୍ଯ୍ୟ

୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଭୂମିରୁ ୧୩ ମିଟର ଉଚ୍ଚରେ ଏହି ଟ୍ରେନ୍‌ଗୁଡ଼ିକ ଚଳାଚଳ କରିବ। ରାଜଧାନୀର ରାଜମହଲ, ଜୟଦେବ ବିହାର ଏବଂ ବାରଙ୍ଗରେ ଉଚ୍ଚତା ଅଧିକ ରହିବ। ୩ କୋଚ ବିଶିଷ୍ଟ ୧୩ ଟି ମେଟ୍ରୋ ଟ୍ରେନ କିଣିବାକୁ ଯୋଜନା । ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ଚାଲିଛି ମାଟି ପରୀକ୍ଷା । ୫୦/ ୬୦ ଫୁଟ ତଳୁ ମାଟି ନେଇ ଲ୍ୟାବରେ ପରୀକ୍ଷା ହେଉଛି । ମାଟି […]

ମୋ ବସ୍ ବେଗ ଉପରେ ଲାଗିଲା ରୋକ୍‌

ବିଭିନ୍ନ ସ୍ଥାନରେ ମୋ ବସର ଦୁର୍ଘଟଣା ପରେ ପଦକ୍ଷେପ । ଏଥର ମୋ ବସ୍ ସ୍ପିଡ୍ ରେ ଲାଗିବ ଲଗାମ୍ । ଆଉ ଚଲାଇ ପାରିବେନି ମନ ଇଚ୍ଛା ଗାଡ଼ି। ସବୁ ଗାଡିରେ ସ୍ପିଡ ଗଭର୍ଣ୍ଣର ରହିବ । ଲାଇସେନ୍ସ ଥିବା ଅଭିଜ୍ଞ ଡ୍ରାଇଭରଙ୍କୁ ଗାଡି ଚାଳନା ଅନୁମତି । ମଦ ପିଇ ଗାଡି ଚଳାଉଛନ୍ତି ନା ନାହିଁ ଯାଞ୍ଚ ହେବ ।ସୂଚନା ଅନୁସାରେ, ସ୍ପିଡ୍‌ ଗଭର୍ଣ୍ଣର ଲଗାଯିବା ପରେ ଘଣ୍ଟାପ୍ରତି ୪୦ କିଲୋମିଟରରୁ ଅଧିକ ବେଗରେ […]

ଶଗଡ ଗାଡିରେ ଚାଷୀଙ୍କ ଯାତ୍ରା ।

ଶଗଡ଼ିଆ ଗୀତ ସାଙ୍ଗକୁ ରଙ୍ଗ ବେରଙ୍ଗର ଶଗଡ଼ ଓ ବଳଦର ସାଜସଜା ଯିଏ ବି ଯାଉଛି ରାଜରାସ୍ତାରେ ଅଟକିଯାଇ ମୋବାଇଲରେ ସୁନ୍ଦର ଚିତ୍ର ଉତୋଳନ କରୁଛି । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ସାକ୍ଷୀଗୋପାଳ ନିକଟରେ ଦେଖିବାକୁ ମିଳିଛି ଏହି ସୁନ୍ଦର ଦୃଶ୍ୟ । ପୁରୀ ସଦର ଅଂଚଳ ପୀଳିପିଳା, ନରହରିପୁର, ଜଗନ୍ନାଥ ବିଦ୍ୟଧରପୁର, ତଣ୍ଟିକେରା, ତାଳ ପୋଖରୀ, କାଙ୍କୁଡ଼ା, ଦୋବନ୍ଦା, ଅରେଇପଡା, କରଡ଼ି, ବିଜୟରାମପୁର ଭଳି ଗାଁର ପ୍ରାୟ ୨୫ଟି ଶଗଡ଼ ନେଇ ୧୦୦ ରୁ […]

ୱାର୍ଲଡ ଟୁରିଜିମ ମାର୍କେଟ(ଡବ୍ଲଟିଏମ)ରେ ଝଲସିଲା ଓଡ଼ିଶା ପର୍ଯ୍ୟଟନ

ବିଶ୍ୱ ଦରବାରରେ ଓଡ଼ିଶା ପର୍ଯ୍ୟଟନକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଲଣ୍ଡନ ଏକ୍ସେଲ ସେଣ୍ଟରରେ ଅନୁଷ୍ଠିତ ୱାର୍ଲï ଟୁରିଜିମ ମାର୍କେଟ(ଡବ୍ଲଟିଏମ)- ୨୦୨୪ରେ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିଛନ୍ତି । ୱାର୍ଲ୍ଡ ଟୁରିଜିମ ମାର୍କେଟ-୨୦୨୪ରେ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିବା ନିମନ୍ତେ ଏହି ଉତ୍ସବରେ ଶ୍ରୀମତୀ ପରିଡାଙ୍କୁ ସମ୍ମାନିତ କରାଯାଇଛି। ଏହା ସହ ଅନ୍ୟ ପ୍ରତିଷ୍ଠିତ ରାଜ୍ୟର ପର୍ଯ୍ୟଟନ ପାଭିଲିୟନକୁ ମଧ୍ୟ ପରିଦର୍ଶନ କରିଛନ୍ତି ଶ୍ରୀମତୀ ପରିଡ଼ା।ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ […]

ଶ୍ରୀଶ୍ରୀ କୃଷ୍ଣବଳରାମ ଓ ଶ୍ରୀଶ୍ରୀ ଗୌର ନିତାଇଙ୍କୁ ନେଇ ରଥଯାତ୍ରା କରିବ ଇସ୍କନ

ଗଜପତିଙ୍କ ଚେତାବନୀ ପରେ ଚେତିଲା ଇସ୍କନ । ରଥଯାତ୍ରା କରି ଚଳାଇଥିବା ପ୍ରସ୍ତୁତିର କଲା ପରିବର୍ତ୍ତନ । ଗଜପତିଙ୍କ ଚେତାବନୀ ଓ ଚାରିଆଡୁ ବିରୋଧ ପରେ ନୂଆ ଡ୍ରାମା ଆରମ୍ଭ କରିଛି ଇସ୍କନ । ଏବେ ମହାପ୍ରଭୁଙ୍କ ରଥଯାତ୍ରା ପରିବର୍ତ୍ତେ ଶ୍ରୀଶ୍ରୀ ନିତାଇ ଗୌର ଓ ଶ୍ରୀଶ୍ରୀ କୃଷ୍ଣବଳରାମଙ୍କୁ ରଥରେ ବସାଇ ପରିକ୍ରମା କରିବାକୁ ଯୋଜନା କରିଛି । ଏନେଇ ଇସ୍କନ ତରଫରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆସନ୍ତା ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ […]