ହାରାଷ୍ଟ୍ରରୁ ଶିମିଳିପାଳକୁ ଖୁବ୍ ଶୀଘ୍ର ଆସିବ ଦ୍ୱିତୀୟ ବାଘୁଣୀ। ଦିନେ ଦୁଇ ଦିନ ଭିତରେ ଓଡ଼ିଶାରୁ ଗୋଟିଏ ଟିମ୍ ମହାରାଷ୍ଟ୍ର ଯିବ। ୭ରୁ ୮ଟି ବାଘୁଣୀକୁ ବଛାଯାଇଥିବା ବେଳେ ଅନ୍ୟ ବାଘ ବି ଆସିବେ। ଯେଉଁ ଟିମ୍ ଯାଇଛନ୍ତି ସେମାନେ କୋର ଏରିଆରୁ ଗୋଟିଏ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବେ। ଟ୍ରାଙ୍କୁଲାଇଜ କରିବାର ୨ ଘଣ୍ଟା ଭିତରେ ଓଡ଼ିଶାକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ଓଡ଼ିଶା ପହଞ୍ଚିବାକୁ ପ୍ରାୟ ୪୦ ଘଣ୍ଟା ସମୟ ଲାଗିବ। ଏଥିପାଇଁ ଟ୍ରାନସପୋର୍ଟ ଗାଡ଼ି […]
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀରେ ବସିବ ଚଳିତ ବର୍ଷର ପଞ୍ଜିକା ସମନ୍ୱୟ ବୈଠକ । ରାଜ୍ୟର ସମସ୍ତ ପଞ୍ଜିକାରମାନଙ୍କୁ ନିଜର ପଣ୍ଡୁଲିପି ଦାଖଲ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ପାଳନ ହେଉ ଥିବା ପର୍ୱ ପର୍ୱାଣୀ ସମ୍ପର୍କିତ ତଥ୍ୟରେ ସମନ୍ୱୟ ରଖିବାକୁ ଅନୁରୋଧ କରାଯାଇଛି । ତେବେ ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସମୀକରଣ ବୈଠକ କରାଯାଏ । ଅନେକ ସମୟରେ ଦ୍ଵନ୍ଦ ଦେଖାଯିବା ସହ ତିଥିକୁ ନେଇ ବିଭିନ୍ନ […]
ମହାନଦୀର ମୁଣ୍ଡଳୀ ବ୍ୟାରେଜ୍ରୁ ମତ୍ସ୍ୟଜୀବୀମାନେ ଧରିଛନ୍ତି ୨୨ କେଜି ଓଜନର ବିଶାଳ ମାଛ । ଆଜି ସକାଳେ ମତ୍ସ୍ୟଜୀବୀ ରବି ଦଳେଇ ଡଙ୍ଗା ନେଇ ମାଛ ଧରିବାକୁ ନଈକୁ ଯାଇଥିଲେ । ମାଛ ଧରିବା ସମୟରେ ତାଙ୍କ ଜାଲରେ ଏହି ୨୨କେଜି ଓଜନର ମାଛଟି ଫଶିଥିଲା। ସ୍ଥାନୀୟ ଲୋକମାନେ ଏହାକୁ ଵୋଦ ମାଛ ଵୋଲି କହୁଛନ୍ତି। ଏହି ମାଛ ଵଜାରରେ କିଲୋ ପିଛା ଦୁଇ ଶହ ଟଙ୍କାରେ ଵିକ୍ରି ହୋଇଥାଏ। ତେଣୁ ଜାଲରେ ପଡିଥିବା ଏହି ମାଛକୁ […]
ଜମ୍ମୁ-କଶ୍ମୀରରେ ମିଳିଲା ସେନାକୁ ବଡ଼ ସଫଳତା। ସିଆର୍ପିଏଫ୍ ଏବଂ ଜମ୍ମୁ-କଶ୍ମୀର ପୁଲିସ ଶନିବାର ଶ୍ରୀନଗରସ୍ଥିତ ଖାନ୍ୟାର ଅଞ୍ଚଳରେ ଦିନ ତମାମ ଏକ ମିଳିତ ଅପରେଶନ୍ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍ଇଟି)ର ଟପ୍ କମାଣ୍ଡର ଉସ୍ମାନ୍ଙ୍କୁ ନିପାତ କରିଥିଲେ।ସେ ୨୦୦୦ ଦଶକ ପ୍ରାରମ୍ଭରୁ ଅନେକ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଥିଲେ। ବୁଲା କୁକୁରମାନେ ଯବାନଙ୍କୁ ଦେଖି ଭୁକିପାରନ୍ତି ବୋଲି ଅନୁମାନ କରି ସେମାନଙ୍କୁ ଶାନ୍ତ କରିବା ପାଇଁ ବିସ୍କୁଟ୍ ଖାଇବାକୁ ଦିଆଯାଇଥିଲା। କୁକୁର ବିସ୍କୁଟ୍ ଖାଉଥିବାବେଳେ ଯବାନମାନେ ପ୍ରାୟ […]
ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା। ଚଳିତ ଖରିଫ୍ ଋତୁରେ ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ହୋଇଛି ନିଷ୍ପତ୍ତି। ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ।ଚଳିତ ବର୍ଷ ୮୦ ଲକ୍ଷ ଟନ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। କୁଇଣ୍ଟାଲ ୩୧୦୦ ଟଙ୍କାରେ ସରକାର ଧାନ କିଣିବେ। MSP ୨୩୦୦ ଟଙ୍କା ସହ ୮୦୦ ଟଙ୍କାର ଇନପୁଟ ସହାୟତା […]
ଥୁଆ ହୋଇଛି ବିରାଟକାୟ ମହିରାବଣ । ରୁଣ୍ଡ ହୋଇଛନ୍ତି ଲୋକେ । ସମସ୍ତଙ୍କ ଭିତରେ ଅସନ୍ତୋଷ । କାହିଁକିନା ଭଙ୍ଗ ହୋଇଛି ପୂର୍ବ ପରମ୍ପରା । ବସ୍ତା ଥାନା, କୁଡିଆ ପଞ୍ଚାୟତ ଅନ୍ତର୍ଗତ ବେଲା ଗ୍ରାମରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମରେ ରାବଣ ପୋଡ଼ି ମହୋତ୍ସବ ବନ୍ଦ ହେବାସହ ରାବଣକୁ ପୋତାଯାଇଛି। ସୂଚନା ଅନୁସାରେ, ରାବଣ ପୋଡ଼ି ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ସମସ୍ତେ ରାବଣ ପୋଡ଼ି ଓ ବାଣଫୁଟାକୁ ପ୍ରତୀକ୍ଷା […]
ଗ୍ରଣୀ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ଆର୍ସଲମିତ୍ତଲ ଏବଂ ଜାପାନର ନିପନ ଷ୍ଟିଲ୍ ଓଡିଶାରୁ ଓହରି ନଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ଦୁଇ କମ୍ପାନୀ ମିଳିତଭାବେ ଓଡ଼ିଶାରେ ବିଶାଳ ଷ୍ଟିଲ୍ ପ୍ଲାଣ୍ଟ ବସାଇବେ ବୋଲି ପୂର୍ବ ସରକାରଙ୍କ ସମୟରେ ଓଡିଶା ସହିତ ଚୁକ୍ତି କରିଥିଲେ। ନିପନ ଷ୍ଟିଲ ଓଡ଼ିଶାରେ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ନିବେଶ କରିଥାନ୍ତା । ଯାହା ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବା ସହ ଶିଳ୍ପ ସମୃଦ୍ଧ ରାଜ୍ୟ […]
ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତି ରିପୋର୍ଟ ସୋମବାର ସାମ୍ନାକୁ ଆସିଛି । କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପକ୍ଷରୁ ସୂଚନା ମିଳିଛି । ମନ୍ତ୍ରୀ କହିଛନ୍ତି, ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ ଶହ କୋଟି ଟଙ୍କା କ୍ଷତି ହୋଇଛି । ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି। ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, କଟକ ବି ପ୍ରଭାବିତ ହୋଇଛି।୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି।୧୧, ୬୩୭ ଗାଁର ୪୧ […]
ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବିଲ୍ କରାଇ ଦେବାକୁ କହି ଜଣେ ଠିକାଦାରଙ୍କଠୁ ନେଉଥିଲେ ଲାଞ୍ଚ । ସୋମବାର ସକାଳେ ଯନ୍ତ୍ରୀ ଫିରିଙ୍ଗିଆ ସ୍ଥିତ ନିଜ ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ଧରିଥିଲେ ଭିଜିଲାନ୍ସ।ଏକକାଳୀନ ୪ଟି ସ୍ଥାନରେ ବର୍ତ୍ତମାନ ଭିଜିଲାନ୍ସ ଟିମ ଚଢାଉ କରିଛନ୍ତି । ଫିରିଙ୍ଗିଆ […]
ନିଜ ପରିବାର ସହ ଶ୍ୱଶୁର ଘରୁ ନିଜ ଘରକୁ ଫେରୁଥିଲେ ଯୁବକ। ବାରହା ଶିକାର ପାଇଁ ବିଲରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗ୍ରାମ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ କଙ୍କିଳି ଗାଁ ମୁଣ୍ଡାସାହିର ସନ୍ତୋଷ ପ୍ରଧାନ। ସୂଚନା ଅନୁସାରେ ଗତକାଲି ସଂନ୍ଧ୍ୟା ସମୟରେ ସନ୍ତୋଷ ନିଜ ପରିବାର ଲୋକଙ୍କ ସହ ନିଜ ଶଶ୍ୱର ଘର […]
ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ଗଳିବା ପ୍ରସଙ୍ଗ। ଖବର ପ୍ରସାରଣ ପରେ ଆକ୍ସନ ମୁଡ୍କୁ ଆସିଛି ଏଏସଆଇ। ଘଟଣାକୁ ଗୁରୁତର ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସଆଇ । ଏବେ ଶିଉଳି ଛଡାଇ ଫାଟ ଯୋଡା କାମ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶିଉଳି ଛଡାଯାଇଛି । ମେଘନାଦ ପାଚେରୀର ପୂର୍ବ, ପଶ୍ଚିମ ଓ ଉତ୍ତର କୋଣରୁ ପାଣି ଝରୁଛି। ଶ୍ରୀମନ୍ଦିର ଭିତରର ବିଭିନ୍ନ ଜାଗାର ଦୁର୍ବଳ […]
ଶିମିଳିପାଳ ଜେନାବିଲ ରେଞ୍ଜରେ ପ୍ରାଣ ହରାଇଲା ଯଶୋଦା ହାତୀ । ମୃତ୍ୟୁ ବେଳକୁ ଯଶୋଦାକୁ ୩୬ ବର୍ଷ ହୋଇଥିଲା । ଏନେଇ ସୂଚନା ଦେଲେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗଗିନେଇ ।ଯଶୋଦା କିଛି ଦିନ ତଳେ ଚନ୍ଦକାରେ ଥିବା ସମୟରେ ଅସୁସ୍ଥ ହୋଇଥିଲା। ସେଠାରେ ଦିନକୁ ଦିନ ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ଜେନାବିଲ ରେଞ୍ଜକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଚିକିତ୍ସାଧିନ ଅବସ୍ଥାରେ ଯଶୋଦାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
