CBSE ସ୍କୁଲ ଭଳି ଓଡ଼ିଶାର ସବୁ ସ୍କୁଲରେ ଲାଗିବ ସିସିଟିଭି

ସିବିଏସଇ ସ୍କୁଲ ଭଳି ଓଡିଶାର ସବୁ ସ୍କୁଲରେ ଲାଗିବ ସିସିଟିଭି । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ଛାତ୍ରୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ସରକାର। ରାଜ୍ୟର ସବୁ ସ୍କୁଲରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ।ସୋମବାର ଦିନ, CBSE ବୋର୍ଡ ସମସ୍ତ CBSE ସ୍କୁଲକୁ ଏକ ଚିଠି ପଠାଯାଇଥିଲା। ଏଥିରେ ସ୍କୁଲର ପ୍ରବେଶ ଗେଟରୁ ଲବି, କରିଡର, ସିଡ଼ି, କ୍ଲାସରୁମ, ଲ୍ୟାବ ଏବଂ ପ୍ରସ୍ଥାନ ଗେଟ ପର୍ଯ୍ୟନ୍ତ ଉଚ୍ଚମାନର ସିସିଟିଭି କ୍ୟାମେରା ଲଗାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ସିବିଏସଇ କହିଥିଲା ଯେ, ବାଥରୁମ ଏବଂ ଶୌଚାଳୟ ବ୍ୟତୀତ, ସ୍କୁଲର ସମସ୍ତ ପ୍ରବେଶ ଦ୍ୱାର, ପ୍ରସ୍ଥାନ ଦ୍ୱାର, ଲବି, କରିଡର, ସିଡ଼ି, ଶ୍ରେଣୀଗୃହ, ଲ୍ୟାବ, ଲାଇବ୍ରେରୀ, କ୍ୟାଣ୍ଟିନ, ଷ୍ଟୋର ରୁମ, ଖେଳ ପଡ଼ିଆରେ ଅଡିଓ-ଭିଡିଓ ରେକର୍ଡିଂ ସହିତ ଉଚ୍ଚମାନର ସିସିଟିଭି କ୍ୟାମେରା ଲଗାଇବାକୁ ପଡିବ।

ଅଧିକ ପଢନ୍ତୁ

kc ads