CISF ଯବାନ ନିଜ ବନ୍ଧୁକରୁ ନିଜକୁ ମାରିଲେ ଗୁଳି

ରାଉରକେଲାରେ CISF ଯବାନଙ୍କ ଆତ୍ମହତ୍ୟା । RSP ଭିତରେ ଡ୍ୟୁଟିରେ ଥିବା ସମୟରେ ନିଜ ସର୍ଭିସ୍ ରିଭଲଭରରୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତାଙ୍କ ନାମ ହେଉଛି ଅଭିନନ୍ଦ ପି କେ | ତାଙ୍କ ଘର କେରଳର କନ୍ନୁର ଜିଲ୍ଲାର ଥିରୁଭାଙ୍ଗାଡୁ ଗାଁରେ| ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଇଜିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯବାନ କେରଳର ହୋଇଥିବା ବେଳେ କାହିଁକି ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ଜଣାପଡି ନାହିଁ।ଘଟଣା ସମ୍ପର୍କରେ ଖବର ପାଇ ଟାଙ୍ଗରପାଲି ପୋଲିସ ଶବ ଜବତ କରିଛି ।

ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ, ତା’ର କାରଣ ସଂପର୍କରେ କିଛି ଜଣାପଡ଼ିନାହିଁ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଅଭିନନ୍ଦ ପି କେ’ଙ୍କ ମୃତ୍ୟୁର କାରଣ ଜଣାପଡ଼ିବ। କର୍ମସ୍ଥଳରେ କିଛି ସମସ୍ୟା ଥିଲା ନା କିଛି ପାରିବାରିକ କାରଣ ଥିଲା, ସେ ଦିଗରେ ପୁଲିସ ତଦନ୍ତ କରୁଛି। ତା’ ସହିତ ଅନ୍ୟ ଦିଗ ଉପରେ ମଧ୍ୟ ପୁଲିସ ତଦନ୍ତ କରୁଛି।

ଅଧିକ ପଢନ୍ତୁ