ସୀମାରେ ଆଉ ଲୁଚିପାରିବେନି ଆତଙ୍କବାଦୀ । ଚୀନ୍ ଓ ପାକିସ୍ତାନ ଉପରେ କଡା ନଜର ରଖିବାକୁ ଭରତ ଆଜି ଏକ ଐତିହାସିକ ପରୀକ୍ଷଣ କରିଛନ୍ତି । ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍କ୍ଷେପଣ ହେଲା ‘ଅନ୍ୱେଷା’ ଉପଗ୍ରହ । DRDO ଦ୍ବାରା ବିକଶିତ EOS-N1 (‘ଅନ୍ୱେଷା’)ର ଉତ୍କ୍ଷେପଣ ହୋଇଛି । PSLV-C 62 ରକେଟ୍ ଜରିଆରେ ମହାକାଶକୁ ଗଲା ‘ଅନ୍ୱେଷା’ ।ତେବେ ଓଡ଼ିଶା ନିର୍ମିତ ଉପଗ୍ରହ CGUSAT-1 -ଆନ୍ଧ୍ର ଶ୍ରୀହରିକୋଟାରୁ PSLV-C62 ରକେଟ ଯୋଗେ ଉତ୍କ୍ଷେପଣ କରାଯାଇଛି । ନିର୍ଦ୍ଦାରୀତ ସମୟ ସକାଳ ୧୦ଟା ୧୮ମିନିଟରେ ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ପିଏସଏଲଭି-ସି୬୨ ରକେଟ୍ ଲଞ୍ଚ କରାଯାଇଛି । ଭାରତ ମହାକାଶରେ ସାଟେଲାଇଟ୍ ଇନ୍ଧନ ପ୍ରଯୁକ୍ତିବିଦ୍ୟା ହାସଲ କରିବାରେ ବିଶ୍ୱର ଦ୍ୱିତୀୟ ଦେଶ ହେବ। ଚୀନ୍ ଏହି ପ୍ରଯୁକ୍ତିବିଦ୍ୟା ହାସଲ କରିବାରେ ପ୍ରଥମ ଥିଲା। ୟୁରୋପ ଏବଂ ଆମେରିକା ଭଳି ଦେଶ ମଧ୍ୟ ଏପର୍ଯ୍ୟନ୍ତ ଏହି ମାଇଲଖୁଣ୍ଟରେ ପହଞ୍ଚି ନାହାଁନ୍ତି, କିନ୍ତୁ ଭାରତ ଏହାକୁ ହାସଲ କରିଛି। ଆଜି, PSLV-C62 ରକେଟ୍ ଏହାର ୬୪ତମ ଉଡ଼ାଣ କରିଛି।କୃଷି, ଅର୍ବାନ ମ୍ୟାପିଂ, ପରିବେଶ ସୁରକ୍ଷାରେ ବି ସହାୟକ ହେବ ‘ଅନ୍ୱେଷା’ । ଅନ୍ୱେଷା ସହ ୧୫ ଛୋଟ ସାଟେଲାଇଟ୍ ମଧ୍ୟରେ ରହିଛି CGUSAT-1 । ଯାହା ଭୁବନେଶ୍ବର ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟି ଦ୍ବାରା ନିର୍ମିତ CGUSAT-1 । ଯାହା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗର ହେବ ବଡ଼ ମାଧ୍ୟମ ବୋଲି କୁହାଯାଉଛି ।
