Ekyc କୁ ନେଇ କ’ଣ କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ?

ରାସନ୍ କାର୍ଡ ସହ ଇକେୱାଇସିକୁ ନେଇ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଇକେୱାଇସି କାରଣରୁ ବହୁତ ଚୋରି ଧରା ପଡ଼ିଲା । ଯେଉଁମାନଙ୍କର ମାସିକ ଆୟ ୧୦ ହଜାର କିମ୍ୱା ୧୦ ହଜାରରୁ ଅଧିକ ତାହାଲେ ସେମାନଙ୍କ ରାସନ କାର୍ଡ କାଟିଦିଆଯିବ। ବା ଯେଉଁମାନଙ୍କ ନାଁରେ କାର୍ଡ ଅଛି ସେମାନେ ଫେରାଇ ଦିଅନ୍ତୁ।୪ ଲକ୍ଷ ୩୧ ହଜାର ୮୪୬ ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ କଟାଯାଇଛି। ୯୧ ହଜାର ୨୮୦ ଅଯୋଗ୍ୟଙ୍କୁ ବାଦ ଦିଆଯାଇଛି। ହେଲେ ଏବେ ଯେଉଁମାନଙ୍କର କମ୍ ରୋଜଗାର ସେମାନଙ୍କର କାର୍ଡ କଟାଯିବନାହିଁ। ବରଂ ବଡ଼ ଚାକିରି କରିଥିବା ବ୍ୟକ୍ତିଙ୍କ କାର୍ଡ କଟିବ।

ଅଧିକ ପଢନ୍ତୁ

kc ads