ବୋକୋରୋ ଜିଲାରେ ବଡ଼ ଧରଣର ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଝାଡ଼ଖଣ୍ଡ ବୋକାରୋ ଜିଲାର ଲଲ୍ପାନିଆ ଅଞ୍ଚଳ ଲୁଗୁ ପାହାଡ଼ରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଯବାନଙ୍କ ଏନକାଉଣ୍ଟରେ ୮ଜଣ ମାଓବାଦୀଙ୍କ ନିହତ ହୋଇଛନ୍ତି। ମାଓବାଦୀଙ୍କ ଠାରୁ ଏସଏଲଆର, ୨ଟି ଇନସାସ ରାଇଫଲ,ପିସ୍ତଲ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ଏବଂ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଲୁଗୁ ପାହାଡ଼ ତଳେ ଥିବା ଚୋରଗାଁଓ ମୁଣ୍ଡଟୋଲି ନିକଟରେ ଗୁଳି ଫୁଟିବାର ଶବ୍ଦ ଶୁଣି ସେମାନେ ଭୋର ୪ଟାରେ ଉଠିଥିଲେ। ବାହାରକୁ ଯାଇ ଦେଖିବା ମାତ୍ରେ ଦେଖିଲେ ଯେ ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ ବାହିନୀ ଉପସ୍ଥିତ ଅଛନ୍ତି। ପୋଲିସ ଆଖପାଖ ଅଞ୍ଚଳରେ ତଦନ୍ତ ଅଭିଯାନ ଆରମ୍ଭ କରିଛି।
