ESAର ପ୍ରୋବା-୩ର ଲଞ୍ଚ କଲା ଇସ୍ରୋ

ବିଶ୍ବ ଦେଖିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଦକ୍ଷତା । ଅପରାହ୍ନ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁଲଞ୍ଚ ହେଲା ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ । ତ୍ରୁଟି ଯୋଗୁଁ ଗତକାଲି ଉତକ୍ଷେପଣ ସ୍ଥଗିତ ରଖାଯାଇଥିବା ବେଳେ ଆଜି ୪ଟା ୪ ରେ ଏହାକୁ ଉତକ୍ଷେପଣ କରାଯାଇଛି । ପ୍ରୋବା- ୩ ହେଉଛି ୟୁରୋପୀୟ ମହାକାଶ ସଂସ୍ଥା ESAର ସୋଲାର ମିଶନ ବା ସୌର ମିଶନ।

ଯାହା ସୂର୍ଯ୍ୟଙ୍କ ରହସ୍ୟ ଜାଣିବାରେ ବୈଜ୍ଞାନିକଙ୍କୁ ସାହାଯ୍ୟ କରିବ। ପୂର୍ବରୁ ଏହି ସିରିଜର ପ୍ରଥମ ସୋଲାର ମିଶନ ୨୦୦୧ରେ ISRO ହିଁ ଲଞ୍ଚ କରିଥିଲା।ସୂର୍ଯ୍ୟ ଚତୁଃପାର୍ଶ୍ୱ ଖୁବ୍‌ ଧୂଆଁଳିଆ ହୋଇଥିବାରୁ ଏହାକୁ ଖାଲି ଆଖିରେ ଦେଖିବା ଅସମ୍ଭବ । ଏହା କେଉଁ ଉପାଦାନରେ ତିଆରି ହୋଇଛି ସାଟେଲାଇଟ୍‌ ମାଧ୍ୟମରେ ତାହା ଜାଣିବାକୁ ଚେଷ୍ଟା କରାଯାଉଛି । ସୂର୍ଯ୍ୟ ଚତୁଃପାର୍ଶ୍ୱରେ ଦୁଇ ପ୍ରକାର କୋରୋନା ଯଥା ହାଇ-କୋରୋନା ଓ ଲୋ-କୋରୋନା ରହିଛି । ଅନେକ ସାଟେଲାଇଟ୍‌ ଏହାର ଅଧ୍ୟୟନ କରୁଛନ୍ତି, କିନ୍ତୁ ଉଭୟ ପରସ୍ତ ମଧ୍ୟରେ ଥିବା କଳା ଅଂଶର ଅଧ୍ୟୟନ କରିବ ପ୍ରୋବା-୦୩ । ଏହା ସୌର ପବନ ଓ କୋରୋନାଲ ମାସ୍‌ ଇଜେକ୍ସନର ମଧ୍ୟ ଅଧ୍ୟୟନ କରିବ । ଏହି ସାଟେଲାଇଟ୍‌ ଯୋଗୁ ବୈଜ୍ଞାନିକମାନେ ମହାକାଶର ପାଣିପାଗ ଓ ପବନର ଅଧ୍ୟୟନ କରିପାରିବେ ।

ଅଧିକ ପଢନ୍ତୁ

Odisha Darpan Digital