ଆଜିଠୁ ଫାସଟ୍ୟାଗ୍ର ବଦଳିଲା ନିୟମ । ଏଣିକି ନିଇତି ଲାଇନ୍ରେ ଛିଡ଼ା ହୋଇ ଆଉ ଗାଡିର ଫାସ୍ଟ୍ୟାଗ୍ କାଟିବାକୁ ପଡ଼ିବନି । ଦେଶରେ ବାର୍ଷିକ ଟୋଲ ପାସ ବ୍ୟବସ୍ଥା ଆରମ୍ଭ ହୋଇଛି। ସରକାରଙ୍କ ଏହି ପାସ ସହାୟତାରେ ବର୍ଷକ ଯାଏ ଲୋକଙ୍କୁ ମୋଟା ଅଙ୍କର ଦେୟ ଦେବାକୁ ପଡ଼ିବ ନାହିଁ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଏହାକୁ ନେଇ ଘୋଷଣା କରିଥିଲେ ଯେ ବାର୍ଷିକ FASTag ଜରିଆରେ ମାତ୍ର ୧୫ ଟଙ୍କାରେ ଟୋଲ ପ୍ଲାଜା ପାର କରିପାରିବେ। ବାର୍ଷିକ ଭାବେ ଏହାର ମୂଲ୍ୟ ୩ ହଜାର ଟଙ୍କା ରଖାଯାଇଛି। ଏହାଦ୍ୱାରା ଯେକୌଣସି ବାହାନଚାଳକ ୨୦୦ ଟ୍ରିପ୍ କରିପାରିବେ। ଅର୍ଥାତ ବ୍ୟବହାରକାରୀ ଏକ ବର୍ଷ ମଧ୍ୟରେ ୩,୦୦୦ ଟଙ୍କାର ଏକକାଳୀନ ରିଚାର୍ଜରେ ୨୦୦ ରାଜମାର୍ଗ ଟୋଲ ବୁଥ ଅତିକ୍ରମ କରିପାରିବେ। ଶୁକ୍ରବାରଠାରୁ ଏହା ଲାଗୁ ହୋଇଛି। ସରକାର FASTag ଆଧାରିତ ବାର୍ଷିକ ପାସର ବିକ୍ରି ଆରମ୍ଭ କରିଛନ୍ତି।ବର୍ଷିକିୟା ପାସ୍ କେବଳ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ MoRTH ଦ୍ୱାରା ପରିଚାଳିତ ଜାତୀୟ ରାଜପଥ (NH) ଏବଂ ଜାତୀୟ ଏକ୍ସପ୍ରେସୱେ (NE) ଟୋଲ୍ ପ୍ଲାଜାରେ ହିଁ ବୈଧ ହେବ । ଏହା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ରାଜ୍ୟ ରାଜପଥ କିମ୍ବା ବେସରକାରୀ ଟୋଲ୍ ରାସ୍ତାରେ କାର୍ଯ୍ୟକାରୀ ହୋଇପାରିବ ନାହିଁ ।
କେମିତି ପାଇବେ ବାର୍ଷିକ ପାସ୍ ?ଏହି ବାର୍ଷିକ ପାସ୍ ପାଇଁ ନୂଆ ଫାସ୍ଟ୍ୟାଗ୍ କିଣିବାକୁ ପଡ଼ିବ ନାହିଁ । ଆପଣ ନେଇଥିବା ପୁରୁଣା ଫାସ୍ଟ୍ୟାଗ୍ରେ ହିଁ ଏହାକୁ ଆକ୍ଟିଭ୍ କରିପାରିବେ । ଅନଲାନଇନ୍ରେ ଆପଣ ରିଚାର୍ଜ କରି ଏହାକୁ ଆକ୍ଟିଭ୍ କରିପାରିବେ ।