FM କଲେଜ ଛାତ୍ରୀ ଆତ୍ମାହୂତି ମାମଲା, ଚାର୍ଜସିଟ ଦାଖଲ

ବହୁଚର୍ଚ୍ଚିତ FM କଲେଜ ଛାତ୍ରୀ ଆତ୍ମାହୂତି ମାମଲାର ଚାର୍ଜସିଟ ଦାଖଲ କରିଛି କ୍ରାଇମ୍‌ବ୍ରାଞ୍ଚ। ଶନିବାର କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ବାଲେଶ୍ୱର SDJMଙ୍କ କୋର୍ଟରେ ଦ୍ୱିତୀୟ ଥର ପାଇଁ ଚାର୍ଜସିଟ ଦାଖଲ କରାଯାଇଛି।ଏହା ପୂର୍ବରୁ ସେପ୍ଟେମ୍ବର ୯ ତାରିଖରେ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ବାଲେଶ୍ଵର ଏସଡିଜେଏମ କୋର୍ଟରେ କ୍ରାଇମବ୍ରାଞ୍ଚ ପ୍ରଥମ ଚାର୍ଜସିଟ୍‌ ଦାଖଲ କରିଥିଲା । ତେବେ ତରବରିଆ ଭାବେ ଚାର୍ଜସିଟ୍‌ ଦାଖଲ ହୋଇଥିବା କହିଥିଲେ କଲେଜର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଓକିଲ । କ୍ରାଇମବ୍ରାଞ୍ଚ ତଦନ୍ତ ଭଲରେ କରିନାହିଁ । ତେବେ FM କଲେଜ ଛାତ୍ରୀ ଆତ୍ମାହୁତି ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା। କ୍ରାଇମବ୍ରାଞ୍ଚ ଟିମ୍‌ ସମସ୍ତ ତଥ୍ୟ ଯୋଗାଡ଼ ପରେ ଦ୍ୱିତୀୟ ଥର ପାଇଁ ଚାର୍ଜସିଟ ଦାଖଲ କରିଛି।

ଅଧିକ ପଢନ୍ତୁ

Odisha Darpan Digital