FM ଛାତ୍ରୀ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚକୁ ଦିଆଗଲା ତଦନ୍ତ ନିର୍ଦ୍ଦେଶ

ବାଲେଶ୍ୱର ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଏନେଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କ୍ରାଇମ୍‌ବ୍ରାଞ୍ଜ ଡିଜି ବିନୟତୋଷ ମିଶ୍ର ଡିଏସ୍‌ପି ଇମନ କଲ୍ୟାଣ ନାୟକଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବା ବେଳେ ତାଙ୍କୁ ଇନ୍ସପେକ୍ଟର ପାଞ୍ଚାଳି ରାଉତ ସହଯୋଗ କରିବେ ବୋଲି ଜଣାପଡ଼ିଛି।ପୂର୍ବରୁ ଏହି ମାମଲାରେ କ୍ରାଇମବ୍ରାଞ୍ଚର ମହିଳା ଶାଖା ନିଜଆଡୁ ବାଲେଶ୍ବର ଯାଇ ତଦନ୍ତ କରିଥିଲା । ସୂଚନା ମୁତାବକ, ଆତ୍ମହତ୍ୟା ଉଦ୍ୟମ କରିବା ଆଗରୁ ସମ୍ପୃକ୍ତ ଛାତ୍ରୀ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କଲେଜ ଅଧ୍ୟକ୍ଷ ସମ୍ପୃକ୍ତ ଛାତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ଆଉ ଅଧ୍ୟକ୍ଷ ରୁମରୁ ବାହାରି ନିଜ ଦେହରେ ନିଆଁ ଲଗାଇଦେଇଥିଲେ ସମ୍ପୃକ୍ତ ଛାତ୍ରୀ । ଅଭିଯୋଗ ପରେ ପୋଲିସ ଉପସ୍ଥିତିରେ ପଚରାଉଚରା ବି କରାଯାଇଥିଲା । ତେବେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ କଲେଜ ଅଧ୍ୟକ୍ଷଙ୍କୁ ସସପେଣ୍ଡ କରାଯାଇଥିଲା ବେଳେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା ।

ଅଧିକ ପଢନ୍ତୁ

kc ads