Gmail ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏବେ ବଦଲାଇପାରିବେ ନିଜ ID ନାମ

Gmail ର ୟୁଜର୍ସମାନେ ପୁରୁଣା Gmail ଆଡ୍ରେସ୍ ପରିବର୍ତ୍ତନ କରିପାରିବେ । ଏହାର ଅର୍ଥ ହେଉଛି ଯଦି ଆପଣ ୨୦୦୪ ରେ ଲଞ୍ଚ ହେବା ପରଠାରୁ ଆପଣଙ୍କର ପୁରୁଣା Gmail ଆଡ୍ରେସ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ଏବେ ଏହାକୁ ପରିବର୍ତ୍ତନ କରିପାରିବେ ଏବଂ ନିଜର ଇମେଲ୍ ଆଡ୍ରେସ୍ କ୍ରିଏଟ୍ କରିପାରିବେ । ଅର୍ଥାତ୍ ଆପଣ @gmail.com ପୂର୍ବରୁ ଏକ ୟୁଜରନେମ୍ ମଧ୍ୟ ବାଛିପାରିବେ । ଏହା ସେହି ୟୁଜରମାନଙ୍କ ପାଇଁ ବେଷ୍ଟ ହୋଇପାରିବ ଯେଉଁମାନେ ସେମାନଙ୍କର ପୁରୁଣା Gmail ଆଡ୍ରେସ୍ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି | ଗୁଗୁଲ୍ ଆପଣଙ୍କର ପୁରୁଣା Gmail ID ପରିବର୍ତ୍ତନ କରିବାର ଅପ୍ସନ ଦେଇଛି । ଆପଣ ଏବେ ନୂଆ ଆକାଉଣ୍ଟ୍ ତିଆରି ନକରି ଆପଣଙ୍କର ପୁରୁଣା Gmail ଆଡ୍ରେସ୍ ପରିବର୍ତ୍ତନ କରିପାରିବେ । Gmail ୟୁଜର୍ସମାନେ ଏବେ ନିଜ ପସନ୍ଦର ଏକ ନୂଆ @gmail.com ୟୁଜର୍ସ ନାମ ବାଛିପାରିବେ । ପୁରୁଣା ଆଡ୍ରେସ୍ ଏବେ ବି କାମ କରିବ । ପୁରୁଣା Gmail ଆଡ୍ରେସରେ ମଧ୍ୟ ଇମେଲ୍ ପୂର୍ବ ପରି ପାଇପାରିବେ, ଅର୍ଥାତ୍ ଆପଣଙ୍କ ସେଣ୍ଡର କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଆପଣ ଏବେ ବି ପୁରୁଣା ଆଡ୍ରେସ୍ ସହିତ ଲଗ୍ ଇନ୍ କରିପାରିବେ । ଆପଣଙ୍କର Gmail ୟୁଜର୍ସଙ୍କ ନାମ ପରିବର୍ତ୍ତନ କରିବା ଦ୍ୱାରା ଆପଣଙ୍କ ସମସ୍ତ ଡାଟା ସୁରକ୍ଷିତ ରହିବ ।ବର୍ଷକୁ କେବଳ ଥରେ ଆପଣଙ୍କର ୟୁଜରନେମ୍ ପରିବର୍ତ୍ତନ କରିପାରିବେ ଏବଂ ନୂଆ ୟୁଜରନେମ୍ କେବଳ ୩ ଥର ପରିବର୍ତ୍ତନ କରାଯାଇପାରିବ ।

ଅଧିକ ପଢନ୍ତୁ