ଦୀପାବଳି ପାଇଁ ଗାଇଡଲାଇନ ଜାରି /

ବାଣ ବିକ୍ରି ପାଇଁ ଗାଇଡଲାଇନ ଜାରି କଲା କମିଶନରେଟ ପୁଲିସ । ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ବାଣ ଫୁଟାଯିବ । ବିପଦ ଜନକ ବାଣ ଫୁଟା ଓ ବିକ୍ରି ଉପରେ କଟକଣା ଜାରି । କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ । ଲାଇସେନ୍ସ ପାଇଁ ଏଯାବତ ୪୬୫ ଜଣ ଦୋକାନୀ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୨ ଶହ ଜଣଙ୍କୁ ଲାଇସେନ୍ସ ପ୍ରଦାନ ସରିଲାଣି । ଅନ୍ୟମାନଙ୍କୁ ବର୍ତ୍ତମାନ ବିଭିନ୍ନ ସର୍ତ୍ତ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେ ସବୁ ସର୍ତ୍ତ ପାଳନ ପରେ ତାଙ୍କୁ ମଧ୍ୟ ଲାଇସେନ୍ସ ପ୍ରଦାନ କରାଯିବ । ଦୁଇଟି ବାଣ ଦୋକାନ ମଝିରେ ୩ ମିଟର ବ୍ୟବଧାନ ରହିବ । ଦୋକାନ ବାହାରେ ୫୦ ମିଟର ଖାଲି ସ୍ଥାନ ରହିବ । ଦୋକାନ ଚାରିପଟରେ ଟିଣର ଆବଧ କରାଯିବା ସହ ନିଆଁ ଲିଭା ଯନ୍ତ୍ର , ଓଦା ଅଖା , ବାଲି ଓ ଭର୍ତି ଡ୍ରମ ରଖାଯିବ I ପୁଲିସର ସ୍ୱତନ୍ତ୍ର ଟିମ ଏହା ଉପରେ ନଜର ରଖିବେ I ଅଗ୍ନିଶମ ବିଭାଗ ଓ ବିଏମସି ର ସମସ୍ତ ନିୟମ ପାଳନ କରିବାକୁ ଦୋକାନୀ ବାଧ୍ୟ । କୌଣସି ନିୟମର ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ବେଆଇନ ଭାବେ ଗଛିତ ବାଣ ଜବତ ପାଇଁ ପୋଲିସ ଚଢାଉ କରିଛି । ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ପୋଲିସ ଜବତ କରିଛି । ବାଲିପାଟଣା ଥାନା ଅଞ୍ଚଳରୁ ୧୫୦ କେଜିରୁ ଅଧିକ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି ।

ଅଧିକ ପଢନ୍ତୁ