H&FWର ବଡ଼ ବୟାନ, ବ୍ୟାନ ହେବନି ପାନ ମସଲା!

ରାଜ୍ୟରେ ପାନ ମସଲା, ଗୁଟଖା, ଖଇନିରେ ପ୍ରତିବନ୍ଧକ ଲଗାଇଥିଲେ ସରକାର।ଏହାରି ଭିତରେ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ଯେ, ଯେଉଁ ପାନ ମସଲାରେ ତମାଖୁ କିମ୍ବା ନିକୋଟିନ୍ ନାହିଁ, ତାହା ୨୧.୦୧.୨୦୨୬ ତାରିଖର ବିଜ୍ଞପ୍ତି ସଂଖ୍ୟା ୨୦୬୫ ଅନୁଯାୟୀ ଲାଗୁ କରାଯାଇଥିବା ନିଷେଧାଦେଶ ଅଧୀନରେ ଆସୁନାହିଁ । ପ୍ରତିବନ୍ଧକ କେବଳ ତମାଖୁ ବା ନିକୋଟିନ୍ ମିଶ୍ରିତ ପାନ ମସଲା ପାଇଁ ଲାଗୁ ହେବ । ସାଧାରଣ (ତମାଖୁ ବିହୀନ) ପାନ ମସଲା ଉପରେ ଏହି ନିଷେଧାଦେଶ ଲାଗୁ ହେବ ନାହିଁ । CT, GST ଏବଂ ଅର୍ଥ ବିଭାଗକୁ ଚିଠି ଲେଖାଯାଇଛି ।

ଅଧିକ ପଢନ୍ତୁ