ଚାଇନା ଭାଇରସ ଏଚଏମପିଭିକୁ ନେଇ ଭାରତରେ ଚିନ୍ତା ବଢ଼ିଛି। ଏପର୍ଯ୍ୟନ୍ତ ଭାରତରେ ୬ ଜଣ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ଦେଶରେ ଆତଙ୍କ ଖେଳି ଯାଇଛି। ଏଚଏମପିଭି ଭାଇରସ୍କୁ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଏହା କୌଣସି ନୂଆ ଭାଇରସ୍ ନୁହେଁ। ଏହାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। ସରକାର ସ୍ଥିତି ଉପରେ ନଜର ରଖିଛନ୍ତି।
ସେ କହିଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି ଯେ, ଏଚଏମପିଭି କୌଣସି ନୂଆ ଭାଇରସ୍ ନୁହେଁ। ପ୍ରଥମ ଥର ୨୦୦୧ରେ ଚିହ୍ନଟ ହୋଇଥିଲା ଏବଂ ଅନେକ ବର୍ଷ ଧରି ପୂରା ଦୁନିଆରେ ବ୍ୟାପି ଯାଇଥିଲା। ଏଚଏମପିଭି ନିଃଶ୍ଵାସରୁ ବାୟୁ ଜରିଆରେ ବ୍ୟାପିଥାଏ। ଏହା ସବୁ ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ଏହି ଭାଇରସ୍ ଶୀତ ଋତୁ ଓ ବସନ୍ତ ମାସର ଆରମ୍ଭରେ ଅଧିକ ବ୍ୟାପିଥାଏ।ଚାଇନାରେ ବଢ଼ୁଥିବା ଏଚଏମପିଭି ସଂକ୍ରମଣ ସମ୍ପର୍କରେ ନଡ୍ଡା କହିଛନ୍ତି ଯେ “ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର ଓ ଏନସିଡିସି ଚାଇନା ଓ ଅନ୍ୟ ପଡ଼ୋଶୀ ରାଷ୍ଟ୍ରରେ ଘଟୁଥିବା ଘଟଣା ଉପରେ ନଜର ରଖିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସ୍ଥିତିକୁ ପରିଖିଛି ଓ ଏ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ଖୁବଶୀଘ୍ର ମିଳିବ।