IAS ଓ ସଚିବ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ ଜିଲ୍ଲାପାଳ

ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଭିତରେ ରାଜ୍ୟ ସରକାର ମଙ୍ଗଳବାର ଆଇଏଏସ ଓ ସଚିବ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ରଥଯାତ୍ରା ସମୟରେ ପୁରୀ ଜିଲ୍ଲାପାଳ ଭାବରେ ନିଯୁକ୍ତ ହୋଇଥିବା ଆଇଏଏସ ଚଞ୍ଚଲ ରାଣାଙ୍କୁ ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର କମିଶନର ଭାବେ ନିଯୁକ୍ତ କରାଯାଇଛି। ଆଇଏ ଏସ ରୁପା ରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତ କରିଛନ୍ତି ସରକାର | ୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏଥର ବଦଳି କରିଛନ୍ତି ମୋହନ ମାଝୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ରଘୁରାମ ଆର୍ ଆୟରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ପଞ୍ଚାୟତିରାଜ ନିର୍ଦ୍ଦେଶକ ମହେଶ୍ବର ସ୍ବାଇଁଙ୍କୁ ନବରଙ୍ଗପୁର ଜିଲ୍ଲାପାଳ, କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀ ଜିଲ୍ଲାପାଳ, ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରି ଜିଲ୍ଲାପାଳ, ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କୁ ଢେଙ୍କାନାଳ ଜିଲ୍ଲାପାଳ, ନବରଙ୍ଗପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ, କୋରାପୁଟ ଜିଲ୍ଲାପାଳ କୀର୍ତ୍ତି ଭାସନ ଭିଙ୍କୁ ଗଞ୍ଜାମ ଜିଲ୍ଲାପାଳ, ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ କୋରାପୁଟ ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିସନର ବେଦଭୂଷଣଙ୍କୁ କନ୍ଧମାଳ ଜିଲ୍ଲାପାଳ, ରାଉରକେଲା ଏଡିଏମ୍ କୁଲକର୍ଣ୍ଣି ଆଶୁତୋଷ ସିଙ୍କୁ ରାୟଗଡ଼ା ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପରିଷଦର ନିର୍ବାହୀ ଅଧିକାରୀ ମଧୁମିତାଙ୍କୁ ଗଜପତି ଜିଲ୍ଲାପାଳ, ପଦ୍ମପୁର ଏଡିଏମ୍ ଛବନ କୁନାଲ ମୋତିରାମଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ, ମୟୂରଭଞ୍ଜ ଏଡିଏମ୍ ବିଭୂତି ଭୂଷଣ ନାୟକଙ୍କୁ ବୌଦ୍ଧ ଜିଲ୍ଲାପାଳ, ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳସଚିବ ନୃପରାଜ ସାହୁଙ୍କୁ ସୋନପୁର ଜିଲ୍ଲାପାଳ, ଅବକାରୀ ବିଭାଗ ସ୍ବତନ୍ତ୍ର ସଚିବ ଅମ୍ବର କୁମାର କରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।

ଅଧିକ ପଢନ୍ତୁ

kc ads