ICUରେ ଭର୍ତ୍ତି ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ

ରାଜସ୍ଥାନ ଅଲୱରରେ ସୀମା ଟପିଗଲା ବର୍ବରତା । ICUରେ ଭର୍ତ୍ତି ମହିଳାଙ୍କୁ ବି ଛାଡିଲେନି । ଅଲୱରର ଏମଆଇଏ ଶିଳ୍ପାଞ୍ଚଳରେ ଅବସ୍ଥିତ ESIC ମେଡିକାଲ କଲେଜର ICU ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟିଛି। ଏଫ୍‌ଆଇଆର୍‌ ଅନୁଯାୟୀ, ଅପରାଧ ଘଟିବା ପୂର୍ବରୁ ପୀଡିତାଙ୍କୁ ଏକ ନିଶା ଇଞ୍ଜେକ୍ସନ ଦିଆଯାଇଥିଲା। ସେତେବେଳେ ତାଙ୍କ ପରିବାର ୱାର୍ଡ ବାହାରେ ଅପେକ୍ଷା କରିଥିଲେ।ପୁଲିସ ରିପୋର୍ଟ ଅନୁଯାୟୀ, ପୀଡିତା ନାମ ଧରି ଡାକିବା ଆରମ୍ଭ କରିଥିଲେ।

ଯାହା ଫଳରେ ୱାର୍ଡ କର୍ମଚାରୀମାନେ ତାଙ୍କ ସ୍ୱାମୀଙ୍କୁ ଡାକିଥିଲେ। ସେତେବେଳେ ତାଙ୍କ ବିଛଣା ଚାରିପାଖରେ ପରଦା ଟଣାଯାଇଥିଲା ଏବଂ ମହିଳା ଜଣକ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ। ସକାଳେ ଯେତେବେଳେ ସେ ଚେତା ଫେରିଲେ, ସେ ତାଙ୍କ ପରିବାରକୁ ଏହି ଘଟଣା ବିଷୟରେ କହିଥିଲେ। ହସ୍ପିଟାଲ ପ୍ରଶାସନ ମାମଲାକୁ ଚାପି ଦେବାକୁ ଚେଷ୍ଟା କରିଥିଲା ​​ବୋଲି ଅଭିଯୋଗ ହୋଇଛି।ASI ମହାବୀର ସିଂହ କହିଛନ୍ତି ଘଟଣା ଜୁନ୍ ୪ ରାତିର । ESIC ମେଡିକାଲ କଲେଜର ICU ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ୩୨ ବର୍ଷୀୟା ମହିଳାଙ୍କୁ ନର୍ସିଂ ଷ୍ଟାଫ୍‌ ନିଶା ଇଞ୍ଜେକସନ୍ ଦେଇ ଦୁଷ୍କର୍ମ କରିଥିବା ରିପୋର୍ଟ ଦାଖଲ କରାଯାଇଛି । ଯେଉଁଥିରେ ପୀଡିତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ତେବେ ମହିଳା ଜଣକ ଅର୍ଦ୍ଧଚେତନ ଅବସ୍ଥାରେ ଥିଲେ ଏବଂ ଏହି କାର୍ଯ୍ୟକୁ ପ୍ରତିରୋଧ କରିଥିଲେ।’’

ଅଧିକ ପଢନ୍ତୁ

kc ads