ରାଜ୍ୟ ସରକାର ଆଜି (୨୧ ମାର୍ଚ୍ଚ) ବରିଷ୍ଠ ଆଇଏଫଏସ ଅଧିକାରୀମାନଙ୍କର ଏକ ବଡ଼ ଧରଣର ବଦଳି କରିଛନ୍ତି। ଏହି ସମ୍ପର୍କରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି।ବିଜ୍ଞପ୍ତି ଅନୁଯାୟୀ, ୧୯୯୩ ବ୍ୟାଚ୍ର ଆଇଏଫ୍ଏସ୍ ଅଫିସର ଉମା ନନ୍ଦୁରୀଙ୍କୁ ପିସିସିଏଫ୍(କେଏଲ୍) ଭାବେ ନିଯୁକ୍ତ କରାଯାଇଥିବା ବେଳେ ଉକ୍ତ ବ୍ୟାଚ୍ର ଆଇଏଫ୍ଏସ୍ ଅଫିସର ପ୍ରେମକୁମାର ଝା’ଙ୍କୁ ପିସିସିଏଫ୍(ବନ୍ୟପ୍ରାଣୀ) ଏବଂ ସିଡବ୍ଲ୍ୟୁଏଲ୍ଡବ୍ଲ୍ୟୁ ସହିତ ଓଡ଼ିଶା ବନନିଗମ ପରିଚାଳନା ନିର୍ଦ୍ଦେଶକ, ଡ. କେ. ମୃଗସେନ୍ଙ୍କୁ ପିସିସିଏଫ୍-ହପ୍ର ପିସିସିଏଫ୍, ଏଫ୍ଡି ଓ ଆଞ୍ଚଳିକ ନିର୍ଦ୍ଦେଶକ, ମନୋଜ ଭି. ନାୟାରଙ୍କୁ ନନ୍ଦନକାନନ ନିର୍ଦ୍ଦେଶକ ସହ କାମ୍ପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜି. ରାଜେଶଙ୍କୁ ପରିବେଶ ନିର୍ଦ୍ଦେଶକ ସହିତ ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି।
