ସରକାର କହୁଛନ୍ତି ଲୋକଙ୍କୁ ଋଣ ସୁବିଧା ଦିଆଯାଉଛି। କିନ୍ତୁ ଲୋକଙ୍କୁ ଋଣ ପାଇବା ପାଇଁ ବହୁ ହଇରାଣ ହେବାକୁ ପଡୁଛି। ଋଣ କରାଇଦେବାକୁ କହି ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ହେଲେ ବିପିନ ଦେହୁରୀ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ପିଏମଇଜିପି ଋଣ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ । ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଟ୍ରାପ ପରେ ବିପିନ ଦେହୁରୀଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢ଼ାଉ ।ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଭିଜିଲାନ୍ସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ରୀ ଦେହୁରୀଙ୍କ ବିପକ୍ଷରେ ଅଧିକ ତଦନ୍ତ ଚାଲିଛି।