Independence Day : କିଏ ଦେଇଥିଲେ ଜାତୀୟ ପତାକାର ଡିଜାଇନ୍

ସ୍ୱାଧୀନତା ଦିବସ ହେଉ ଅବା ସାଧାରଣତନ୍ତ୍ର ଦିବସରେ ଆମେ ଦେଶର ସମ୍ମାନ ତ୍ରିରଙ୍ଗା ଉତ୍ତୋଳନ କରିଥାଉ । ଏପରିକି କେତେକ ସରକାରୀ କାର୍ଯ୍ୟାଳୟରେ ବର୍ଷ ସାରା ତ୍ରିରଙ୍ଗା ଉଡ଼ୁଥାଏ । କିନ୍ତୁ କେବେ ଭାବିଛନ୍ତି କି ତ୍ରିରଙ୍ଗା ପ୍ରସ୍ତୁତି ପଛରେ କାହାର ହାତ ଅଛି । କିଏ ଏହି ଜାତୀୟ ପତାକା ଡିଜାଇନ୍ କରିଛନ୍ତି ?ପିଙ୍ଗାଲି ଭେଙ୍କୟା ଜାତୀୟ ପତାକାକୁ ଡିଜାଇନ୍ କରିଥିଲେ । ଆନ୍ଧ୍ରପ୍ରଦେଶର ଭାଟଲାପେନୁମାରୁରେ ଜନ୍ମଗ୍ରହଣ କରିଥିଲେ ପିଙ୍ଗାଲି । 2 ଅଗଷ୍ଟ 1876 ରେ ଜନ୍ମ ଗ୍ରହଣ କରିତିଲେ ପିଙ୍ଗାଲି ଭେଙ୍କୟା । ମାଡ୍ରାସରୁ ହାଇସ୍କୁଲ ଶିକ୍ଷା ପାସ କରିବା ପରେ, ପିଙ୍ଗାଲି ଉଚ୍ଚ ଶିକ୍ଷା ପାଇଁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଯାଇଥିଲେ । ସେଠାରୁ ଫେରିବା ପରେ ରେଳ ଗାର୍ଡ ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ଲକ୍ଷ୍ନୌରେ ଜଣେ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ଉର୍ଦ୍ଦୁ ଏବଂ ଜାପାନିଜ ଅଧ୍ୟୟନ କରିବା ପାଇଁ ଲାହୋରର ଆଙ୍ଗ୍ଲୋ-ବୈଦିକ କଲେଜ ଯାଇଥିଲେ । ପିଙ୍ଗାଲି ବ୍ରିଟିଶ ଭାରତୀୟ ସେନାରେ ମଧ୍ୟ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ଦକ୍ଷିଣ ଆଫ୍ରିକାର ଆଙ୍ଗ୍ଲୋ-ବୋଇର୍ ଯୁଦ୍ଧରେ ମଧ୍ୟ ସାମିଲ ହୋଇଥିଲେ । ଏହି ସମୟରେ ସେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଆସିଥିଲେ । ବ୍ରିଟିଶ ସୈନ୍ୟବାହିନୀରେ କାର୍ଯ୍ୟ କରୁଥିବାବେଳେ ବ୍ରିଟିଶ ପତାକା ୟୁନିଅନ ଜ୍ୟାକଙ୍କୁ ସଲାମ କରିବାକୁ ପଡ଼ୁଥିଲା । ସେହି ସମୟରେ ଭେଙ୍କୟାଙ୍କୁ ଖୁବ୍ ଖରାପ ଲାଗୁଥିଲା । ଏହା ହିଁ ତାଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥିଲା । ସେହି ସମୟରେ ସେ ଭାରତ ପାଇଁ ଜାତୀୟ ପତାକା ପରିକଳ୍ପନା କରିଥିଲେ ।ଏହା ପରେ ପିଙ୍ଗାଳୀ ଭାରତର ପ୍ରତୀକ ଭାବରେ ପତାକା ରଖିବାର ଆବଶ୍ୟକତା ନେଇ ମହାତ୍ମା ଗାନ୍ଧୀଙ୍କ ଆଗରେ ପ୍ରସ୍ତାବ ରଖିଥିଲେ । ଜାତୀୟ ଗର୍ବ ଏବଂ ପ୍ରତୀକ ବିଷୟରେ ଶୁଣିବା ପରେ ଗାନ୍ଧିଜୀ ତାଙ୍କୁ ଏହା ଉପରେ କାର୍ଯ୍ୟ କରିବାକୁ କହିଥିଲେ । ଏହା ପରେ ପିଙ୍ଗାଲି ଭେଙ୍କୟା ଭାରତର ଜାତୀୟ ପତାକା ପ୍ରସ୍ତୁତ କରିବା ପୂର୍ବରୁ ବିଶ୍ୱର ଅନେକ ଦେଶର ଜାତୀୟ ପତାକା ଅଧ୍ୟୟନ କରିଥିଲେ ।ପିଙ୍ଗାଲି ପ୍ରଥମେ ଡିଜାଇନ୍ କରିଥିବା ପତାକା କେବଳ ଦୁଇଟି ରଙ୍ଗର ଥିଲା । ଏଥିରେ ଲାଲ ଏବଂ ସବୁଜ ଥିଲା । ଏହା ପରେ ଦେଶର କଂଗ୍ରେସ ଦଳର ସମସ୍ତ ସମ୍ମିଳନୀରେ ଦୁଇ ରଙ୍ଗର ପତାକା ବ୍ୟବହାର କରାଯାଇଥିଲା । ସେତେବେଳେ ଏହି ପତାକାକୁ କଂଗ୍ରେସ ଆନୁଷ୍ଠାନିକ ଭାବେ ଅନୁମୋଦନ କରିନଥିଲା । ଏହା ପରେ ଆର୍ଯ୍ୟ ସମାଜ ନେତା ଲାଲା ହାନସରାଜ ପତାକା ମଝିରେ ଚରଖା ରଖିବାକୁ ପରାମର୍ଶ ଦେଇଥିଲେ । ଯେତେବେଳେ ଦଳ ପତାକାକୁ ଅନୁମୋଦନ କଲା, ପରବର୍ତ୍ତୀ ସମସ୍ତ ସମ୍ମିଳନୀରେ ଏହି ପତାକା ଉତ୍ତୋଳନ କରାଯାଇଥିଲା ।ଏହିପରି ଗେରୁଆ ରଙ୍ଗ ସାହସ ଏବଂ ବଳିଦାନର ପ୍ରତୀକ ହେଲା । ଧଳା ଶାନ୍ତି ଏବଂ ସତ୍ୟର ପ୍ରତୀକ ହୋଇଥିବାବେଳେ ସବୁଜ ଅଭିବୃଦ୍ଧିର ପ୍ରତୀକ ପାଲଟିଗଲା ।

ଅଧିକ ପଢନ୍ତୁ