IPS ସ୍ତରରେ ବଡ଼ ଧରଣର ଅଦଳବଦଳ

ରବିବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରିଛନ୍ତି। ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ତଥା ଅନେକ ଜିଲାର ଆରକ୍ଷୀ ଅଧ୍ୟକ୍ଷ(ଏସ୍‌ପି) ଙ୍କୁ ମଧ୍ୟ ପରିବର୍ତ୍ତନ କରିଛନ୍ତି।ବଦଳିଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା। ସଞ୍ଜୀବ ପଣ୍ଡା ଏଡିଜି ଟ୍ରେନିଂ, BPSPA ନିର୍ଦ୍ଦେଶକ ହୋଇଛନ୍ତି। ସୁରେଶ ଦେବଦତ୍ତ ସିଂ କଟକ-ଭୁବନେଶ୍ୱରର ନୂଆ କମିଶନର ହୋଇଛନ୍ତି। ସେହିପରି ଉମା ଶଙ୍କର ଦାସଙ୍କୁ ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି। ନିକଟରେ ଭଦ୍ରକ ଜିଲାରେ ଦେଖା ଦେଇଥିବା ହିଂସା ପରେ ବରୁଣ ଗୁଣ୍ଠୁପଲ୍ଲୀଙ୍କୁ ମୟୁରଭଞ୍ଜ ଏସପି ଭାବେ ବଦଳି କରାଯାଇଥିବା ବେଳେ ମଡକର ସନ୍ଦୀପ ସମ୍ପଦଙ୍କୁ ଭଦ୍ରକର ନୂତନ ଏସପି ଭାବେ ନିଯୁକ୍ତ କରାଯାଇଛି। ସେହିପରି ଏ.କେ ରୟଙ୍କୁ ଜେଲ୍ ବିଭାଗ ଡିଜି ଦାୟିତ୍ୱ ଦିଆଯାଇଛି। ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ADGP ଆଧୁନିକୀକରଣ ଦାୟିତ୍ୱ ଦିଆଯାଇଛି। ଆର୍‌ପି କୋଚେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ବଦଳି କରାଯାଇଛି। ସନ୍ତୋଷ ବାଲାଙ୍କୁ SCRB ଓ SFSL ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ସେହିପରି ଗୃହ ବିଭାଗ OSD ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କର ବଦଳି ହୋଇଛି। ତାଙ୍କୁ ରେଲଓ୍ୱେ ଓ ଉପକୂଳ ସୁରକ୍ଷା ଦାୟିତ୍ୱ ଦିଆଯାଇଛି।

ଅଧିକ ପଢନ୍ତୁ