IPS ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର

IPS ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୨୦୧୩ ବ୍ୟାଚର ଆଇପିଏସ୍ ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କରିବା ସହ ରାଜ୍ୟ ସରକାର ଇସ୍ତଫାପତ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି।। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ୨୦୧୩ ବ୍ୟାଚ୍‌ ଆଇପିଏସ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ପାଇଁ ସେ ଚାକିରି ଛାଡୁଥିବା କଥା ଉଲ୍ଲେଖ କରିଥିଲେ।ଶ୍ରୀ ମୀନା ପ୍ରଥମେ ଅନୁଗୋଳର ଏସପି ଭାବେ ଦାୟିତ୍ୱରେ ରହିଥିଲେ । ଏହାପରେ ସେ ଗଞ୍ଜାମ ଜିଲ୍ଲାର ଏସପି ଦାୟିତ୍ୱରେ ଥିଲେ । ପରେ କଟକ ଡିସିପି ଭାବେ ଯୋଗ ଦେଇଥିଲେ । ଶେଷରେ ୨୦୨୫ ଫେବ୍ରୁଆରୀ ୨୮ ତାରିଖରେ ସେ ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟଭାର ଆରମ୍ଭ କରିଥିଲେ ।

ଅଧିକ ପଢନ୍ତୁ