ଭୁବନେଶ୍ବର ଇନକମ୍ ଟ୍ୟାକ୍ସ ଅଫିସରେ କାର୍ଯ୍ୟରତ IRS ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ । ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ସହୀଦ ନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ସହୀଦ ଥାନାରେ କେସ ନମ୍ବର ୧୦୪/୨୬ରେ ମାମଲା ରୁଜୁ କରି ତନାଘନା କରୁଛି ପୋଲିସ । ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କମିଶନରେଟ୍ ପୋଲିସ । ଜିଏସଟି ବିଭାଗରେ ଯୁଗ୍ମ କମିଶନର ଭାବେ କାର୍ଯ୍ୟରତ ଆଇଆର୍ଏସ ବାବୁଙ୍କୁ ପୁଲିସ ଆଜି ଜେରା କରିଛି।
ସେପଟେ ଏହି ବଳାତ୍କାର ଘଟଣା ଜାତୀୟ ମାନବାଧିକାର ଆୟୋଗଙ୍କଠାରେ ପହଞ୍ଚିଛି। ମାମଲାର ନିରପେକ୍ଷ ତଦନ୍ତ କ କରାଯାଇ ସମ୍ପୃକ୍ତ ଆଇଆରଏଏସ୍ ଅଧିକାରୀଙ୍କୁ ଯଥାଶୀଘ୍ର ଗିରଫ କରାଯାଉ ବୋଲି ଆୟୋଗଙ୍କୁ ଗୁହାରି କରାଯାଇଛି। ପୀଡ଼ିତାଙ୍କ ସମେତ ୩ଜଣଙ୍କ ବୟାନ ରେକର୍ଡ କରିଛି ପୁଲିସ। ଅଧିକାରୀଙ୍କଠାରୁ ଜବତ ହୋଇଥିବା ମୋବାଇଲ୍ ଫୋନ୍ ଓ ଲାପଟପକୁ ପରୀକ୍ଷା ପାଇଁ ଫୋରେନ୍ସିକ ଲ୍ୟାବ୍ ପଠାଯିବ ବୋଲି ପୁଲିସ ସୂଚନା ଦେଇଛି।ପୁଲିସ କମିଶନର ଡ. ସୁରେଶ ଦେବଦତ୍ତ ସିଂ କହିଛନ୍ତି, ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ସବୁ ଦିଗକୁ ଗୁରୁତ୍ବ ଦିଆଯାଇ ତଦନ୍ତ ଚାଲିଛି। ତଦନ୍ତରେ ଯାହା ତଥ୍ୟ ପ୍ରମାଣ ମିଳିବ, ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
