ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିମାପଡା ଶୀତଳ ଭଣ୍ଡାର ମାର୍ଗରେ ଥିବା ଶିକ୍ଷକ ଅରୁଣ ମହାନ୍ତିଙ୍କ ଘରକୁ ରାତି ଅଧରେ ଜେସିବି ଲଗାଇ ଭାଙ୍ଗିଲେ ଦୁର୍ବୃତ୍ତ ।ଏହି ଦୃଶ୍ୟ ସିସି ଟିଭି ରେ ରେକର୍ଡ ହୋଇଛି। ଦୁର୍ବୃତ୍ତମାନେ ମୁଖା ପିନ୍ଧିବା ସହ, ମାରଣାସ୍ତ୍ର ଧରିଥିଲେ। କାରକୁ ମଧ୍ୟ ଚୁରମାର କରିଦେଇଛନ୍ତି।
ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗି ଦେଇଛନ୍ତି। ଦୁର୍ବୃତ୍ତଙ୍କ ଆତଙ୍କରେ ପରିବାର ସଦସ୍ୟ ବାହାରିବାକୁ ଭୟ କରିଥିଲେ। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ବୁଧବାର ବିଳମ୍ବିତ ରାତିରେ ଘରେ ସମସ୍ତେ ସୋଇଥିବା ଅବସ୍ଥାରେ ଏହି ଘଟଣା ଘଟିଛି |