JEE-2026 ନାଁରେ ନକଲି ଓ୍ୱେବସାଇଟ୍ : ରେଜଲ୍ଟ ଦେଖିବା ସମୟରେ ରୁହନ୍ତୁ ସତର୍କ

ଖୁବ୍ ଶୀଘ୍ର JEE-2026 ରେଜଲ୍ଟ ପ୍ରକାଶ ହେବ । ଯାହାର ଫାଇଦା ନେବାକୁ ଅନେଇ ବସିଛନ୍ତି ସାଇବର ଠକ । ସରଳ ଏବଂ କମ୍ ବୟସର ଶିଶୁଙ୍କୁ ସେମାନେ ଟାର୍ଗେଟ୍ କରିବାକୁ ପ୍ରସ୍ତୁତ କରିଛନ୍ତି ଫେକ୍ ଓ୍ୱେବସାଇଟ୍ । ଏନେଇ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ସତର୍କତା ଜାରି କରିଛି । ଅନେକ ଫର୍ଜି ଓ୍ୱେବସାଇଟରେ nic.in ଜାଗାରେ .com କିମ୍ବା .in ବ୍ୟବହାର କରାଯାଏ । କିଛି ନାଁ ମଝିରେ ଅତିରିକ୍ତ ଅକ୍ଷର ଯୋଡାଯାଏ । ଅର୍ଥାତ ବନାନ ବା ସ୍ପେଲିଂରେ ସାମାନ୍ୟ ପରିବର୍ତ୍ତନ କରିଦିଅନ୍ତି ହ୍ୟାକରମାନେ । ଯାହା ଆଖିକୁ ସାଧାରଣ ଭାବେ ସମାନ ଦେଖାଯାଏ । କିନ୍ତୁ ଭଲ ଭାବେ ଦେଖିଲେ ନକଲି ଓ୍ୱେବସାଇଟ୍ ଚିହ୍ନି ହେବ ।ଏନଟିଏ ଛାତ୍ରଙ୍କୁ ସ୍ପଷ୍ଟ କରିଛି ଯେ, ଜେଇଇ ପରୀକ୍ଷାର ଫଳ କେବଳ ଅଫିସିଆଲ ଓ୍ୱେବସାଇଟରେ ଉପଲବ୍ଧ ହେବ । ଏହାବ୍ୟତୀତ ଅନ୍ୟ କୌଣସି ଓ୍ୱେବସାଇଟରେ ରେଜଲ୍ଟ ଜାଣିହେବ ନାହିଁ । ନକଲି ଓ୍ୱେବସାଇଟରେ ହ୍ୟାକରମାନେ ଛାତ୍ରଛାତ୍ରୀଙ୍କ ଜରୁରୀ ତଥ୍ୟ ଚୋରି କରି ନିଅନ୍ତି । ଯେଉଁଥିରେ ଆଧାର କାର୍ଡ, ପାନ୍ କାର୍ଡ ସମେତ ବ୍ୟାଙ୍କ ତଥ୍ୟ ମଧ୍ୟ ରହିଥାଏ । ଏହାଦ୍ୱାରା ସାଇବର ଅପରାଧ ବୃଦ୍ଧି ପାଏ ।

ଅଧିକ ପଢନ୍ତୁ