ମେ’ ପହିଲାରୁ କମିଲା ଏଲ୍ପିଜି ସିଲିଣ୍ଡର ଦର। ରିପୋର୍ଟ ଅନୁସାରେ, ୧୯ କିଲୋଗ୍ରାମ ବାଣିଜ୍ୟିକ LPG ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୭ ଟଙ୍କା ହ୍ରାସ ପାଇଛି । ଏପ୍ରିଲରେ ସମାନ ସିଲିଣ୍ଡର ୧୭୬୨ ଟଙ୍କାରେ ଉପଲବ୍ଧ ଥିଲା, ଯେତେବେଳେ କି ମାର୍ଚ୍ଚରେ ଏହାର ମୂଲ୍ୟ ୧୮୦୩ ଟଙ୍କା ଥିଲା। ଏହାର ଅର୍ଥ ହେଉଛି ଗତ ଗୋଟିଏ ମାସରେ ୧୪.୫ ଟଙ୍କା ଏବଂ ଦୁଇ ମାସରେ ମୋଟ ୫୫.୫ ଟଙ୍କା ହ୍ରାସ ପାଇଛି। ଏହି ହ୍ରାସ ବିଶେଷକରି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବାଣିଜି୍ୟକ ବ୍ୟବହାରକାରୀଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର। ତେବେ LPG ସିଲିଣ୍ଡର ପିଛା 50 ଟଙ୍କା ବଢାଇଥିଲେ କେନ୍ଦ୍ର ସରକାର । PMUY ହିତାଧିକାରୀ 500 ବଦଳରେ ଦେବେ 550 ଟଙ୍କା । ଅନ୍ୟ ହିତାଧିକାରୀ 803 ବଦଳରେ ଦେବେ 853 ଟଙ୍କା । ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଥିଲେ ।
