LPG ବଦଳରେ PNG: ଗ୍ୟାସ କମ୍ପାନୀଙ୍କ ବଡ଼ ଅଫର

ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ‘ପାଇପ୍‌ଡ ନ୍ୟାଚୁରାଲ ଗ୍ୟାସ’ ବା PNG ବ୍ୟବହାର କରିବାକୁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି। କେବଳ ସେତିକି ନୁହେଁ, ନୂଆ PNG ସଂଯୋଗ ନେଲେ ଗ୍ରାହକଙ୍କୁ ମିଳିବ ଆକର୍ଷଣୀୟ ରିହାତି ଓ କ୍ୟାସବ୍ୟାକ୍।ଏଲପିଜି ଗ୍ୟାସ୍ ସଙ୍କଟ ଧୀରେ ଧୀରେ ବଢୁଥିବା କାରଣରୁ ପିଏନଜି ଗ୍ୟାସକୁ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି । ଏଥିରେ ଆଇଜିଏଲ କହିଛନ୍ତି ଯେ ଏଲପିଜି ଉପଭୋକ୍ତା ପିଏନଜିର କନେକ୍ସନ ନେଉଛନ୍ତି ସେମାନଙ୍କୁ ଗ୍ୟାସ୍ କିଣିବାରେ ୫୦୦ ଟଙ୍କାର ରିହାତି ମିଳିବ । ଦିଲ୍ଲୀର ଏକ ସଭାରେ ଏଲପିଜି ଗ୍ୟାସ୍ ସଙ୍କଟ ବିଷୟରେ ଆଲୋକପାତ କରାଯାଇଛି । ଏବେ ଅବସ୍ଥା ଚିନ୍ତାଜନକ ଅଛି । ସାଧାରଣ ଉପଭୋକ୍ତା ମାନଙ୍କୁ ଏଲପିଜି ଗ୍ୟାସ୍ ବିତରଣ କରାଯିବା ସହ କମର୍ସିଆଲ୍ ଏଲପିଜି ବିତରଣ ଆରମ୍ଭ ହୋଇଛି । ସରକାର ଏହାମଧ୍ୟ କହିଛି ଯେ ଏଲପିଜି ଗ୍ୟାସ ସିଲିଣ୍ଡର ସମସ୍ୟା ଦେଇ ଦେଶ ଏବେ ଗତି କରୁଅଛି । ଭାରତ ସରକାର ୨୪ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଯାହା ପାଖରେ ପିଏନଜି କନେକ୍ସନ ଅଛି ସେମାନେ ଏଲପିଜି ସିଲିଣ୍ଡର ଦେଇଦିଅନ୍ତୁ । ବିଶେଷଜ୍ଞଙ୍କ ମତରେ, PNG ହେଉଛି LPG ତୁଳନାରେ ଏକ ଅଧିକ ସ୍ୱଚ୍ଛ ଏବଂ ନିରାପଦ ଇନ୍ଧନ। ଏହା ସିଧାସଳଖ ପାଇପ୍ ମାଧ୍ୟମରେ ଯୋଗାଇ ଦିଆଯାଉଥିବାରୁ ସିଲିଣ୍ଡର ବୁକିଂ କିମ୍ବା ଷ୍ଟୋରେଜ୍‌ର କୌଣସି ଝାମେଲା ରହିବ ନାହିଁ। ବିଶେଷକରି ବିଶ୍ୱ ବଜାରରେ ଜାରି ରହିଥିବା ଭୂ-ରାଜନୈତିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଘରୋଇ ଇନ୍ଧନ ସୁରକ୍ଷା ପାଇଁ ସରକାର ଏହି ପଦକ୍ଷେପକୁ ଗୁରୁତ୍ୱ ଦେଉଛନ୍ତି।

ଅଧିକ ପଢନ୍ତୁ