ଜୀବନ କଷ୍ଟ ଉପାର୍ଜିତ ଟଙ୍କା ଓ ସୁନାକୁ ଗଛ ମୂଳରେ ମାଟି ତଳେ ପୋତି ରଖିଥିଲେ। ମୃତ୍ୟୁ ପୂର୍ବରୁ ପୁଅ-ବୋହୂ ଓ ନାତି-ନାତୁଣୀଙ୍କୁ ଡାକି କହିଥିଲେ। ତା’ପରେ ଭବ ସଂସାରରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ୭୦ ବର୍ଷୀୟ ସୀତାରାମ ମେଲେକା। ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ମାଟି ଖୋଳି ଟଙ୍କା ବାହାର କରିଛନ୍ତି । ଟଙ୍କା ଗୁଡ଼ିକ ଉଇ ଖାଇଯାଇଥିବା ବେଳେ କିଛି ନଷ୍ଟ ହୋଇଯାଇଛି । ହଜାରେ କି ଦୁଇ ହଜାର ନୁହେଁ ୧ ଲକ୍ଷରୁ ଅଧିକ ଟଙ୍କା ସେ ମାଟିତଳେ ପୋତି ରଖିଥିଲେ । ୧୧ ଗ୍ରାମରୁ ଅଧିକ ସୁନା ମଧ୍ୟ ମାଟି ତଳେ ପୋତିଥିଲେ ସୀତାରାମ । ତେବେ ତାଙ୍କ ସମ୍ପର୍କୀୟ ୩୨ ହଜାର ନଗଦ ଟଙ୍କା ପାଇଥିବା ବେଳେ ଅବଶିଷ୍ଟ ଟଙ୍କା ମାଟିତଳେ ରହିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।
