No Gift Policy: ପାର୍ବଣରେ ଗିଫ୍ଟ ମନା

ପାର୍ବଣ ଋତୁରେ ‘ନୋ ଗିଫ୍ଟ’ ପଲିସି ଅପଣେଇଲେ ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲାଗୁ କଲେ ‘ନୋ ଗିଫ୍ଟ ପଲିସି’। ପର୍ବପର୍ବାଣୀ ସମୟରେ ଉପହାର ନେଇ ଆସିବାକୁ କଲେ ମନା। ଏପରିକି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଗିଫ୍ଟ ଆଦାନପ୍ରଦାନ ଏବଂ ଏହାସହ ଜଡ଼ିତ ଖର୍ଚ୍ଚ ଉପରେ ରାଜ୍ୟ ସରକାର ରୋକ୍ ଲଗାଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏ ସଂପର୍କରେ ସୋସିଆଲ୍ ମିଡ଼ିଆରେ ଉଲ୍ଲେଖ କରିଛନ୍ତି। ତାଙ୍କ ଅଫିସକୁ କେହି ଉପହାର ଧରି ଯିବାକୁ ମନା କରିଛନ୍ତି ପ୍ରଭାତୀ। ପାର୍ବଣରେ କେନ୍ଦ୍ର ସରକାର ଆପଣାଇଛନ୍ତି NO GIFT ପଲିସି। ଗତ ସେପ୍ଟେମ୍ବର ୧୯ ତାରିଖର ନିର୍ଦ୍ଦେଶନାମାକୁ ପାଳନ କରି ରାଜ୍ୟ ସରକାର ନିଜର ସବୁ ସରକାରୀ ଅଫିସ୍ ପାଇଁ ‘ନୋ ଗିଫ୍ଟ ପଲିସି’ ସଂପର୍କରେ ଜାରି କରିଛନ୍ତି ନିର୍ଦ୍ଦେଶନାମା।ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଉଦ୍ୟୋଗ(ପିଏସୟୁ), କେନ୍ଦ୍ରୀୟ ପିଏସୟୁ ଗୁଡ଼ିକରେ ଦୀପାବଳି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ଉପହାର କିମ୍ବା ଏ ସଂକ୍ରାନ୍ତୀୟ ଜିନିଷପତ୍ର କ୍ରୟ ଏବଂ ଆଦାନପ୍ରଦାନ ବାବଦରେ କୌଣସି ଅର୍ଥ ଖର୍ଚ୍ଚ କରାଯିବ ନାହିଁ। ଏହି ନିଷ୍ପତ୍ତି (Odisha Finance) ରାଜକୋଷର ସୁଚିନ୍ତିତ ତଥା ଉପଯୁକ୍ତ ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ ଅନାବଶ୍ୟକ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ନିଆଯାଇଥିବା ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ସମସ୍ତ ବିଭାଗର ସଚିବମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

ରାଜ୍ୟ ଅର୍ଥ ବିଭାଗ ମଧ୍ୟ ସମସ୍ତ ରାଜ୍ୟ କାର୍ଯ୍ୟାଳୟକୁ ଏହି କଟକଣାକୁ କଡ଼଼ାକଡ଼ି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital