OCA ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ଏହି ବ୍ୟକ୍ତି

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସଭାପତି ପାଇଁ ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଏବଂ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ନେତା ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ଓସିଏ ସଭାପତି ପଦବୀ ଖାଲି ପଡ଼ିଛି।୧୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୫ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୧୬ ତାରିଖରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ।

ପୂର୍ବରୁ ୨୦୧୯ରୁ ୨୨ ପର୍ଯ୍ୟନ୍ତ ଓସିଏର ସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି ପଙ୍କଜ ଲୋଚନ ମହାନ୍ତି । ୨୦୨୨ରୁ ଏଯାଏ କାର୍ଯ୍ୟକାରୀ ସଭାପତି ଅଛନ୍ତି। ତେଣୁ ଅଭିଜ୍ଞତା ଓ ପରିଚାଳନା ଦକ୍ଷତା ପାଇଁ ସେ ଓସିଏ ସଭାପତି ପଦ ପାଇଁ ରେସରେ ଆଗରେ ରହିଛନ୍ତି। ତେବେ ଓସିଏ ସଭାପତି ପଦରୁ ବବିଙ୍କ ଇସ୍ତଫା ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଏବଂ ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ରାଜ୍ୟର କ୍ରିକେଟ ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚିତ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଥିଲା।

ଅଧିକ ପଢନ୍ତୁ

Odisha Darpan Digital