୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାକୁ ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର’ ମାଗଣା ବିଜୁଳି ଯୋଜନାକୁ ସମ୍ପୂର୍ଣ ରୂପେ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ଯୋଜନାକୁ ହିତାଧିକାରୀ ମାନଙ୍କ ମଧ୍ୟରେ ଅଧିକ ଗ୍ରହଣୀୟ ଓ ବିସ୍ତାର କରିବା ପାଇଁ ସେମାନଙ୍କୁ ୩ କିଲୋୱାଟ କ୍ଷମତା ପର୍ଯ୍ୟନ୍ତ ଘରୋଇ ସୋଲାର ପ୍ରକଳ୍ପ ସ୍ଥାପନ ନିମନ୍ତେ ୬୦ ହଜାର ଟଙ୍କାର ଅତିରିକ୍ତ ରାଜ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଅନ୍ତୋଦୟ ଯୋଜନା ପାଇଁ ବଜେଟ ୭ ହଜାର ୫୫୦ କୋଟିର ବ୍ୟୟ ବରାଦ ହୋଇଛି। ପିଏମ ଜନମନ ଯୋଜନାରେ ୨ ଶହ କୋଟି ବଣ୍ଟନ ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ଘର ନିର୍ମାଣ ହେବ। ୫ ଲକ୍ଷ ଘର ନିର୍ମାଣ ପାଇଁ ୪ ହଜାର ୫ ଶହ କୋଟି ବଣ୍ଟନ ହେବ।
