OPSC /SSC ପ୍ରଶ୍ନପତ୍ର ବିଭ୍ରାଟ:ଯିଏ ଦୋଷୀ ଛଡ଼ା ଯିବନି- ଉଚ୍ଚଶିକ୍ଷା ମନ୍ତ୍ରୀ

ଓପିଏସ୍‌ସି ଓ ଓଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ଦୁଇଟି ପୃଥକ ପରୀକ୍ଷାରେ ବିଭ୍ରାଟ ଦେଖା ଦେବା ପରେ ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଘଟଣାର ସଂପୃକ୍ତ ବିଭାଗ ତଦନ୍ତ କରିବ। ଦୋଷୀଙ୍କୁ ଛଡ଼ାଯିନାହିଁ। ଏହାଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାମୁତାବକ ରାଜ୍ୟରେ ଦୁଇଟି ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ତ୍ରୁଟି ଯୋଗୁ ପରୀକ୍ଷାର୍ଥୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)- ୨୦୨୩ ପରୀକ୍ଷାରେ ପ୍ରଶ୍ନପତ୍ର ଅଦଳବଦଳ ଯୋଗୁ ତ୍ରୁଟି ହୋଇଛି। ଅନୁରୂପ ଭାବେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି)ଦ୍ୱାରା ଆୟୋଜିତ ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷାର ପ୍ରଶ୍ନପତ୍ର ପାଠ୍ୟକ୍ରମ ବାହାରୁ ଆସିଥିବାରୁ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ।

ଅଧିକ ପଢନ୍ତୁ

Odisha Darpan Digital