ଗତକାଲି ହେବାକୁ ଥିବା ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ ରହିଛି। ରାତି ଅଧରେ ପ୍ରଶ୍ନପତ୍ର ପ୍ରଘଟ ଦର୍ଶାଇ ପରୀକ୍ଷାକୁ ବାତିଲ କରାଯାଇଥିବାରୁ ଶିକ୍ଷକମାନେ ମର୍ମାହତ ହୋଇଛନ୍ତି। ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ।ଏତେ ସଂଖ୍ୟକ ଶିକ୍ଷକ ପରୀକ୍ଷା ଦେବାପାଇଁ ପ୍ରଶ୍ନପତ୍ର ଓ ପରୀକ୍ଷା ପରିଚାଳନା ଦାୟିତ୍ବ ମାଧ୍ୟମିକ ଶିକ୍ଷା ପରିଷଦକୁ ଦିଆଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦର ପରିଚାଳନା ତ୍ରୁଟି ଯୋଗୁଁ ଓଟିଇଟି ପରୀକ୍ଷା ହୋଇପାରି ନାହିଁ ଓ ଶିକ୍ଷା ବିଭାଗ ବଦନାମ ହେଉଛି ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଅଭିଯୋଗ କରିଛି। ଅନ୍ୟପଟେ ଛାତ୍ର ବିଜେଡି ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦ କଟକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ପ୍ରଶ୍ନପତ୍ର ଲିକ୍ କାରଣରୁ ସ୍ବତନ୍ତ୍ର OTET ପରୀକ୍ଷା ସ୍ଥଗିତ ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଶ୍ନପତ୍ର ଛପାଯିବା ସ୍ଥାନରୁ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି ।
