ସ୍ୱତନ୍ତ୍ର ଓଡିଇଟି ପରୀକ୍ଷା ବାତିଲ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୋର୍ଡ କାର୍ଯ୍ୟାଳୟର ଅତିରିକ୍ତ ସମ୍ପାଦକଙ୍କ ସମେତ ୬ ଅଧିକାରୀଙ୍କ ବଦଳି ହୋଇଥିବା ସୂଚନା ମିଳିଛି । ବୋର୍ଡ କାର୍ଯ୍ୟାଳୟର ଅନ୍ୟ ବିଭାଗକୁ ବଦଳି ହେଲେ ୬ ଅଧିକାରୀ ।ଘଟଣାର ୬ ଦିନ ପରେ ବି ପରୀକ୍ଷା କେବେ ହେବ ସ୍ପଷ୍ଟ କରାଯାଇ ନାହିଁ । ସୂଚନାମୁତାବକ ଜୁଲାଇ ୨୦ରେ ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘୋଷଣା କରାଯାଇଥିଲା । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE)ଙ୍କୁ ଏହା ପରିଚାଳିତ ହେଉଥିଲା । କିନ୍ତୁ ପରୀକ୍ଷାର କିଛି ଘଣ୍ଟା ପୂର୍ବରୁ ହିଁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଯାହା ଫଳରେ ବାଧ୍ୟ ହୋଇ ରାତି ଅଧରେ ପରୀକ୍ଷା ସ୍ଥଗିତ ରଖାଯିବା ନେଇ ବୋର୍ଡ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା । ପ୍ରାୟ ୭୫ ହଜାର ପରୀକ୍ଷାର୍ଥୀ ନିରାଶ ହୋଇଥିଲେ । ପ୍ରଶ୍ନ ପତ୍ର ପ୍ରିଣ୍ଟ କରାଯାଇଥିବା ସ୍ଥାନରୁ ହିଁ ପ୍ରଶ୍ନ ପତ୍ର ଲିକ୍ ହୋଇଥିବା କୁହାଯାଉଥିଲା ।
