OYOରେ ଆଉ ରୁମ୍‌ ବୁକ୍‌ କରିପାରିବେ ନାହିଁ ଅବିବାହିତ ଯୋଡ଼ି

ଅବିବାହିତ ଦମ୍ପତିଙ୍କ ପାଇଁ ଆସିଲା ନୂଆ ନିୟମ । ଏବେ ଆଉ ସହଜରେ ମିଳିବନି ହୋଟେଲରେ ଚେକ୍ ଇନ୍ । ପ୍ରେମୀ ଯୁଗଳଙ୍କ ମଧ୍ୟରେ ଖାସ ପସନ୍ଦ ଥିବା ହୋଟେଲ ଓୟୋ ନୂଆ ବର୍ଷରେ ଆଣିଛି ନୂଆ ନିୟମ । ଯେଉଁମାନେ ବିବାହ କରି ନଥିବେ ତାଙ୍କୁ ଓୟୋ ହୋଟେଲରେ ମିଳିବନି ପ୍ରବେଶ ପାଇଁ ଅନୁମତି । ପ୍ରେମୀ ଯୁଗଳଙ୍କ ପାଇଁ ଏହି ନିୟମ ଏବେ ଚିନ୍ତାର କାରଣ ହୋଇଛି ।ଚେକ୍‌ ଇନ୍‌ ସମୟରେ ସମସ୍ତ ଦମ୍ପତିଙ୍କଠାରୁ ସେମାନଙ୍କ ସମ୍ପର୍କର ବୈଧ ପ୍ରମାଣ ମାଗିବାକୁ କମ୍ପାନୀ ଏହାର ସହଯୋଗୀ ହୋଟେଲଗୁଡ଼ିକୁ କହିଛି। ଅନଲାଇନ୍‌ ବୁକିଂ ଲାଗି ମଧ୍ୟ ଏହି ନିୟମ ପ୍ରଯୁଜ୍ୟ ହେବ।

ତେବେ ଏହି ନିୟମ ମେରଟ୍‌ରେ ଥିବା ଓୟୋ ହୋଟେଲଗୁଡ଼ିକ ଲାଗି ପ୍ରଯୁଜ୍ର ହେବ। ଓୟୋ ସୁରକ୍ଷା ଓ ଭଲ ଆତିଥ୍ୟ ପାଇଁ ବେଶ ଜଣାଶୁଣା । ପରିବାର, ଛାତ୍ରଛାତ୍ରୀ ତଥା ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷିତ ଏବଂ ଭରସାଯୋଗ୍ୟ ବିକଳ୍ପ । ତେଣୁ ଲୋକମାନେ ଏଠାରେ ରହିବାକୁ ପସନ୍ଦ କରନ୍ତି । ତେବେ ଏହି ନିୟମ ସଫଳ ହେଲେ ଭାରତର ଅନ୍ୟ ରାଜ୍ୟ ତଥା ସହରରେ ଲାଗୁ କରାଯିବ ବୋଲି କୁହାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital