ମାଲିକ ସଂଘ ଯାହା ନିଷ୍ପତି ନେବ ମାନି ନେବି।ମାଲିକଙ୍କୁ ଅଗ୍ରମୀ ଟଙ୍କା ଫେରାଇଲି- ପୀୟୂଷ

ଅପେରା ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲେ ଅଭିନେତା ପୀୟୂଷ ତ୍ରିପାଠୀ । ଅଭିନେତା ଓ ମାଲିକଙ୍କୁ ନେଇ ଜାରି ବିବାଦ ଭିତରେ ଶୁକ୍ରବାର ଯାତ୍ରା ମାଲିକ ମହାସଂଘର ବୈଠକ ବସିଥିଲା ।ଏମିତିକି କିଛି ଦିନ ବିବାଦ ପରେ ଜଣେ ହାସ୍ୟ ଅଭିନେତାଙ୍କୁ ଯାତ୍ରା ମାଲିକ ସଂଘ ତରଫରୁ ବ୍ୟାନ କରାଯାଇଛି । ଅପରପକ୍ଷେ ଜଲିଉଡ ହାଇପେଡ ଆକ୍ଟର ପୀୟୂଷ ତ୍ରିପାଠୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା । ତେବେ ପୀୟୂଷ ପ୍ରତିକ୍ରିୟା ରଖି କହିଛନ୍ତି, ‘ଅପେରା ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଛି ।

ଛୋଟ କଥାରୁ ବିବାଦ ହେଲା, ଆଶା କରୁଛି ଏହାର ଅନ୍ତ ହେଲା । ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ରହିଛି । ତେବେ ଗାଡ଼ି ମୋ ପାଖରେ ରହିବ, EMI ମୁଁ ଦେବି । ଆସନ୍ତା ବର୍ଷ ଅଭିନୟ କରିବି କି ନାହିଁ ତାର ନିଷ୍ପତ୍ତି ମାଲିକ ସଂଘ ନେବ ।’ତେବେ ବ୍ୟାନ୍ କରାଯାଇଥିବା ପ୍ରଶ୍ନକୁ ସେ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି । ପୀୟୂଷ ପରୋକ୍ଷର ଭୂଲ କରିଥିବା ସ୍ୱୀକାର କରିବା ସହ ଏହା ତାର ଦଣ୍ଡ ବୋଲି ମଧ୍ୟ କହିଛନ୍ତି ।

ଅଧିକ ପଢନ୍ତୁ

kc ads